କେଉଁ ନାଁରେ ନାମିତ ହେବ ଭୁବନେଶ୍ୱର ଏମ୍ସ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେଉଁ ନାଁରେ ନାମିତ ହେବ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)? ରାଜ୍ୟର କୌଣସି ବରପୁତ୍ର କିମ୍ୱା ସ୍ୱାଧୀନତା ସଂଗ୍ରାମୀଙ୍କ ନାଁକୁ ବଦଳିବ କି ଏମ୍ସ? କୌଣସି ଜଣାଶୁଣା ଐତିହ୍ୟସ୍ଥଳ କିମ୍ୱା ଐତିହାସିକ ଘଟଣାବଳୀକୁ ମିଳିବ କି ପ୍ରାଧାନ୍ୟ? ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କଲେଣି ବୟାନବାଜୀ। ବିଜେପି କହିଛି, ଓଡ଼ିଶାପ୍ରଦେଶ ଗଠନରେ ଯାହାଙ୍କ ବାସ୍ତବ ଭୂମିକା ରହିଛି, ସେହିଭଳି ମହାମାନବଙ୍କ ନାଁରେ ଭୁବନେଶ୍ୱର ଏମ୍ସ […]

AIIMS

  • Published: Thursday, 25 August 2022
  • , Updated: 25 August 2022, 08:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେଉଁ ନାଁରେ ନାମିତ ହେବ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)? ରାଜ୍ୟର କୌଣସି ବରପୁତ୍ର କିମ୍ୱା ସ୍ୱାଧୀନତା ସଂଗ୍ରାମୀଙ୍କ ନାଁକୁ ବଦଳିବ କି ଏମ୍ସ? କୌଣସି ଜଣାଶୁଣା ଐତିହ୍ୟସ୍ଥଳ କିମ୍ୱା ଐତିହାସିକ ଘଟଣାବଳୀକୁ ମିଳିବ କି ପ୍ରାଧାନ୍ୟ? ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କଲେଣି ବୟାନବାଜୀ।

ବିଜେପି କହିଛି, ଓଡ଼ିଶାପ୍ରଦେଶ ଗଠନରେ ଯାହାଙ୍କ ବାସ୍ତବ ଭୂମିକା ରହିଛି, ସେହିଭଳି ମହାମାନବଙ୍କ ନାଁରେ ଭୁବନେଶ୍ୱର ଏମ୍ସ ନାମିତ ହେଉ। ତେବେ ସେଥିପାଇଁ ବୁଦ୍ଧିଜୀବୀ, ସାମାଜିକ ସଂସ୍ଥା ଓ ରାଜନୈତିକ ଦଳମାନଙ୍କ ପରାମର୍ଶ ଏକାନ୍ତ ଆବଶ୍ୟକ। ସେହିପରି କଂଗ୍ରେସ କହିଛି, ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଚର ହରେକୃଷ୍ଣ ମହତାବଙ୍କ ନାଁ ସବୁଠୁ ଶ୍ରେଷ୍ଠ। ତେଣେ ବିଜେଡି କହିଛି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଭୁବନେଶ୍ୱର ଏମ୍ସ ନାମିତ ହେଲେ ଅଧିକ ଭଲ ହେବ।

ସୂଚନାରୁ ପ୍ରକାଶ, ଭାରତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ରାଜଧାନୀ ଦିଲ୍ଲୀକୁ ମିଶାଇ ଦେଶର ସମସ୍ତ ୨୩ଟି ଯାକ ଏମ୍ସର ଆଞ୍ଚଳିକ ସ୍ତରକୁ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ନାମକରଣ ପାଇଁ ନିଷ୍ପତ୍ତି ହୋଇଛି। ସେଥିପାଇଁ ସବୁ ଏମ୍ସକୁ ପ୍ରସ୍ତାବିତ ନାଁ ପଠାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା। ଇତିମଧ୍ୟରେ ଅଧିକାଂଶ ଏମ୍ସ ନିଜର ମତାମତ ଜଣାଇ ସାରିଛନ୍ତି। ଉଭୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ୧୯ଟି ଓ ନିର୍ମାଣାଧୀନ ବାକି ମେଡିକାଲମାନେ ମଧ୍ୟ ନାମକରଣ ପ୍ରସ୍ତାବିତ ତାଲିକା ପଠାଇଲେଣି।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏମ୍ସକୁ ମିଶାଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ୬ଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନମାନଙ୍କର ନାଁ ବଦଳାଇବାକୁ ସ୍ଥିର ହୋଇଛି। ସେଗୁଡ଼ିକ ହେଲା ପାଟନା, ରାୟପୁର, ଭୋପାଳ, ଯୋଦ୍ଧପୁର ଓ ରିଷିକେଶ ଏମ୍ସ। ବାକି ଗୁଡ଼ିକୁ ଦ୍ୱିତୀୟ ପର୍ଯ୍ୟାୟକୁ ରଖାଯାଇଛି। ପ୍ରତ୍ୟକ ସଂସ୍ଥାନ ନିର୍ଦ୍ଧାରିତ ୪ଟି କ୍ୟାଟେଗୋରୀରୁ ନାଁ ସ୍ଥିର କରି ପଠାଇବେ। ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର ସରକାର ନେବେ।

ତେବେ ଦେଶର ଏଭଳି ସର୍ବୋଚ୍ଚ ମେଡିକାଲ ସଂସ୍ଥାମାନଙ୍କ ନାମ ପରିବର୍ତ୍ତନକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।

Related story