ଜର୍ମାନୀର ଏକ ସର୍ଭର ମାଧ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକିଂ କରାଯାଇଛି : ବି.କେ ଶର୍ମା

କଟକ: ଜର୍ମାନୀର ଏକ ସର୍ଭର ମାଧ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକିଂ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଡିଜି ବି.କେ ଶର୍ମା ଆଜି ଏହି ସୂଚନା ଦେଇଛନ୍ତି। ତଥ୍ୟ ସଂଗ୍ରହ ପାଇଁ ଲେଟର୍ ଅଫ୍ ରିକ୍ୱେଷ୍ଟ ପନ୍ଥା ନିଆଯିବା ସହ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ମାଧ୍ୟମରେ ଚିଠି କରାଯିବ ବୋଲି ସେ କହିଛନ୍ତି। ଗତ ୩ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅଫିସିଆଲ୍ ୱେବସାଇଟ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିଥିଲା। ୱେବସାଇଟ୍‌ ଖୋଲିଲେ ବିଭ୍ରାନ୍ତିକର ବାର୍ତ୍ତା ବାହାରିଥିଲା। ନିଜକୁ ପାକିସ୍ତାନୀ ହ୍ୟାକର୍‌ […]

website

Rakesh Mallick
  • Published: Friday, 06 May 2016
  • , Updated: 06 May 2016, 06:23 AM IST

କଟକ: ଜର୍ମାନୀର ଏକ ସର୍ଭର ମାଧ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକିଂ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଡିଜି ବି.କେ ଶର୍ମା ଆଜି ଏହି ସୂଚନା ଦେଇଛନ୍ତି। ତଥ୍ୟ ସଂଗ୍ରହ ପାଇଁ ଲେଟର୍ ଅଫ୍ ରିକ୍ୱେଷ୍ଟ ପନ୍ଥା ନିଆଯିବା ସହ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ମାଧ୍ୟମରେ ଚିଠି କରାଯିବ ବୋଲି ସେ କହିଛନ୍ତି।

ଗତ ୩ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅଫିସିଆଲ୍ ୱେବସାଇଟ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିଥିଲା। ୱେବସାଇଟ୍‌ ଖୋଲିଲେ ବିଭ୍ରାନ୍ତିକର ବାର୍ତ୍ତା ବାହାରିଥିଲା। ନିଜକୁ ପାକିସ୍ତାନୀ ହ୍ୟାକର୍‌ ଟିମ୍‌ ବୋଲି ହ୍ୟାକର୍‌ ମେସେଜ୍‌ ଦେଇଥିଲା।

ଏହାପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଅଭିଯୋଗ କରିଥିଲେ।

ହ୍ୟାକ୍‌ ପରେ ସାମୟିକ ଭାବେ ବିଶ୍ୱବିଦ୍ୟାଳୟର ୱେବସାଇଟ୍‌କୁ ବନ୍ଦ କରି ଦିଆଯିବା ସହ ସଂଶୋଧନ ପରେ ପୁନଃ ଚାଲୁ କରାଯିବ ବୋଲି କୁଳପତି କହିଥିଲେ।

Related story