ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତରେ ଥରୁଛି ଓଡ଼ିଶା। ରାଜ୍ୟର ୧୨ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ମୁଖ୍ୟତଃ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ବଢିଥିବା ବେଳେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଶୀତୁଆ ସ୍ଥାନ ପାଲଟିଛି ।
ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି କନ୍ଧମାଳର ପ୍ରମୁଖ ସହର ଫୁଲପାଣୀ ରାଜ୍ୟର ଦ୍ୱିତୀୟ ଶୀତୁଆ ସହର ଭାବେ ସ୍ଥାନ ପାଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି ।
ସୋନପୁରରେ ସର୍ବନିମ୍ନ ତାପାମାତ୍ରା ୧୧. ୪ ଡିଗ୍ରୀ, ଅନୁଗୁଳରେ ୧୧. ୬, ବାରିପଦାରେ ୧୨ ଡିଗ୍ରୀ, କେନ୍ଦୁଝରରେ ୧୨. ୪, ତାଳଚେରରେ ୧୨. ୫, ଭବାନୀଟପାଟଣଆରେ ୧୩. ୬, ଝାରୁସୁଗଡ଼ାରେ ୧୩. ୮ କୋରାପୁଟରେ ୧୪, କଟକରେ ୧୪. ୫ ଏବଂ ଚାନ୍ଦବାଲିରେ ୧୪. ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।