ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଅସମ୍ଭାଳ ହେଉଛି ସ୍ଥିତି! ତଳିଆ ଅଞ୍ଚଳରେ ବନ୍ୟାପାଣି ବିତ୍ପାତ କରୁଥିବା ବେଳେ ପୁଣି ଚିନ୍ତା ବଢ଼ାଇଲାଣି ହୀରାକୁଦ ଡ୍ୟାମ୍। ଆଜି ଅପରାହ୍ନରେ ହୀରାକୁଦର ଆଉ ୫ଟି ଗେଟ୍ ଖୋଲିଛି। ବର୍ତ୍ତମାନ ୩୧ଟି ଗେଟ୍ ଦେଇ ଜଳ ନିଷ୍କାସିନ ହେଉଛି। ଆଜି ପର୍ଯ୍ୟାୟକ୍ରମେ ଆହୁରି ୯ଟି ଗେଟ୍ ଖୋଲାଯିବ। ଯଦି ଆଜି ୯ଟି ଗେଟ୍ ଖୋଲେ, ତାହାହେଲେ ମୋଟ୍ ୪୦ ଗେଟ୍ ଦେଇ ପାଣି ନିଷ୍କାସିତ ହେବ। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି।
ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ କହିବା ଅନୁସାରେ ସ୍ଥିତି ଦେଖି ଓ ଟେକ୍ନିକାଲ କମିଟି ସହ କଥା ହୋଇ ନିଷ୍ପତ୍ତି ନିଆଯାଇଛି। ବନ୍ୟା ନିୟନ୍ତ୍ରଣ କରିବାକୁ ଜଳ ଭଣ୍ଡାର ନିର୍ମାଣ କରାଯାଇଥାଏ। ନିୟନ୍ତ୍ରଣ ପାଇଁ ଟେକ୍ନିକାଲ କମିଟି ନିଷ୍ପତ୍ତି ଅନୁସାରେ କାର୍ଯ୍ୟ ହେଉଛି। ୪୦ ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡ଼ର କିଛି ଭୂମିକା ନାହିଁ। ଗେଟ୍ ଖୋଲିବାରେ ଛତିଶଗଡ଼ ସହ କିଛି ସଂପର୍କ ନାହିଁ। ଅନ୍ୟ ପକ୍ଷରେ ତେଲ ନଦୀ ଓ ଅନ୍ୟାନ୍ୟ ନଦୀର ଜଳ ସ୍ତର କମିଲାଣି। ତଳିଆ ଅଞ୍ଚଳର ସ୍ଥିତି ଦେଖି ଆଉ ୪୦ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଅଜି ହୀରକୁଦରୁ ୪୦ଟି ଗେଟ୍ରେ ପାଣି ପିଷ୍କାସିତ ହେଲେ, ସେହି ପାଣି ଶୁକ୍ରବାର ମୁଣ୍ଡଳିରେ ପହଞ୍ଚିବ ବୋଲି ସେ କହିଛନ୍ତି।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା କହିଥିଲେ, ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସାଢ଼େ ୧୧ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବ।