ମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ଅଚାନକ ବଦଳି ପଛର କାରଣ କ’ଣ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ଅଚାନକ ବଦଳି ପଛର କାରଣ କଣ? ଅତର୍କିତ ବଦଳିକୁ ନେଇ ପାୱାର କରିଡରରେ କମ୍ପନ। ପାୱାରଫୁଲ୍ ମନ୍ତ୍ରୀ ଆରୁଖଙ୍କ ସହ ୧୨ ବର୍ଷ ଧରି କାମ କରିଥିବା ପିଏସ୍ ଦୀପ୍ତିରଂଜନ ବେହେରାଙ୍କୁ ରାତି ଅଧିଆ କୋରାପୁଟ୍ ବଦଳିକୁ ନେଇ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବ ମହଲରେ ଚର୍ଚ୍ଚା । ଖୋଲାଖୋଲି ନା କେହି ମୁହଁ ଖୋଲୁଛନ୍ତି, ନା ତଥ୍ୟ ଦେଉଛନ୍ତି । ତେବେ […]

690

690

Tapas Behera
  • Published: Saturday, 07 August 2021
  • Updated: 07 August 2021, 07:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ଅଚାନକ ବଦଳି ପଛର କାରଣ କଣ? ଅତର୍କିତ ବଦଳିକୁ ନେଇ ପାୱାର କରିଡରରେ କମ୍ପନ। ପାୱାରଫୁଲ୍ ମନ୍ତ୍ରୀ ଆରୁଖଙ୍କ ସହ ୧୨ ବର୍ଷ ଧରି କାମ କରିଥିବା ପିଏସ୍ ଦୀପ୍ତିରଂଜନ ବେହେରାଙ୍କୁ ରାତି ଅଧିଆ କୋରାପୁଟ୍ ବଦଳିକୁ ନେଇ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବ ମହଲରେ ଚର୍ଚ୍ଚା । ଖୋଲାଖୋଲି ନା କେହି ମୁହଁ ଖୋଲୁଛନ୍ତି, ନା ତଥ୍ୟ ଦେଉଛନ୍ତି । ତେବେ କଣ ବିଗାଡ଼ି ଦେଲା କି  ସୌମ୍ୟରଂଜନ ମୃତ୍ୟୁ ମାମଲାକୁ ଚପାଇ ଦେବା ପାଇଁ ଉଠିଥିବା ଷଡ଼ଯନ୍ତ୍ର ଅଭିଯୋଗ? କାରଣ ଜଙ୍ଗଲ ବିଭାଗର ଅଫିସର୍ ACF ସୌମ୍ୟରଂଜନ ମହାପାତ୍ର ଜଳିପୋଡ଼ି ଜୀବନ ହରାଇବାର ୨୬ଦିନ ପରେ ବି ସାମ୍ନାକୁ ଆସିପାରୁନି ସତ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ରୋଷେୟା ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ନାଁ ଏଫ୍ଆଇଆରରେ ଥିଲେ ବି ଏଯାଏଁ ହୋଇନି କାର୍ଯ୍ୟାନୁଷ୍ଠାନ।  ଷଡ଼ଯନ୍ତ୍ର ପଛରେ ଜଙ୍ଗଲ ମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ ପରିବାର ଲୋକେ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇ ନ୍ୟାୟ ଲୋଡ଼ିଥିଲେ। ତାହାରି ଭିତରେ ମନ୍ତ୍ରୀଙ୍କ ପିଏସ୍ ଦୀପ୍ତିରଂଜନଙ୍କୁ ରାତିଅଧିଆ ବଦଳି ପରେ ପରିବାର ଲୋକେ ମନ୍ତ୍ରୀ ବି ପଦରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ।

୨୦୦୯ରେ ବିକ୍ରମ ଆରୁଖ ମନ୍ତ୍ରୀ ହେବା ପରେ ଦୀପ୍ତିରଂଜନ ତାଙ୍କ ଓଏସ୍ଡି ଭାବେ ଯୋଗଦେଇଥିଲେ । ପରବର୍ତ୍ତୀ ସମୟରେ ଅନୁଶାସନ ସଚିବ, ଉପସଚିବ, ଯୁଗ୍ମ ସଚିବ ଏବଂ ବ୍ୟକ୍ତିଗତ ସଚିବ ଭାବେ ପଦୋନ୍ନତି ପାଇଥିଲେ । ଆରୁଖଙ୍କ ସହ ଦୀର୍ଘ ୧୨ ବର୍ଷ କାମ କରିବା ପରେ ଗତ ଅଗଷ୍ଟ ୨ରେ ଦୀପ୍ତିଙ୍କୁ ହଠାତ୍ କେବିକେର ଯୁଗ୍ମ ପ୍ରଶାସକ ଭାବେ କୋରାପୁଟ୍ ବଦଳି କରାଯାଇଛି । ମନ୍ତ୍ରୀଙ୍କ ଅଗୋଚରରେ ଅତର୍କିତ ଭାବେ ଏହି ବଦଳି କରାଯାଇଥିବା ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଇଛି। ତେବେ ବଦଳି ପଛରେ ଅସଲ କାରଣ କଣ ? ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ମନ୍ତ୍ରୀଙ୍କ ପିଏସ୍ ଦୀପ୍ତିରଂଜନ ବେହେରାଙ୍କ ମଧ୍ୟରେ ରହିଛି କି ସମ୍ପର୍କ? ଯଦି ସମ୍ପର୍କ ଅଛି, ତାହେଲେ ମନ୍ତ୍ରୀଙ୍କ କ୍ଷମତା ଆଢୁଆଳରେ ରହି ଘଣ୍ଟ ଘୋଡାଉଥିଲେ କି ଡିଏଫ୍ଓଙ୍କୁ? ପୂର୍ବତନ ପ୍ରଶାସକଙ୍କ ମତ କହୁଛି, ସାଧାରଣତଃ ଅଧିକାଂଶ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଦବଦବା ଥାଏ ମିନିଷ୍ଟ୍ରି କରିଡରରେ।  ତେଣୁ ବଦଳି ପଛରେ ସେଭଳି ଗନ୍ଧ ଆସୁଛି।

ଅଡୁଆ ଖିଅରେ ଛନ୍ଦି ହୋଇଥିବା ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଡିଏଫ୍ଓ, ବିଦ୍ୟାଭାରତୀଙ୍କ ସହ ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରିସାରିଛି ପୁଲିସ। ଅଥଚ ସୌମ୍ୟ ନିଆଁ ଲାଗିବା ଦିନ ସାଙ୍ଗରେ ଥିବା ପତ୍ନୀ ବିଦ୍ୟାଭାରତୀଙ୍କୁ କାହିଁକି ପାରଳାଖେମୁଣ୍ଡି ଆଣି ସିନ୍ ରିକ୍ରିଏଟ୍ କରାଯାଉନି ? ଦାମ୍ପତ୍ୟ କଳହ କଥା କହିଥିବା ପୁଲିସ କାହିଁକି ସ୍ପଷ୍ଟ କରୁନି  ? କଣ ଘଟିଥିଲା ସେଦିନ ରାତିରେ ? କେଉଁ ଆଧାରରେ ଥରୁଟିଏ ପଚରାଉଚୁରାରେ DFOଙ୍କୁ କ୍ଲିନଚିଟ୍ ଦେଇଦେଲେ ଏସ୍ପି ।  ଏଭଳି ଏକାଧିକ ପ୍ରଶ୍ନ ଭିତରେ ଜଙ୍ଗଲ ମନ୍ତ୍ରୀଙ୍କ ପିଏସ୍ଓ ଅତର୍କିତ ବଦଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ଦଳର ରାଜନେତା। ତେବେ ଏ ସମ୍ପର୍କରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ଯୋଗାଯୋଗ କରାଯାଇଥିଲେ ପ୍ରତିକ୍ରିୟା ମିଳିବା ବି ସମ୍ଭବ ହୋଇପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story