ଘର ଇଣ୍ଟେରିୟର୍‌ ଡିଜାଇନ୍‌ କରିବା ପାଇଁ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନାଙ୍କୁ କିଏ ଦେଇଛି ଟଙ୍କା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କ ଘର ଇଣ୍ଟେରିୟର୍‌ ଡିଜାଇନ୍‌ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି? ସେ ଟଙ୍କା କିଏ ଦେଇଛି? ଏବେ ସେହି ଅର୍ଥର ହେଉଛି ଖୋଳତାଡ଼। ତୃତୀୟ ଦିନ ଜେରାରେ ଏପରି ଅନେକ ପ୍ରଶ୍ନ ଅର୍ଚ୍ଚନାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଚାରିଥିବା ଚର୍ଚ୍ଚା ହେଉଛି। ଇଡିର ସବୁ ପ୍ରଶ୍ନର ଉତ୍ତର ଅର୍ଚ୍ଚନା ଦେଉଥିବା ତାଙ୍କ ଓକିଲ କହିଛନ୍ତି। ଅନ୍ୟପକ୍ଷରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧଙ୍କ ପାଖରୁ ଜବତ ହୋଇଥିବା ପ୍ରମାଣ […]

Archana Nag

  • Published: Thursday, 08 December 2022
  • , Updated: 08 December 2022, 06:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କ ଘର ଇଣ୍ଟେରିୟର୍‌ ଡିଜାଇନ୍‌ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି? ସେ ଟଙ୍କା କିଏ ଦେଇଛି? ଏବେ ସେହି ଅର୍ଥର ହେଉଛି ଖୋଳତାଡ଼। ତୃତୀୟ ଦିନ ଜେରାରେ ଏପରି ଅନେକ ପ୍ରଶ୍ନ ଅର୍ଚ୍ଚନାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଚାରିଥିବା ଚର୍ଚ୍ଚା ହେଉଛି। ଇଡିର ସବୁ ପ୍ରଶ୍ନର ଉତ୍ତର ଅର୍ଚ୍ଚନା ଦେଉଥିବା ତାଙ୍କ ଓକିଲ କହିଛନ୍ତି। ଅନ୍ୟପକ୍ଷରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧଙ୍କ ପାଖରୁ ଜବତ ହୋଇଥିବା ପ୍ରମାଣ ସୁରକ୍ଷିତ ଅଛି ତ?

ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ୍‌। ସେତେବେଳେ ତାଙ୍କ ପାଖରୁ ପୁଲିସ୍‌ ୪ଟି ମୋବାଇଲ, ଦୁଇଟି ଟାବଲେଟ୍‌, ଗୋଟିଏ ପେନ୍‌ଡ୍ରାଇଭ୍‌, ଗୋଟିଏ ଲାପଟପ୍‌ ଜବତ କରିଥିଲା। ସେହିପରି ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ଜଗବନ୍ଧୁ ଚାନ୍ଦଙ୍କୁ ଉଠାଇ ଆଣିଥିଲା ପୁଲିସ୍‌। ତା’ଠାରୁ କମିଶନରେଟ୍‌ ପୁଲିସ୍‌ ୪ଟି ମୋବାଇଲ୍‌, ଦୁଇଟି ଲାପଟପ୍‌, ଡାଇରୀ, କିଛି ବ୍ୟାଙ୍କ ପାସ୍‌ବୁକ୍‌ ଆଦି ଜବତ କରିଥିଲା। ସେ ଗୁଡ଼ିକୁ ଯାଞ୍ଚ ପାଇଁ ପୁଲିସ୍‌ ଫୋରେନ୍‌ସିକ ଲାବ୍‌କୁ ପଠାଇଥିଲା। ଲାବ୍‌କୁ ଯିବା ପୂର୍ବରୁ ସେଥିରୁ କିଛି ପ୍ରମାଣ ନଷ୍ଟ କରାଯାଇ ନାହିଁ ତ?  ଯଦି ପ୍ରମାଣ ଗୁଡ଼ିକୁ ନଷ୍ଟ କରି ଦିଆଯାଇଥିବ, ତାହାହେଲେ କ’ଣ ଫୋରେନ୍‌ସିକ ଲାବ୍‌ ଟିମ୍‌ ସେହି ତଥ୍ୟକୁ ରିକଭର କରିପାରିବ? ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

ଅନ୍ୟପକ୍ଷରେ କୋର୍ଟରେ ହାଜର ବେଳେ ଅର୍ଚ୍ଚନା କହିଥିଲେ, ତାଙ୍କ ପାଖରେ Exclusive ତଥ୍ୟ ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଅର୍ଚ୍ଚନା ଦାବି କରୁଥିବା ସେହି ତଥ୍ୟ କେଉଁଠି ରହିଛି? ପୁଲିସ ଜବତ କରି ଫୋରେନ୍‌ସିକ୍‌ ଲାବକୁ ପଠାଇଥିବା ବୈଦ୍ୟୁତିକ ସରଞ୍ଜାମରେ ନାହିଁ ତ? ସେଠାରେ ଏବେ ସେହି ତଥ୍ୟ ସୁରକ୍ଷିତ ଅଛି ତ? ଅର୍ଚ୍ଚନାଙ୍କ ଗର୍ଜନ ପରେ ଏବେ ଏମିତି ନାନା ସନ୍ଦେହ ସୃଷ୍ଟି ହୋଇଛି।

ବ୍ଲାକମେଲିଂ, ହନିଟ୍ରାପ୍‌, ଅର୍ଥ କାରବାର ମାମଲାରେ ଗିରଫ ହୋଇଥିଲେ ଅର୍ଚ୍ଚନା। ଅର୍ଥ କାରବାର ମାମଲା ସାମ୍ନାକୁ ଆସିବା ପରେ ଇଡି ତଦନ୍ତ କରିଥିଲା। ଇଡି ପ୍ରଥମେ ଅର୍ଚ୍ଚନାଙ୍କ ବିଜନେସ୍‌ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ଗିରଫ କରିଥିଲା। ତା’ପରେ ଶ୍ରଦ୍ଧାଞ୍ଜଳି ସହ ଖଗେଶ୍ୱର, ଡ୍ରାଇଭର ଚନ୍ଦନ, ବ୍ୟବସାୟୀ, ପ୍ରଯୋଜକଙ୍କୁ ଜେରା କରିସାରିଥିଲା ଇଡ଼ି। ସେମାନଙ୍କ ତଥ୍ୟ ଆଧାରରେ ଆଜିଠାରୁ ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା ଇଡି।

ଅର୍ଚ୍ଚନାକୁ ଇଡି ରିମାଣ୍ଡରେ ନେବା ପୂର୍ବରୁ କରିଥିଲା ହେଲ୍‌ଥ ଚେକ୍‌। କ୍ୟାପିଟାଲ୍‌ ହସ୍ପିଟାଲରୁ ବାହାରି ବେଳେ ଅର୍ଚ୍ଚନା କହିଥିଲେ, ମୁଁ ଇଡିକୁ ଅପେକ୍ଷା କରିଥିଲି। ମୁହଁ ଖୋଲିବାକୁ ସୁଯୋଗ ମିଳିବ। କିଏ କିଏ ସବୁ ସଂପୃକ୍ତ ଅଛନ୍ତି? ସବୁ ପ୍ରମାଣ ଦେଖାଇବି। ପଣସ ଖାଇ ମୋ’ ମୁଣ୍ଡରେ ଅଠା ବୋଳିଛନ୍ତି ବୋଲି କହିଲେ ଅର୍ଚ୍ଚନା। ୨ ଜଣ ମିଶି ମୋ’ ମୁଣ୍ଡରେ ଅଠା ବୋଳିଛନ୍ତି ବୋଲି କହିଲେ। କିନ୍ତୁ କିଏ ସେହି ୨ ଜଣ? ସେମାନଙ୍କ ନାଁ ନେଇନଲେ ଅର୍ଚ୍ଚନା।

Related story