ଜାଣନ୍ତୁ, ଶଟ୍‌ଡାଉନ୍‌ରେ କେଉଁମାନଙ୍କୁ ବାହାରକୁ ଯିବାକୁ ମିଳିଲା ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୦ ପାର୍‌ କରି ସାରିଥିବା ବେଳେ ଏଥିଯୋଗୁ  ଆଖି ବୁଜି ସାରିଲେଣି ୮ ଜଣ।  ଜୁନ୍‌ ମାସରେ ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ଥିବାରୁ ମାସ ସାରା ରାଜ୍ୟର ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାରକୁ ଶଟ୍‌ ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜରୁରୀ କାର୍ଯ୍ୟ  ବ୍ୟତୀତ ଏହି ଦୁଇ ଦିନ ଘରୁ ନ ବାହାରିବାକୁ  କମିଶନରେଟ ପୁଲିସ୍‌ ପକ୍ଷରୁ  ପରାମର୍ଶ ଦିଆଯିବା ସହ […]

bbsr-2--1

bbsr-2--1

Niharika Rout
  • Published: Friday, 05 June 2020
  • Updated: 05 June 2020, 02:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୦ ପାର୍‌ କରି ସାରିଥିବା ବେଳେ ଏଥିଯୋଗୁ  ଆଖି ବୁଜି ସାରିଲେଣି ୮ ଜଣ।  ଜୁନ୍‌ ମାସରେ ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ଥିବାରୁ ମାସ ସାରା ରାଜ୍ୟର ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାରକୁ ଶଟ୍‌ ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଜରୁରୀ କାର୍ଯ୍ୟ  ବ୍ୟତୀତ ଏହି ଦୁଇ ଦିନ ଘରୁ ନ ବାହାରିବାକୁ  କମିଶନରେଟ ପୁଲିସ୍‌ ପକ୍ଷରୁ  ପରାମର୍ଶ ଦିଆଯିବା ସହ ଏ ନେଇ ନିର୍ଦ୍ଦେଶାବାଳୀ ଜାରି କରାଯାଇଛି। ଫଳରେ ଶଟଡାଉନ୍‌ରେ କେଉଁମାନେ ID କାର୍ଡ ଦେଖାଇ ଘରୁ ବାହାରି ପାରିବେ ସେ ନେଇ କମିଶନରେଟ ପୁଲିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।

- ମେଡିକାଲ, ନର୍ସିଂହୋମ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ ।

- ମେଡିସିନ ଷ୍ଟୋର ଷ୍ଟାଫ୍ ମଧ୍ୟ ପୁଲିସ୍‌ ଦେଇଥିବା ପୁରୁଣା ପାସ୍ ଦେଖାଇ ଯାଇ ପାରିବେ  ।

- କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ID କାର୍ଡ ଦେଖାଇ  ଯାଇପାରିବେ।

- ଟେଲିକମ୍, ମିଡିଆ, ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହୋଇଛି। ସେମାନେ ମଧ୍ୟ ID କାର୍ଡ ଦେଖାଇ ନିଜ କର୍ମକ୍ଷେତ୍ରରୁ ଯାଇପାରିବେ।

-  ହୋମ୍ ଡେଲିଭରି, ପାନୀୟ ଜଳ, ପରିମଳ, ବିଦ୍ୟୁତ୍‌  କର୍ମଚାରୀ , କଳକାରଖାନା, ହୋଟେଲ କର୍ମଚାରୀ ID କାର୍ଡ ଦେଖାଇ ଯାଇପାରିବେ। ଷ୍ଟେସନ, ବସ୍ ଷ୍ଟାଣ୍ଡ, ଏୟାରପୋର୍ଟ ପାଇଁ ଗାଡ଼ିକୁ ପୁଲିସ୍‌ ପାସ୍ ଦରକାର।

- ପୁଲିସ୍‌ ପାସ୍ ଦେଖାଇ ଟ୍ୟାକ୍ସି, ଅଟୋ, OLA, Uber  ଆଦି ଯାଇପାରିବ।

- ଶଟଡାଉନ୍‌ ଦିନ ବାହାଘର ଥିଲେ ପୁଲିସ୍‌ଠାରୁ ପାସ୍ ନେବା ଜରୁରୀ।

-ରେଳ, ବିମାନ, ଟ୍ୟାକ୍ସି ଚଳାଚଳ ମଧ୍ୟ ଚାଲୁ ରହିବ।

- ଟୁଇନ ସିଟିରୁ ବାହାରକୁ ଯିବାକୁ ଚାହୁଁଥିବା ଘରୋଇ ଗାଡ଼ିକୁ  ୧୦୦ରୁ ଅନୁମତି ନେବା ଆବଶ୍ୟକ ।

- ମାଲ ପରିବହନ କରୁଥିବା ଖାଲି ଓ ମାଲ୍ ଭର୍ତ୍ତି ଗାଡ଼ି ପାଇଁ  ପାସ୍ ଅନାବଶ୍ୟକ।

- ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ  ପାଇଁ SMS ବା ୧୦୦କୁ ଡାଏଲ  କରି ପାସ୍ ନେବେ

ଶଟ୍‌ଡାଉନ୍‌ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ  ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।  କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବିବାହ ଓ ଦାହ ସଂସ୍କାର କାର୍ଯ୍ୟ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos