ଭାଇରାଲ୍ ଅଡ଼ିଓ ସହ କ’ଣ ଥିଲା ଲକ୍ଷ୍ମୀକାନ୍ତଙ୍କ ସାଲାରି ସ୍ଲିପ୍‌ର ସମ୍ପର୍କ ? କ’ଣ ଖୋଜୁଥିଲା ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିବାଦୀୟ ଭାଇରାଲ୍ ଅଡ଼ିଓ ମାମଲାରେ ବଡ଼ ଟ୍ୱିଷ୍ଟ । ପୁଲିସ ରିମାଣ୍ଡ ଅବଧି ସରିବା ପୂର୍ବରୁ ଜାମିନ୍‌ରେ ମୁକୁଳିଲେ ଦୁଇ ନିରୀହ ବ୍ୟକ୍ତି । ବଡ଼ କଥା ହେଉଛି ଯେଉଁ କମିଶନରେଟ୍ ପୁଲିସ ଅଡ଼ିଓର ଖୋଳତାଡ଼ ପାଇଁ ଉଭୟଙ୍କୁ ତିନିଦିନ ପାଇଁ ରିମାଣ୍ଡରେ ନେଇଥିଲା, ସେମାନଙ୍କୁ ଦେଢ଼ ଦିନ ନପୁରୁଣୁ ଆଜି କୋର୍ଟରେ ହାଜର କରିଥିଲା। ତେଣୁ ଏଇ ସମୟ ଭିତରେ ପୁଲିସ ଉଭୟଙ୍କଠୁ କେଉଁ ଷଡ଼ଯନ୍ତ୍ର ଥିଓରୀ ପାଇଲା, କିମ୍ବା ଜନମତ ଚାପରେ ଅବଧି […]

790-1

790-1

Tapas Behera
  • Published: Wednesday, 12 August 2020
  • Updated: 12 August 2020, 07:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିବାଦୀୟ ଭାଇରାଲ୍ ଅଡ଼ିଓ ମାମଲାରେ ବଡ଼ ଟ୍ୱିଷ୍ଟ । ପୁଲିସ ରିମାଣ୍ଡ ଅବଧି ସରିବା ପୂର୍ବରୁ ଜାମିନ୍‌ରେ ମୁକୁଳିଲେ ଦୁଇ ନିରୀହ ବ୍ୟକ୍ତି । ବଡ଼ କଥା ହେଉଛି ଯେଉଁ କମିଶନରେଟ୍ ପୁଲିସ ଅଡ଼ିଓର ଖୋଳତାଡ଼ ପାଇଁ ଉଭୟଙ୍କୁ ତିନିଦିନ ପାଇଁ ରିମାଣ୍ଡରେ ନେଇଥିଲା, ସେମାନଙ୍କୁ ଦେଢ଼ ଦିନ ନପୁରୁଣୁ ଆଜି କୋର୍ଟରେ ହାଜର କରିଥିଲା। ତେଣୁ ଏଇ ସମୟ ଭିତରେ ପୁଲିସ ଉଭୟଙ୍କଠୁ କେଉଁ ଷଡ଼ଯନ୍ତ୍ର ଥିଓରୀ ପାଇଲା, କିମ୍ବା ଜନମତ ଚାପରେ ଅବଧି ସରିବା ପୂର୍ବରୁ ଛାଡିବାକୁ ବାଧ୍ୟ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି।

କରୋନା ଚିକିତ୍ସା ଅନୁଭୂତିର ଅଡ଼ିଓ ଭାଇରାଲ୍ ମାମଲାରେ ଷଡ଼ଯନ୍ତ୍ରର ଥିଓରି କାଢ଼ିବାକୁ କମିଶନରେଟ୍ ପୁଲିସ ପ୍ରଥମେ କୋର୍ଟରେ ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା। ହେଲେ ୭ ଦିନ ବଦଳରେ କୋର୍ଟ ୩ ଦିନିଆ ରିମାଣ୍ଡ ମଂଜୁର କରିଥିଲେ। ହେଲେ ସେଇ ପୁଲିସ ଆଜି ତିନିଦିନିଆ ରିମାଣ୍ଡ ସରିବାର ପ୍ରାୟ ଦେଢ଼ ଦିନ ପୂର୍ବରୁ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ୍ ମହାନ୍ତିଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମଙ୍କ କୋର୍ଟରେ ହାଜର କରିଥିଲା । ଏହାପରେ ଉଭୟଙ୍କ ପକ୍ଷରୁ ହୋଇଥିବା ଜାମିନ୍ ଆବେଦନକୁ କୋର୍ଟ ମଂଜୁର କରିବା ପରେ ପୁଲିସ ହେପାଜତରୁ ମୁକୁଳିଛନ୍ତି ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତ୍। ଜଣେ ଜାମିନଦାର ଓ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟଙ୍କୁ ଜାମିନ ମିଳିଛି।

ଏଠି ପ୍ରଶ୍ନ ଆଇନ୍ ଆଗରେ ଅପରାଧୀ ସଜାଇଥିବା ଦୁଇ ଜଣ ନିରୀହଙ୍କ ଠାରୁ ଦେଢ଼ ଦିନରେ କେଉଁ ଷଡ଼ଯନ୍ତ୍ରର ତଥ୍ୟ ପାଇଲା ପୁଲିସ ? ନା ସ୍କ୍ରିପ୍ଟ ଅନୁଯାୟୀ ଆଗକୁ ବଢ଼ିପାରିଲାନି କମିଶନରେଟ୍ ପୁଲିସର ମିଶନ୍ ? ବାକ୍ ସ୍ୱାଧୀନତା ହନନର ଅଭିଯୋଗକୁ ନେଇ ଜନମତ ବଢୁଥିବା ଦେଖି ପଛଘୁଞ୍ଚା ଦେଲା କି ବ୍ୟବସ୍ଥା ? କରୋନା ମହାମାରୀରୁ ମୁକୁଳିଥିବା ଜଣେ ବ୍ୟକ୍ତି  ନିଜ ବନ୍ଧୁଙ୍କ ଆଗରେ ଚିକିତ୍ସା ସମୟର ଅନୁଭୂତି ବାଣ୍ଟିବା ଏବଂ ତାହା ଭାଇରାଲ୍ ହେବା ପରେ କାହିଁକି ଏତେ ପ୍ରତିକ୍ରିୟାଶୀଳ ହେଲା ବ୍ୟବସ୍ଥା ? ଲକ୍ଷ୍ମୀକାନ୍ତଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ଆକ୍ରୋଶ ଏମିତି ଥିଲା ଯେ ପୁଲିସ ଲକ୍ଷ୍ମୀକାନ୍ତଙ୍କ ମୋଟର ସାଇକେଲ୍ ଚାବିଠୁ ନେଇ ସାଲାରି ସ୍ଲିପ୍, ବ୍ୟାଙ୍କ ଡକ୍ଯୁମେଣ୍ଟ ବି ନେଇଛି । ପରିବାର ଲୋକେ ବୁଝିପାରୁନାହାନ୍ତି, ଭାଇରାଲ୍ ଅଡିଓ ସହ ଏସବୁର କଣ ସଂପର୍କ ? ଏପରିକି ପୁଲିସ ଏଭଳି ଅମାନବୀୟ ଆଚରଣ ପରଠୁ ଲକ୍ଷ୍ମୀକାନ୍ତଙ୍କ ବାପା-ମା ଶଯ୍ୟାଶାୟୀ ହୋଇପଡ଼ିଥିବା ଅଭିଯୋଗ କରିଥିଲେ ତାଙ୍କ ଭାଇ।

ଏପଟେ ପୁଲିସର ତିନିଦିନିଆ ରିମାଣ୍ଡ ଅବଧି ଦେଢ଼ଦିନରେ ସରିବା ପରେ ପ୍ରଶ୍ନ ଏୟା ବି ଉଠୁଛି, କୋଭିଡ୍ ପରିଚାଳନାରେ ଅନ୍ଧାଧୁନିଆ ଦୁର୍ନୀତିର ଅଭିଯୋଗକୁ ନେଇ ଅତି ମାତ୍ରାରେ ବିବ୍ରତ ବି ବ୍ୟବସ୍ଥାର ବଡ଼ ପଣ୍ଡା । ଏଥିପାଇଁ ଲକ୍ଷ୍ମୀକାନ୍ତ-ବିଶ୍ୱଜିତ୍ ଅଡିଓ ପ୍ରକରଣ ଯେକୌଣସି ମତେ ସାଧାରଣ ଲୋକଙ୍କ ସ୍ୱରକୁ ଚପାଇ ଦେବା ପ୍ରଚେଷ୍ଟାର ଅଂଶ ବିଶେଷ ଥିଲା କି? ଉଭୟଙ୍କ ବିରୋଧରେ ବେଆଇନ୍ କାର୍ଯ୍ୟାନୁଷ୍ଠାନକୁ ନେଇ ଆଇନଜିବୀଙ୍କ ସମାଲୋଚନା ପରେ ନିଜେ କାଠଗଡ଼ାକୁ ଆସି ଯଇଛନ୍ତି କି ସରକାର ? ଯଦି ଏ ଭାଇରାଲ୍ ଅଡ଼ିଓକୁ ନେଇ ଏତେ ଆପତ୍ତି , କୋଭିଡ୍ ପରିଚାଳନା ନେଇ ପ୍ରଶ୍ନ ଉଠାଇ ସୋଶାଲ୍ ମିଡିଆରେ ଗଦା ଗଦା ଭାଇରାଲ୍ ଭିଡିଓର ତଦନ୍ତ କରିବେ କି ସରକାର? ନିଜ ବାଟରେ ନଯାଇ ବ୍ୟବସ୍ଥାର ବଂଶୀ ସ୍ୱରରେ ନାଚୁଥିବା କମିଶନରେଟ୍ ପୁଲିସ ଆଗକୁ ବି ଏଇ ବିବାଦୀୟ ଅଡିଓ ପଛରେ ପଡ଼ିବ ନା ନା କୋଭିଡ୍ ନିୟନ୍ତ୍ରଣ ନେଇ ଥିବା ନିଜ ଗୁରୁ ଦାୟିତ୍ୱ ଉପରେ ଫୋକସ୍ କରିବ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଜନତା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story