ୱେସ୍କୋ,ନେସ୍କୋ ଓ ସାଉଥକୋ ମାଲିକାନା ନେଇପାରନ୍ତି ଅଦାନୀ,ଟାଟା ଓ ଗୋଏଙ୍କା ଗ୍ରୁପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ସେସୁର ମାଲିକାନା ଟାଟା ପାୱାର ନେବାପରେ ଏବେ ୱେସ୍କୋ, ନେସ୍କୋ ଓ ସାଉଥକୋର ମାଲିକାନା ଘରୋଇ କମ୍ପାନୀ ହାତକୁ ଯିବାର ମାର୍ଗ ପ୍ରଶସ୍ତ ହୋଇଛି। ଏହି ୩ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀକୁ ବିକ୍ରି ନିମନ୍ତେ ଟେଣ୍ଡର ପ୍ରକ୍ରିୟା  ଶେଷ ହୋଇଥିବାବେଳେ ଆସନ୍ତା ୨-୩ମାସ ମଧ୍ୟରେ ବିଡିଂ ପ୍ରକ୍ରିୟା ଆରମ୍ଭ ହେବ। ଓଡ଼ିଶାର ଏହି ୩ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀର ମାଲିକାନା ନେବା ପାଇଁ ଏବେ ଗୌତମ […]

tata-power

tata-power

Tapas Behera
  • Published: Monday, 15 June 2020
  • Updated: 15 June 2020, 10:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ସେସୁର ମାଲିକାନା ଟାଟା ପାୱାର ନେବାପରେ ଏବେ ୱେସ୍କୋ, ନେସ୍କୋ ଓ ସାଉଥକୋର ମାଲିକାନା ଘରୋଇ କମ୍ପାନୀ ହାତକୁ ଯିବାର ମାର୍ଗ ପ୍ରଶସ୍ତ ହୋଇଛି। ଏହି ୩ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀକୁ ବିକ୍ରି ନିମନ୍ତେ ଟେଣ୍ଡର ପ୍ରକ୍ରିୟା  ଶେଷ ହୋଇଥିବାବେଳେ ଆସନ୍ତା ୨-୩ମାସ ମଧ୍ୟରେ ବିଡିଂ ପ୍ରକ୍ରିୟା ଆରମ୍ଭ ହେବ। ଓଡ଼ିଶାର ଏହି ୩ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀର ମାଲିକାନା ନେବା ପାଇଁ ଏବେ ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପ୍ , ଟାଟା ଗ୍ରୁପର ଟାଟା ପାୱାର ଓ ଆରପି-ସଞ୍ଜିବ ଗୋଏଙ୍କା ଗ୍ରୁପର  କମ୍ପାନୀ ସିଇଏସସି ଲିଃ ଅଧିକ ଆଗ୍ରହୀ ଥିବା ଜଣାପଡ଼ିଛି। ୱେସ୍କୋ, ନେସ୍କୋ ଓ ସାଉଥକୋ କମ୍ପାନୀର ପରିଚାଳନା ଦାୟିତ୍ୱରୁ ରିଲାଏନ୍ସ ଗ୍ରୁପକୁ ୨୦୧୫ ମସିହାରେ ବିଦା ହେବାପରେ ଏହି ୩ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀର ମାଲିକାନା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ପାଖରେ ରହିଛି।

ମିଳିଥିବା ସୂଚନା ଅନୁସାରେ, ବିଦ୍ୟୁତବଣ୍ଟନକାରୀ କମ୍ପାନୀ ସେସୁର ୫୧% ଶେୟାରକୁ ଟାଟା ପାୱାର ଅଧିଗ୍ରହଣ କରିସାରିଥିବାବେଳେ ୱେସ୍କୋ, ନେସ୍କୋ ଓ ସାଉଥକୋର ୧୦୦ ପ୍ରତିଶତ ଶେୟାର ଓଇଆରସିଙ୍କ ପାଖରେ ରହିଛି । ଗ୍ରୀଡକୋ ମାଧ୍ୟମରେ ଓଇଆରସି ଏହି ୩ଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀକୁ ପରିଚାଳନା କରୁଛନ୍ତି। ଏହି ୩ଟି କମ୍ପାନୀ ବ୍ରିକି ପାଇଁ ହୋଇଥିବା ନିଲାମ ପ୍ରକ୍ରିୟାରେ ଅଦାନୀ, ଟାଟା ଓ ଗୋଏଙ୍କା ଗ୍ରୁପ୍ ଆଗ୍ରହ ଦେଖାଇ ସେଥିରେ ସାମିଲ ହୋଇଛନ୍ତି । ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାର ପରିଚାଳନା ଅଭିଜ୍ଞତା ଏହି ୩ କମ୍ପାନୀର ପୂର୍ବରୁ ରହିଛି । ୱେସ୍କୋ ଓ ସାଉଥକୋ କମ୍ପାନୀର ବିକ୍ରି ଓ ନିଲାମ ପ୍ରକ୍ରିୟା ଦାୟିତ୍ୱ କ୍ରିସିଲକୁ ଦିଆଯାଇଥିବାବେଳେ ନେସ୍କୋର ବିକ୍ରି ଦାୟିତ୍ୱ ଡେଲୋଟ୍ଟିକୁ ମିଳିଛି। ରାଜ୍ୟର ଏହି ୩ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ୱେସ୍କୋ, ନେସ୍କୋ ଓ ସାଉଥକୋର କ୍ଷତି ବୃଦ୍ଧି ପାଇ ଚାଲିଥିବାବେଳେ ଋଣବୋଝ ମଧ୍ୟ ବଢ଼ିଚାଲିଛି। ତେଣୁ କରୋନା ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଏହି ୩ କମ୍ପାନୀକୁ ଘରୋଇକରଣ କରି ଆର୍ଥିକ ଚାପକୁ ହ୍ରାସ କରିବାକୁ ଚାହୁଁଥିବା ଜଣାପଡ଼ିଛି। କରୋନା ସଙ୍କଟ ଯୋଗୁ ବକେୟା ବିଦ୍ୟୁତ ବିଲ୍ ଆଦାୟ ହେବାର ସମ୍ଭାବନା ମଧ୍ୟ କ୍ଷୀଣ। ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ୱେସ୍କୋ ଓ ନେସ୍କୋ ଅଧୀଧରେ ରାଜ୍ୟର ଅଧିକାଂଶ ଶିଳ୍ପାଞ୍ଚଳ ରହିଛି। ଶିଳ୍ପ ଓ କଳକାରଖାନା ଯୋଗୁ ଏହି ଦୁଇ ବଣ୍ଟନକାରୀ ସଂସ୍ଥା ଉପରେ ବିଦ୍ୟୁତ ଲୋଡ୍ ମଧ୍ୟ ଅଧିକ। ତେଣୁ ବିଦ୍ୟୁତ ପରିବହନ ଓ ବଣ୍ଟନଜନିତ କ୍ଷତି ଏଡ଼ାଇବା ଏହି ୩ଟି କମ୍ପାନୀର ଘରୋଇକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଓଇଆରସି ଉପରେ ଚାପ ପଡ଼ୁଥିବା ଜଣାପଡ଼ିଛି। ଯେଉଁଥିପାଇଁ ସେସୁ ଭଳି ଏହି ୩ଟି କମ୍ପାନୀର ଘରୋଇକରଣ କରି ଆସନ୍ତା ଆର୍ଥିକ ବର୍ଷ ପୂର୍ବରୁ ତା’ର ମାଲିକାନା ସତ୍ତ୍ୱ ହସ୍ତାନ୍ତର ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ୧୯୯୯ ମସିହାରେ ଓଡ଼ିଶା ବିଦ୍ୟୁତ ବଣ୍ଟନକାରୀ କ୍ଷେତ୍ରର ଘରୋଇକରଣ କରି ୪ଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ଗଠନ କରିଥିଲେ। ମାତ୍ର  ରାଜ୍ୟର ୩ଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ୱେସ୍କୋ, ନେସ୍କୋ ଓ ସାଉଥକୋର ପରିଚାଳନା ଦାୟିତ୍ୱରେ ଥିବା ରିଲାଏନ୍ସ ଗ୍ରୁପର ଲାଇସେନ୍ସକୁ ୨୦୧୫ ମସିହାରେ ଓଇଆରସି ରଦ୍ଦ କରିବା ସହ ଏହି କମ୍ପାନୀଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ରିଲାଏନ୍ସ ଗ୍ରୁପ୍ ଉପରେ ଥିବା ବକେୟା ଅର୍ଥ ଆଦାୟ ମାମଲା ଏବେବି କୋର୍ଟଙ୍କ ବିଚାରାଧୀନ ରହିଛି।
ଟାଟା ପାୱାର ଯେଉଁଭଳି ଭାବେ ସେସୁ କମ୍ପାନୀର ମାଲିକାନା ନେଇଛି ସେଭଳି ଶୈଳୀରେ ଅନ୍ୟ ୩ଟି ବିଦ୍ୟୁତବଣ୍ଟନକାରୀ ସଂସ୍ଥାର ମାଲିକାନା ଘରୋଇ ସଂସ୍ଥା ହାତକୁ ଖୁବଶୀଘ୍ର ଯିବାର ସମ୍ଭାବନା ସୃଷ୍ଟି ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story