ଆଗକୁ କେଉଁ ଦଳକୁ ଯିବେ ପ୍ରଦୀପ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ। ଆଉ କେଉଁ ରାଜନୈତିକ ଦଳରେ ଯୋଗ ଦେବ କି ପ୍ରଦୀପ। ଏସବୁ ପ୍ରଶ୍ନର ଉତ୍ତର ଆଜି ସେ ଗଣମାଧ୍ୟମକୁ ଦେଇଛନ୍ତି। ସେ କହିଛନ୍ତି, ପରବର୍ତ୍ତୀ ପଦେକ୍ଷପ ବିଷୟରେ ଏଯାଏ ମୁଁ ଚିନ୍ତା କରି ନାହିଁ। ଶ୍ରୀ ପାଣିଗ୍ରାହୀ କହିଛନ୍ତି, ମୁଁ ଯଦି ଭୁଲ କରିଛି ତେବେ ଦଣ୍ଡ ପାଇବା ଉଚିତ୍‌।  ଦଳ ଭିତରେ ଭୁଲ ବୁଝାମୁଣା ହୁଏ, […]

7bv

Tapas Behera
  • Published: Monday, 30 November 2020
  • , Updated: 01 December 2020, 07:21 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ। ଆଉ କେଉଁ ରାଜନୈତିକ ଦଳରେ ଯୋଗ ଦେବ କି ପ୍ରଦୀପ। ଏସବୁ ପ୍ରଶ୍ନର ଉତ୍ତର ଆଜି ସେ ଗଣମାଧ୍ୟମକୁ ଦେଇଛନ୍ତି। ସେ କହିଛନ୍ତି, ପରବର୍ତ୍ତୀ ପଦେକ୍ଷପ ବିଷୟରେ ଏଯାଏ ମୁଁ ଚିନ୍ତା କରି ନାହିଁ।

ଶ୍ରୀ ପାଣିଗ୍ରାହୀ କହିଛନ୍ତି, ମୁଁ ଯଦି ଭୁଲ କରିଛି ତେବେ ଦଣ୍ଡ ପାଇବା ଉଚିତ୍‌।  ଦଳ ଭିତରେ ଭୁଲ ବୁଝାମୁଣା ହୁଏ, ସମ୍ପର୍କ ଭାଙ୍ଗେ ଓ ଗଢ଼େ ମଧ୍ୟ। କାହାର ଉଚ୍ଚାକାଂକ୍ଷା ମଧ୍ୟ ଥାଏ। ରାଜନୈତିକ ଦଳରେ ଏସବୁ ନୂଆ କଥା ନୁହେଁ। କ୍ଷମତା କେନ୍ଦ୍ରରେ ଷଡ଼ଯନ୍ତ୍ର ହେଉଛି ଖେଳର ଏକ ଅଂଶ।

ସେ କହିଛନ୍ତି, ଆମେ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାମ କରୁଥିଲୁ । ଏବେ ପରିବର୍ତ୍ତନ ଆସିଛି କିଛି ନୂଆ ଯୁବକମାନଙ୍କୁ ସୁଯୋଗ ଦିଆଯିବ। ଆମେ ତ’ ସ୍ଥାୟୀଭାବେ ରହିବୁନି। ଏହା ନିରନ୍ତର ପ୍ରକ୍ରିୟା। ଏଥିରେ କିଛି ପ୍ରବେଶ କରିବେ । କିଛି ବାହାରିବେ। ମୋତେ ଛାଡ଼ିଦିଅ ବୋଲି କହିଥିଲେ ମୁଁ ଦଳ ଛାଡ଼ିଦେଇ ଥାଆନ୍ତି। ମୋର ସେମିତି କିଛି ଇଛା ନାହିଁ। ଏମିତି ନୁହେଁ ଯେ, କ୍ଷମତା ଥିଲେ ବଞ୍ଚିବୁ ନଚେତ ମରିଯିବୁ ।

ଶ୍ରୀ ପାଣିଗ୍ରାହୀ ପୁଣି ସେହି ପୁରୁଣା କଥାକୁ ଦୋହରାଇଛନ୍ତି। ସେ କହିଛନ୍ତି, ଦଳରେ ତୀବ୍ର ଅସନ୍ତୋଷ ରହିଛି। ଗଞ୍ଜାମରେ ବି ରହିଛି।

Related story