ରାଜ୍ୟସଭା ପାଇଁ କିଏ କିଏ କଟିଗଲେ, ମାଷ୍ଟର ଷ୍ଟ୍ରୋକ୍ ଖେଳିଲେ ନବୀନ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଆଜି ବିଜେଡି ପକ୍ଷରୁ ନବୀନ ପଟ୍ଟନାୟକ  ଆଜି ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ  ଏବଂ ସିନେ ନିର୍ଦ୍ଦେଶକ ତଥା ବିଜେଡି ନେତା  ପ୍ରଶାନ୍ତ ନନ୍ଦଙ୍କ ନାମ ଘୋଷଣା କରିଛନ୍ତି । ପୂର୍ବରୁ   ଏହି ୩ଟି ରାଜ୍ୟ ସଭା ଆସନକୁ ରାଜନୈତକ ଲୋକ ଯିବେ ବୋଲି ନବୀନ ପଟ୍ଟନାୟକ ସ୍ପଷ୍ଟ କରିଥିଲେ। ଏହାକୁ ନେଇ ଅଣରାଜନୈତିକ ଲୋକଙ୍କ ଏଣ୍ଟ୍ରିକୁ […]

naveen

Rakesh Mallick
  • Published: Wednesday, 07 March 2018
  • , Updated: 07 March 2018, 07:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଆଜି ବିଜେଡି ପକ୍ଷରୁ ନବୀନ ପଟ୍ଟନାୟକ  ଆଜି ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ  ଏବଂ ସିନେ ନିର୍ଦ୍ଦେଶକ ତଥା ବିଜେଡି ନେତା  ପ୍ରଶାନ୍ତ ନନ୍ଦଙ୍କ ନାମ ଘୋଷଣା କରିଛନ୍ତି । ପୂର୍ବରୁ   ଏହି ୩ଟି ରାଜ୍ୟ ସଭା ଆସନକୁ ରାଜନୈତକ ଲୋକ ଯିବେ ବୋଲି ନବୀନ ପଟ୍ଟନାୟକ ସ୍ପଷ୍ଟ କରିଥିଲେ। ଏହାକୁ ନେଇ ଅଣରାଜନୈତିକ ଲୋକଙ୍କ ଏଣ୍ଟ୍ରିକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା। ତେବେ ଆଜି ନବୀନ ଏକ ମାଷ୍ଟର ଷ୍ଟ୍ରୋକ୍‌ ଖେଳି ଅଚ୍ୟୁତ ସାମନ୍ତଙ୍କୁ  ପ୍ରଥମେ ଦଳରେ ଏଣ୍ଟ୍ରି କରାଇ ତାଙ୍କୁ ରାଜ୍ୟ ସଭା ପ୍ରାର୍ଥୀଭାବେ ଘୋଷଣା କରି ସମସ୍ତଙ୍କୁ ଚମକାଇଦେଇଛନ୍ତି।  ଅଚ୍ୟୁତ ସାମନ୍ତ ଜଣେ ଅଣରାଜନୈତିକ ବ୍ୟକ୍ତି ହୋଇଥିବା ବେଳେ ନବୀନ ତାଙ୍କୁ କୌଶଳକ୍ରମେ ରାଜ୍ୟସଭା ଟିକେଟ ଦେଇ ପୂର୍ବରୁ  ଦେଇଥିବା ବୟାନ ଉପରେ ବଳବତ୍ତର ରଖି ଏକ ନୂଆ ଚାଲ ଖେଳିପାରିଛନ୍ତି। କାରଣ ପୂର୍ବରୁ ରାଜନୈତିକ ବ୍ୟକ୍ତିଙ୍କୁ ରାଜ୍ୟ ସଭା ଟିକେଟ ଦେବେ ବୋଲି ଘୋଷଣା କରିଥିଲେ। ତେଣୁ ଅଚ୍ୟୁତ ସାମନ୍ତଙ୍କୁ ସିଧାସଳଖ ନେଇଥିଲେ ଲୋକଙ୍କ ପାଖକୁ ନିଜେଦେଇ ଥିବା କଥାର ବିପରୀତ ବାର୍ତ୍ତା ଯାଇଥାନ୍ତା।  ସେଥିଲାଗି ନବୀନ ତାଙ୍କୁ ପ୍ରଥମେ ଦଳରେ ସାମିଲ କରି  ରାଜ୍ୟ ସଭା ଟିକେଟ ଦେଇଛନ୍ତି।

ତେବେ ପୂର୍ବରୁ ଚାଲିଥିବା ଚର୍ଚ୍ଚା ଅନୁସାରେ ରାଜ୍ୟସଭା ରେସ୍‌ରେ, ପଶ୍ଚିମ ଓଡ଼ିଶା ନେତା ତଥା ବିଜେଡି ଉପସଭାପତି ବିମ୍ବାଧର କୁଅଁର, ପୂର୍ବତନ ମନ୍ତ୍ରୀ ଶାରଦା ନାୟକ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ମୁଖପାତ୍ର ପ୍ରଶାନ୍ତ ନନ୍ଦ, ମୁଖପାତ୍ର ରବି ନନ୍ଦଙ୍କ ନାଁ ଆଗରେ ଥିଲା।  ଏଥିସହ  ଅଛି। ତା’ଛଡ଼ା ଅନ୍ୟ ଦଳରୁ ବିଜେଡିକୁ ଆସି ରାଜ୍ୟସଭା ପାଇଁ ଆମ ଓଡ଼ିଶା ମୁଖ୍ୟ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ନାଁ ତାଲିକାରେ ଥିଲା। ସେହିପରି ବିଜେଡିର ସଂଖ୍ୟାଲଘୁ ସେଲର ସଭାପତି ମୁନ୍ନା ଖାଁ ମଧ୍ୟ ଚର୍ଚ୍ଚାରେ ଥିଲେ । ଏସବୁ ନାଁ ବାଦ ବିଜେଡିରେ ନଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ବିଜେଡିରେ ସାମିଲ କରାଇ କୌଣସି ପ୍ରତିଷ୍ଠିତ ଲୋକଙ୍କୁ ବିଜେଡି ସୁପ୍ରିମୋ ରାଜ୍ୟସଭା ପଠାଇ ମାଷ୍ଟର ଷ୍ଟ୍ରୋକ ଖେଳିବା ନେଇ ଚର୍ଚ୍ଚା ହେଉଥିଲା।

ଏ ଭିତରେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ଓ କେରଳରେ ପ୍ରିନ୍ସିପାଲ ଏଜି ଥିବା ଅମର ପଟ୍ଟନାୟକଙ୍କ ନାଁ ବି ଏହି ପଦବୀ ପାଇଁ ସାମ୍ନାକୁ ଆସିଥିଲା। ଏମିତି ମନ୍ତ୍ରୀ ପ୍ରଦୀପ ମହାରଥୀ ରାଜ୍ୟ ସଭାକୁ ଯିବାକୁ ଗୋଡ଼ ଟେକି ବସିଥିଲେ। ଆଉ ତାଙ୍କ ଯାତ୍ରା ଷ୍ଟାଇଲରେ ଡାଇଲଗ ମାରିଥିଲେ। କହିଥିଲେ ରାଜ୍ୟ ସଭା ଗଲେ ବଢିଆ। ସେହିପରି  ରାଜ୍ୟସଭାକୁ ଯିବା ପାଇଁ କିଛି ମନ୍ତ୍ରୀ, ବିଧାୟକ ଇଛୁକ ଥିଲେ। ଏମିତିକି କାର୍ଯ୍ୟକାଳ ସରୁଥିବା ଅନଙ୍ଗ ଉଦୟ ସିଂ ଦେଓ ଓ ଏବେ ହାଉସିଂ ବୋର୍ଡ଼ର ଅଧ୍ୟକ୍ଷ ଭୂପିନ୍ଦର ସିଂ ମଧ୍ୟ ପୁଣିଥରେ ରାଜ୍ୟ ସଭା ଯିବାକୁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଥିଲା। ତେବେ ଆଜି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନବୀନ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ  ଏବଂ ପ୍ରଶାନ୍ତ ନନ୍ଦଙ୍କ ନାମ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ଅନଙ୍ଗ ଉଦୟ ସିଂ ଦେଓ, ଭୂପିନ୍ଦର ସିଂ ଏବଂ ହକି ତାରକା ଦିଲୀପ ତୀର୍କିଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିଯାଉଛି।

Related story