ଆମେ ଆଉ ଦାଦନ ଯିବାନି

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଦାଦନରୁ ସଫଳ ଚାଷୀ। ନୂଆପଡା ଜିଲ୍ଲାରେ ଦାଦନ ସମସ୍ୟାକୁ ରୋକିବା ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା ହୋଇଛି। ମାତ୍ର ଏହାର ସୁଫଳ ଗରିବ ଆଦିବାସୀଙ୍କ ପାଖରେ ପହଞ୍ଚି ପାରୁନଥିଲା। ଯାହାଫଳରେ ଆଦିବାସୀମାନେ ବର୍ଷ ବର୍ଷ ଧରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ। ତେବେ ଦାଦନଙ୍କୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିଛି ସ୍ଥାନୀୟ ବେସରକାରୀ ସଂସ୍ଥା ପରଦା ଓ ଭୁବନେଶ୍ୱରର ଟାଟା ଟ୍ରଷ୍ଟ। ଏକର ଏକର ଚାଷ ଜମିରେ […]

we are not going to out side of nuapada

Rakesh Mallick
  • Published: Monday, 05 March 2018
  • , Updated: 05 March 2018, 06:22 PM IST

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଦାଦନରୁ ସଫଳ ଚାଷୀ। ନୂଆପଡା ଜିଲ୍ଲାରେ ଦାଦନ ସମସ୍ୟାକୁ ରୋକିବା ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା ହୋଇଛି। ମାତ୍ର ଏହାର ସୁଫଳ ଗରିବ ଆଦିବାସୀଙ୍କ ପାଖରେ ପହଞ୍ଚି ପାରୁନଥିଲା। ଯାହାଫଳରେ ଆଦିବାସୀମାନେ ବର୍ଷ ବର୍ଷ ଧରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ। ତେବେ ଦାଦନଙ୍କୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିଛି ସ୍ଥାନୀୟ ବେସରକାରୀ ସଂସ୍ଥା ପରଦା ଓ ଭୁବନେଶ୍ୱରର ଟାଟା ଟ୍ରଷ୍ଟ।

ଏକର ଏକର ଚାଷ ଜମିରେ ଲହଡ଼ି ମାରୁଛି ବିଭିନ୍ନ ପ୍ରକାର ପନିପରିବା। ଯେଉଁ ଆଦିବାସୀ ବାହାର ରାଜ୍ୟକୁ ଯାଇ ନିର୍ଯାତନାରେ ଶିକାର ହେଉଥିଲା, ସେ ଆଜି ନିଜ ଖେତରେ ଫଳାଉଛି ସୁନାର ଫସଲ। ସେମାନଙ୍କ ଭିତରେ ଅଛନ୍ତି ଲଏଖନ୍ ମାଝୀ। ୧୫ ବର୍ଷ ହେଲା ନିଜ ପରିବାର ସହ ଉତ୍ତରପ୍ରଦେଶର ଇଟାଭାଟିରେ କାମ କରୁଥିଲେ। ନିଜ ଭିଟାମାଟିର ମୋହକୁ ପର କରି ଚାଲିଯାଇଥିଲେ ଲଏଖନ୍। କିନ୍ତୁ ଏବେ ଲଏଖନଙ୍କ ସମେତ ଜିଲ୍ଲାର ୮୪ ଜଣ ଦାଦନ ପାଲଟିଛନ୍ତି ସଫଳ ଚାଷୀ।

ଦାଦନ ସମସ୍ୟାର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ପରଦା ଓ ଟାଟା ଟ୍ରଷ୍ଟ। ସେମାନେ ଦାଦନ ପ୍ରବଣ ଗାଁ ଗୁଡିକ ବୁଲି ଲୋକଙ୍କୁ ଚାଷ ପାଇଁ ବିହନ, ଖତ, ସାର, ସୋଲାର୍ ପାଣି ପମ୍ପ ଯୋଗାଇ ଦେବା ସହ ନିଜ ଭିଟାମାଟିରେ ଚାଷ କରିବାକୁ  ଉତ୍ସାହିତ କରୁଛନ୍ତି। ଏପରିକି କୃଷି ମେଳା ମଧ୍ୟ ଆୟୋଜନ  କରାଯାଉଛି।

Related story