‘ଚନ୍ଦ୍ରଶେଖରପୁରରେ ୩୦କୋଟିର ବେନାମୀ ସମ୍ପତ୍ତି ରଖିଥିବା ମନ୍ତ୍ରୀ କିଏ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଡ଼ବଡ଼ିଆ ଓ ପ୍ରଭାବଶାଳୀ ଲୋକଙ୍କ ଜବରଦଖଲରେ ଥିବା ରାଜ୍ୟର ମୂଲ୍ୟବାନ ସରକାରୀ ଜମିକୁ ଫେରାଇ ଆଣିବା ପାଇଁ ଗଠନ ହୋଇଥିବା ‘ସ୍ପେଶାଲ ସେଲ୍’କୁ ଜାଣିଶୁଣି ସବୁଦିନ ପାଇଁ ବନ୍ଦ କରିଦିଆଗଲା। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପ୍ରାୟ ୩୦କୋଟି ଟଙ୍କାର ଏକ ସରକାରୀ ଜମିକୁ ଜଣେ ମନ୍ତ୍ରୀ ନିଜର ବେନାମୀ ସମ୍ପତ୍ତି ଭାବେ ଜବରଦଖଲରେ ରଖିଛନ୍ତି। ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥା ନାଁରେ ବରିଷ୍ଠ ସରକାରୀ ଅଫିସରମାନେ ମୂଲ୍ୟବାନ ଜମି ଜବରଦଖଲରେ ରଖିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା […]

b-909-750x430

b-909-750x430

Manoranjan Sial
  • Published: Monday, 16 December 2019
  • Updated: 16 December 2019, 09:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଡ଼ବଡ଼ିଆ ଓ ପ୍ରଭାବଶାଳୀ ଲୋକଙ୍କ ଜବରଦଖଲରେ ଥିବା ରାଜ୍ୟର ମୂଲ୍ୟବାନ ସରକାରୀ ଜମିକୁ ଫେରାଇ ଆଣିବା ପାଇଁ ଗଠନ ହୋଇଥିବା ‘ସ୍ପେଶାଲ ସେଲ୍’କୁ ଜାଣିଶୁଣି ସବୁଦିନ ପାଇଁ ବନ୍ଦ କରିଦିଆଗଲା। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପ୍ରାୟ ୩୦କୋଟି ଟଙ୍କାର ଏକ ସରକାରୀ ଜମିକୁ ଜଣେ ମନ୍ତ୍ରୀ ନିଜର ବେନାମୀ ସମ୍ପତ୍ତି ଭାବେ ଜବରଦଖଲରେ ରଖିଛନ୍ତି। ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥା ନାଁରେ ବରିଷ୍ଠ ସରକାରୀ ଅଫିସରମାନେ ମୂଲ୍ୟବାନ ଜମି ଜବରଦଖଲରେ ରଖିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ସରକାରୀ ଜମିକୁ ଜବରଦଖଲମୁକ୍ତ କରାଯିବା ଘଟଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଥିଲା, ମାତ୍ର ସେ ଏହାକୁ ନେଇ ବିଶେଷ ଆଗ୍ରହ ଦେଖାଇନଥିଲେ। ୨୦୧୨ ଫେବୃୟାରୀରୁ ୨୦୧୫ ଏପ୍ରିଲ ମାସ ପର୍ଯ୍ୟନ୍ତ ରାଜସ୍ୱ ଓ ବିପର୍ଯ୍ୟୟ ସଚିବ ଭାବେ କାର୍ଯ୍ୟ କରିବାବେଳେ ଅବସରପ୍ରାପ୍ତ ଆଇଏଏସ୍ ତାରାଦତ୍ତ ନିଜର ଅନୁଭୂତିକୁ ତାଙ୍କ ପୁସ୍ତକ ‘ହାଇଲ୍ୟାଣ୍ଡର୍ସ ପ୍ଲେନସ୍ପିକ୍’ରେ ଉଲ୍ଲେଖ କରିଛନ୍ତି।

ତାରାଦତ୍ତ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ସେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ ଥିବାବେଳେ ସରକାରୀ ଜମିକୁ ଜବରଦଖଲମୁକ୍ତ କରିବା ପାଇଁ ଏକ ସ୍ପେଶାଲ ସେଲ୍ ଗଠନ କରିଥିଲେ। କିନ୍ତୁ ସେ ବଦଳି ହେବାପରେ ଏହି ସେଲକୁ ଉଚ୍ଛେଦ କରିଦିଆଗଲା। ରାଜସ୍ୱ ବିଭାଗରେ ତାଙ୍କର କାର୍ଯ୍ୟକାଳର ଶେଷଆଡ଼କୁ ନିଜେ ବିଭାଗୀୟ ମନ୍ତ୍ରୀ ତାଙ୍କୁ ସରକାରୀ ଜମିକୁ ଜବରଦଖଲମୁକ୍ତ ପାଇଁ କାର୍ଯ୍ୟାନୁଷ୍ଠାନ ନକରିବା ପାଇଁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ସହରର ଉପକଣ୍ଠରେ ଥିବା ଅଞ୍ଚଳରେ ଜଣେ ବିଲଡର କିଛି ପରିମାଣର ସରକାରୀ ଜମିକୁ କବଜା କରି ବ୍ୟାପକ କୋଠା ନିର୍ମାଣ କରୁଥିଲା। ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ସେତେବେଳେ ବିଭାଗୀୟ ମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଥିଲେ ବି ଏହା ତାଙ୍କ ପକ୍ଷେ ବନ୍ଦ କରିବା ସମ୍ଭବପର ନୁହେଁ ବୋଲି ତାରାଦତ୍ତ ରୋକଠୋକ୍ ଜଣାଇଦେଇଥିଲେ।

ସେହିପରି ସରକାରୀ ଜମିକୁ ଜବରଦଖଲମୁକ୍ତ କରିବା ପ୍ରକ୍ରିୟା ଚାଲିଥିବାବେଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ବିଶାଳ ସରକାରୀ ଜମି ତାଙ୍କ ନଜରକୁ ଆସିଥିଲା। ଜବରଦଖଲରେ ଥିବା ଏହି ଜମିକୁ ଖୋଳତାଡ଼ କରିବାପରେ ତାହା ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ବେନାମୀ ସମ୍ପତ୍ତି ବୋଲି ଜଣାପଡ଼ିଥିଲା। ଏହି ଜମିର ବଜାର ଦର ପ୍ରାୟ ୩୦କୋଟି ଟଙ୍କା ହେବ।
ସେହିପରି ଜଟଣୀ ତହସିଲ ଅଞ୍ଚଳରେ ଏକ ଘରୋଇ ବିଶ୍ୱବିଦ୍ୟାଳୟ ମାଲିକଙ୍କୁ ୧୫ଏକର ଜମି ଇଡକୋ ପକ୍ଷରୁ ରିହାତି ଦରରେ ଯୋଗାଇ ଦିଆଯାଇଥିଲା। କିନ୍ତୁ ସେ ସେହି ଜମିକୁ ଲାଗି ଆଉ ୧୫ଏକର ସରକାରୀ ଜମିକୁ ଜବରଦଖଲରେ ରଖିଥିଲେ। ସେତେବେଳେ ମୁଖ୍ୟ ସଚିବ, ଅତିରିକ୍ତ ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ଏହି ବିଶ୍ୱବିଦ୍ୟାଳୟ ମାଲିକଙ୍କ ବିରୁଦ୍ଧରେ ଜଟଣୀ ତହସିଲଦାର ସାହାସ କରିପାରୁନଥିଲେ। ତେବେ ବାରମ୍ବାର ତାଗିଦ୍ ପରେ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ନିମନ୍ତେ ସେ ପ୍ରକ୍ରିୟା ଆରମ୍ଭ କରିଥିଲେ।

ଏହି ଜବରଦଖଲମୁକ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ବିଶ୍ୱବିଦ୍ୟାଳୟ ମାଲିକ ସମ୍ପୃକ୍ତ ଜମି ତାଙ୍କୁ ଆବଣ୍ଟିତ ହୋଇଛି ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମଧ୍ୟ ଜବରଦଖଲମୁକ୍ତ କରିବା ଉପରେ ରହିତାଦେଶ ଜାରି କରି ଜିପିଏସ୍ ଟୋକ୍ନୋଲୋଜି ମାଧ୍ୟମରେ ଉକ୍ତ ଜମିର ପୁନଃ ସୀମା ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦେଲେ। ସମସ୍ତ ଖର୍ଚ୍ଚ ସେହି ବିଶ୍ୱବିଦ୍ୟାଳୟ ମାଲିକ ବହନ କରିବେ ବୋଲି କୋର୍ଟ କହିଲେ । ମାତ୍ର ଖର୍ଚ୍ଚ ବହନ କରିବାକୁ ସମ୍ପୃକ୍ତ ବ୍ୟକ୍ତି ମନା କରିବା ସହ ତାଙ୍କ ଉପରେ ସବୁ ମାଧ୍ୟମରେ ଚାପ ପକାଇଥିଲା। ତାଙ୍କର ବଦଳିକୁ ସେତେବେଳେ ମୁଖ୍ୟ ସଚିବ ଯୁଗଳ ମହାପାତ୍ର ମଧ୍ୟ ବିରୋଧ କରିଥିଲେ। ସମ୍ପୃକ୍ତ ବ୍ୟକ୍ତି ପୁଣିଥରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କର ବ୍ୟକ୍ତିଗତ ପକ୍ଷ ଶୁଣିବା ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଆଉ କୋର୍ଟ ଏଥିପାଇଁ ୪୫ଦିନ ସମୟ ଦେଇଥିଲେ ଓ ସେହି ସମୟରେ ନୂଆ ମୁଖ୍ୟ ସଚିବ ମଧ୍ୟ ଯୋଗ ଦେଇଥିଲେ। ଆଉ ସମ୍ପୃକ୍ତ ବ୍ୟକ୍ତି ଜବରଦଖଲ କରିଥିବା ୧୫ଏକର ଜମିକୁ ଆଇନଗତ ଭାବେ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାହାକି ସରକାରୀ ନିୟମର ଖୋଲାଖୋଲି ଉଲ୍ଲଘଂନ ଥିଲା।

ସେହିପରି ସରକାରୀ ଜମିକୁ ଜବରଦଖଲମୁକ୍ତ କରି ସେ ରାଜସ୍ୱ ଅଫିସରଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନ କୋଠା ନିର୍ମାଣ କରାଇଥିଲେ। ମୁଖ୍ୟମନ୍ତ୍ରୀ ସେହି କୋଠାକୁ ଉଦଘାଟନ କରିବାକୁ ଯିବାବେଳେ ସେ ନିଜେ ତାଙ୍କୁ ଏହି ଉଚ୍ଛେଦ ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅନାଗ୍ରହ ଦେଖାଇଥିଲେ ଓ ଲାଗୁଥିଲା ଯେମିତି ମୁଖ୍ୟମନ୍ତ୍ରୀ ଏଭଳି ଉଚ୍ଛେଦ ଚାହୁଁନାହାନ୍ତି। ସେହି ପ୍ରଶିକ୍ଷଣ କେନ୍ଦ୍ର ପାଖରେ ଏବେବି ୫ଏକର ସରକାରୀ ମୂଲ୍ୟବାନ ଜମି ଜବରଦଖଲରେ ରହିଛି।

ସ୍ପେଶାଲ ସେଲ୍ ମାଧ୍ୟମରେ କଟକ, ପୁରୀ, ଯାଜପୁର ଓ ଭୁବନେଶ୍ୱରରେ ସେ ୧୬୮୪୧ଏକର ସରକାରୀ ଜମି ଜବରଦଖଲ ହୋଇଥିବା ଚିହ୍ନଟ କରିଥିଲେ ଓ ସେଥିରୁ ୭୫୦୦ଏକର ଜମିକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ ବୋଲି ତାରାଦତ୍ତ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story