‘ମୋ ସ୍ତ୍ରୀକୁ ଶର୍ମିଷ୍ଠା ନେଇଯାଇଛି, ଏବେ ତା’ର ପତ୍ତା ପାଉନି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶର୍ମିଷ୍ଠା ରାଉତ ମୋ’ ସ୍ତ୍ରୀକୁ ସାଙ୍ଗରେ ନେଇଯାଇଛି। ଗତ ୭ ତାରିଖ ସକାଳେ ଶର୍ମିଷ୍ଠା ଘରେ ପହଞ୍ଚି ମୋ ସ୍ତ୍ରୀକୁ ସେଥିରେ ନେଇ ଯାଇଛନ୍ତି। ଚାନ୍ଦବାଲି ନେଇ ଯାଇଥିବା କହି କୁଆଡେ ଗଲେ। ହେଲେ ଆଜି ପର୍ଯ୍ୟନ୍ତ ମୁଁ ମୋ ସ୍ତ୍ରୀର ପତ୍ତା ପାଉନି ବୋଲି ଗଣମାଧ୍ୟମକୁ କହିଛନ୍ତି ଭୁବନେଶ୍ୱର ଏୟାର ଫିଲ୍‌ଡ ଅଞ୍ଚଳର ଅରୁଣ କୁମାର ଭୋଇ। ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି, ଘରୁ ଯିବାର କିଛି ଦିନ […]

Manas Murder

Manoranjan Sial
  • Published: Thursday, 17 March 2022
  • , Updated: 17 March 2022, 09:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶର୍ମିଷ୍ଠା ରାଉତ ମୋ’ ସ୍ତ୍ରୀକୁ ସାଙ୍ଗରେ ନେଇଯାଇଛି। ଗତ ୭ ତାରିଖ ସକାଳେ ଶର୍ମିଷ୍ଠା ଘରେ ପହଞ୍ଚି ମୋ ସ୍ତ୍ରୀକୁ ସେଥିରେ ନେଇ ଯାଇଛନ୍ତି। ଚାନ୍ଦବାଲି ନେଇ ଯାଇଥିବା କହି କୁଆଡେ ଗଲେ। ହେଲେ ଆଜି ପର୍ଯ୍ୟନ୍ତ ମୁଁ ମୋ ସ୍ତ୍ରୀର ପତ୍ତା ପାଉନି ବୋଲି ଗଣମାଧ୍ୟମକୁ କହିଛନ୍ତି ଭୁବନେଶ୍ୱର ଏୟାର ଫିଲ୍‌ଡ ଅଞ୍ଚଳର ଅରୁଣ କୁମାର ଭୋଇ।

ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି, ଘରୁ ଯିବାର କିଛି ଦିନ ପୂର୍ବରୁ ସେମାନେ ଏକ ଚିପ୍‌ ସମ୍ପର୍କରେ କଥା ହେଉଥିଲେ। ଏପରିକି ଆପହରା ସମ୍ବନ୍ଧରେ ମଧ୍ୟ କଥା ହେଉଥିଲେ। ମୋ ପତ୍ନୀ ଆଶ୍ରମ ଯିବାଆସିବା କରନ୍ତି। ସେଠାରେ ରହୁଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ସେବା କରୁଥିଲା ବୋଲି ଅରୁଣ କହିଛନ୍ତି।

ନୟାଗଡ଼ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅରୁଣ ଚରିତ୍ର କିଏ? ପ୍ରକୃତରେ କଥା ହେଉଛି ଅରୁଣଙ୍କ ସ୍ତ୍ରୀ(ଯିଏ ବର୍ତ୍ତମାନ ନିଖୋଜ ଅଛନ୍ତି) ଗତ ୬ ମାସ ତଳେ ଶର୍ମିଷ୍ଠା ରାଉତଙ୍କ ଦୟାଲ ଆଶ୍ରମ୍‌ରେ କାମ କରୁଥିଲେ। ଶର୍ମିଷ୍ଠାଙ୍କ ପରି ତାଙ୍କର ଏବେ ପତ୍ତା ମିଳୁନି। ତାଙ୍କ ମୋବାଇଲ୍‌ ଫୋନ୍‌ ବନ୍ଦ ରହିଛି। କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ ଓ ହତ୍ୟା ଖବର ପରଠୁ ଶର୍ମିଷ୍ଠାଙ୍କ ପତ୍ତା ମିଳୁନଥିବା ବେଳେ ତାଙ୍କ ସହ ସେ ଆତ୍ମଗୋପନ କରିଥାଇପାରନ୍ତି ସନ୍ଦେହ କରାଯାଉଛି। କାହିଁକି ନା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି, ମାନସ ହତ୍ୟା ମାମଲାରେ ବର୍ତ୍ତମାନ ଯାଏଁ ଆଉ ଦୁଇ ଜଣ ମହିଳା ଓ ଜଣେ ପୁରୁଷଙ୍କ ସନ୍ଧାନ ମିଳୁନି। ସେପଟେ ନିଖୋଜ ମହିଳାଙ୍କ ସ୍ୱାମୀ ଅରୁଣ କହିଛନ୍ତି, ଯଦି ତାଙ୍କ ପତ୍ନୀ ଦୋଷୀ, ତାକୁ ମଧ୍ୟ ଦଣ୍ଡ ଦିଆଯାଉ।

କ୍ୟାମେରାମ୍ୟାନ ମାନସଙ୍କୁ ହତ୍ୟା ଅଭିଯୋଗରେ ଫେରାର ଥିବା ଶର୍ମିଷ୍ଠାଙ୍କର ପାୱାର କରିର୍ଡରେ ଥିଲା ବେଶ୍‌ ଦବ୍‌ଦବା। ୱେବ ଚ୍ୟାନେଲ୍‌ ଜରିଆରେ ନିଜର କାୟା ବିସ୍ତାର କରିଥିବା ଶର୍ମିଷ୍ଠା କାହା ବଳରେ ସାଜିଥିଲେ ବଳିୟାନ୍‌? ନିରୀହ ମାନସ ମୃତ୍ୟୁର ପ୍ରାୟ ଦେଢ଼ ମାସ ପରେ  ଏମିତି ମାଳ ମାଳ ପ୍ରଶ୍ନ ଉଙ୍କି ମାରୁଛି।

https://www.youtube.com/watch?v=8dgDFe3ji7g

Related story