ରାଜ୍ୟର କେଉଁ ଅଞ୍ଚଳରେ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ବନ୍ଦ, ଦେଖନ୍ତୁ ତାଲିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅଧିକ କଠୋର ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ଅଞ୍ଚଳ ସମେତ ସମଗ୍ର ଦେଶରେ ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଥିବାବେଳେ ଓଡ଼ିଶା ସରକାର ଆଜି ସନ୍ଧ୍ୟା ୮ଟାରୁ ଆସନ୍ତା ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ ମହାନଗର ସମେତ ଭଦ୍ରକ ପୌରାଞ୍ଚଳ ଓ ଭୁବନେଶ୍ୱର ଉପକଣ୍ଠର ୧୮ଟି ପଂଚାୟତରେ ଶଟଡାଉନ୍ ବା ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି […]

corona

corona

Manoranjan Sial
  • Published: Friday, 03 April 2020
  • Updated: 03 April 2020, 07:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅଧିକ କଠୋର ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ଅଞ୍ଚଳ ସମେତ ସମଗ୍ର ଦେଶରେ ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଥିବାବେଳେ ଓଡ଼ିଶା ସରକାର ଆଜି ସନ୍ଧ୍ୟା ୮ଟାରୁ ଆସନ୍ତା ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ ମହାନଗର ସମେତ ଭଦ୍ରକ ପୌରାଞ୍ଚଳ ଓ ଭୁବନେଶ୍ୱର ଉପକଣ୍ଠର ୧୮ଟି ପଂଚାୟତରେ ଶଟଡାଉନ୍ ବା ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବଧି ମଧ୍ୟରେ କୌଣସି ଲୋକ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିୟମ ଉଲ୍ଲଘଂନକାରୀଙ୍କୁ ଆଇପିସି ଓ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ବିଭିନ୍ନ ପ୍ରାବଧାନରେ ଦଣ୍ଡିତ ହେବାକୁ ପଡ଼ିବ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳ, ଭଦ୍ରକ ପୌରାଞ୍ଚଳରେ ମୋଟ ୯ଟି କୋଭିଡ୍‌-୧୯ ପଜେଟିଭ୍ ଚିହ୍ନଟ ହୋଇଥିବା ଯୋଗୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ, ସଙ୍ଗରୋଧ, ପରୀକ୍ଷଣ ଓ ପୃଥକବାସକୁ ବ୍ୟାପକ କରିବା ସହିତ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ୪୮ଘଣ୍ଟିଆ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି।

କଟକ ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ଭଦ୍ରକ ପୌରାଞ୍ଚଳ ସମେତ ଭୁବନେଶ୍ୱର ଉପକଣ୍ଠର ଯେଉଁସବୁ ପଞ୍ଚାୟତରେ ଏହି ସମ୍ପୂର୍ଣ୍ଣ ବନ୍ଦ ନିର୍ଦ୍ଦେଶ ବଳବତ୍ତର ରହିବ ସେଗୁଡ଼ିକ ହେଲା ଶିଶୁପାଳ, ଲିିଙ୍ଗିପୁର, ରଣସିଂହପୁର, ତମାଣ୍ଡୋ, ମଳିପଡ଼ା, ଅନ୍ଧାରୁଆ, କଳାରାହାଙ୍ଗ, ରଘୁନାଥପୁର, ବାରିମୁଣ୍ଡ, ଦାରୁଠେଙ୍ଗ/ଚନ୍ଦକା, ଧଉଳି, ଜାଆଁଳା, ସିଜୁଆ, ବାଳକାଟି(ପ୍ରତାପ ଶାସନ), ବାଲିଅନ୍ତା ଓ ଜଗନ୍ନାଥପୁର ସମେତ ଜଟଣୀ ବ୍ଲକର ପ୍ରଧାନସାହି ରହିଛି।

ଏହି ସବୁ ଅଞ୍ଚଳରେ ୪୮ଘଂଟିଆ ସମ୍ପୂର୍ଣ୍ଣ ବନ୍ଦ ସମୟରେ ସମସ୍ତ ଅଫିସ, ଦୋକାନବଜାର, ଅନ୍ୟାନ୍ୟ ପ୍ରତିଷ୍ଠାନ ବନ୍ଦ ରହିବ। କେବଳ ହସ୍ପିଟାଲ, ଥାନା, ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ସେବା ଜାରି ରହିବ। ଆଇଟି ସଚିବଙ୍କ ଦ୍ୱାରା ନିର୍ଦ୍ଧାରିତ ଟେଲିକମ୍ ସେବା ଓ ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ପେଟ୍ରୋଲ ପମ୍ପ, ମେଡିସିନ ଦୋକାନ ହିଁ ଖୋଲା ରହିବ। ପୁଲିସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚିହ୍ନଟ ଗଣମାଧ୍ୟମ ସଂସ୍ଥା କାର୍ଯ୍ୟ କରିବ। ମାଲ ପରିବହନ ପାଇଁ ରେଳ ଷ୍ଟେସନ ଓ ବିମାନ ବନ୍ଦର ଖୋଲା ରହିବା ସହ ମାଲବାହୀ ଯାନବାହନଗୁଡ଼ିକ ସ୍ୱାଭାବିକ ଭାବେ ଚଳପ୍ରଚଳ କରିବ। ବିଜୁଳି ଯୋଗାଣ ଓ ବିତରଣ, ମହାନଗର ପକ୍ଷରୁ ସଫେଇ କାର୍ଯ୍ୟ ମଧ୍ୟ ଜାରି ରହିବ।ଲକଡାଉନ୍ ସମୟରେ ଦିଆଯାଇଥିବା ପାସଗୁଡ଼ିକୁ ନିରସ୍ତ୍ର କରାଯିବା ସହ ଘର ଭିତରେ ରହିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos