କେବେ ସରିବ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ କାମ

ରାଉରକେଲା(ପବନ ତିଓ୍ୱାରୀ): କେବେ ସରିବ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ କାମ ? କୁହାଯାଉଥିଲା ଜୁନ ୨୦୨୧ ସୁଦ୍ଧା ବ୍ରିଜ କାମ ସରିବ ବୋଲି । କିନ୍ତୁ କାମର ଧିର ମନ୍ଥର ଗତିକୁ ଦେଖିଲେ ଲାଗୁଛି ଏହା ୨୦୨୨ ଜୁନ ହୋଇଯିବ ବୋଲି । ଅନ୍ୟପଟେ ବ୍ରାହ୍ମଣୀ ବ୍ରିଜର ଅବସ୍ଥା ନ କହିବା ଭଲ । ବ୍ରିଜ ଉପରେ ପଡିଥିବା ଦୁଇ ଦୁଇଟି ବଡ ଲୁହା ପ୍ଲେଟ ଅବସ୍ଥା ଏବେ ଖରାପ । ଲୁହା ପ୍ଲେଟ ଧସିବାକୁ ବସିଲାଣି […]

nnn

Tapas Behera
  • Published: Sunday, 07 February 2021
  • , Updated: 07 February 2021, 04:38 PM IST

ରାଉରକେଲା(ପବନ ତିଓ୍ୱାରୀ): କେବେ ସରିବ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ କାମ ? କୁହାଯାଉଥିଲା ଜୁନ ୨୦୨୧ ସୁଦ୍ଧା ବ୍ରିଜ କାମ ସରିବ ବୋଲି । କିନ୍ତୁ କାମର ଧିର ମନ୍ଥର ଗତିକୁ ଦେଖିଲେ ଲାଗୁଛି ଏହା ୨୦୨୨ ଜୁନ ହୋଇଯିବ ବୋଲି । ଅନ୍ୟପଟେ ବ୍ରାହ୍ମଣୀ ବ୍ରିଜର ଅବସ୍ଥା ନ କହିବା ଭଲ । ବ୍ରିଜ ଉପରେ ପଡିଥିବା ଦୁଇ ଦୁଇଟି ବଡ ଲୁହା ପ୍ଲେଟ ଅବସ୍ଥା ଏବେ ଖରାପ । ଲୁହା ପ୍ଲେଟ ଧସିବାକୁ ବସିଲାଣି । ପୁଣି ଅନବରତ ଗାଡିମଟର ଯିବା ଆସିବା ଫଳରେ ବ୍ରିଜର ଲାଇଫ ମଧ୍ୟ କମୁଛି।  ଲୋକେ ତ ଏବେ ବ୍ରିଜ ଉପରେ ଯିବାକୁ ଭୟ କଲେଣି । କେତେବେଳେ ଯେ ବ୍ରିଜ ଗଳି ପଡିବ ଭୟ ଘାରିଛି ସମସ୍ତଙ୍କୁ ।

ବ୍ରିଜ୍‌ ପାରିହେବାକୁ ଲାଗୁଛି ଘଣ୍ଟା ଘଣ୍ଟା ସମୟ । ଲୋକେ କହିଲେଣି ଏହା କଟକ ଭୁବନେଶ୍ୱର ହୋଇଥିଲେ ଏତେବେଳେକୁ ଗୋଟିଏ କଣ ଚାରିଟା ବ୍ରିଜ ହୋଇଥାନ୍ତା । କେବଳ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି।

ଅନ୍ୟପଟେ ଆଜି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଦ୍ୱିତୀୟ ବ୍ରାହ୍କଣୀ ବ୍ରିଜ କାମ ବୁଲି ଦେଖିଛନ୍ତି । ସେ କହିଛନ୍ତି କରୋନା ପାଇଁ କାମ ବିଳମ୍ବ ହୋଇଛି। ତା ସହ କେମିତି ଶୀଘ୍ର କାମ ସରିବ ସେନେଇ ସେ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ବ୍ରିଜ କାମ ନେଇଛନ୍ତି ଏନଏଚ୍‌ଆଇ କତ୍ତୃର୍ପକ୍ଷ । କତ୍ତୃର୍ପକ୍ଷ କହିଛନ୍ତି ଚଳିତ ବର୍ଷ ଶେଷ ସୁନ୍ଧା ସମସ୍ତ କାମ ସରିବ। କିନ୍ତୁ କାମ ଯେଉଁ ମନ୍ଥର ଗତିରେ ଆଗେଇଛି ତାହା ଚଳିତ ବର୍ଷ ମଧ୍ୟ ଶେଷ ହେବ କି ନାହିଁ ତାହା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

Related story