ପୁଲିସ ପାଇଁ ‘ଓଟିଭି’ ବିରୋଧରେ କାହାଣୀ ଲେଖୁଛି କିଏ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାହା ନିର୍ଦ୍ଦେଶରେ ନାଚୁଛି କମିଶନରେଟ୍ ପୁଲିସ ? କାହା ବିରୋଧରେ ବ୍ୟବସ୍ଥାର ଲଢ଼େଇ? କୋଭିଡ୍ ସହ ନା କୋଭିଡ୍ ଯୋଦ୍ଧାଙ୍କ ସହ? ମହାମାରୀ ସହ ନା ଓଟିଭି ସହ? ଭାଇରାଲ୍ ଅଡ଼ିଓର ମୂଳରେ ପହଞ୍ଚିବା ପରେ ବି କାହିଁକି ଗୋଡେଇ ଗୋଡେଇ କେବଳ ଓଟିଭିକୁ ଟାର୍ଗେଟ୍? ଇଏ ବ୍ୟବସ୍ଥାର ଅହଙ୍କାର ନା ଔଦ୍ଧତ୍ୟ? ଓଟିଭି ସୋଶାଲ ମିଡିଆ ପ୍ଲାଟଫର୍ମରେ ଯେଉଁ ଭାଇରାଲ୍ ଅଡିଓକୁ ନେଇ ବିଏମ୍ସିର ଆପତ୍ତି ଥିଲା, ସେଇ କଥୋପକଥନରେ ସଂପୃକ୍ତ ଥିବା […]

700-4-1

700-4-1

Tapas Behera
  • Published: Monday, 10 August 2020
  • Updated: 10 August 2020, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାହା ନିର୍ଦ୍ଦେଶରେ ନାଚୁଛି କମିଶନରେଟ୍ ପୁଲିସ ? କାହା ବିରୋଧରେ ବ୍ୟବସ୍ଥାର ଲଢ଼େଇ? କୋଭିଡ୍ ସହ ନା କୋଭିଡ୍ ଯୋଦ୍ଧାଙ୍କ ସହ? ମହାମାରୀ ସହ ନା ଓଟିଭି ସହ? ଭାଇରାଲ୍ ଅଡ଼ିଓର ମୂଳରେ ପହଞ୍ଚିବା ପରେ ବି କାହିଁକି ଗୋଡେଇ ଗୋଡେଇ କେବଳ ଓଟିଭିକୁ ଟାର୍ଗେଟ୍? ଇଏ ବ୍ୟବସ୍ଥାର ଅହଙ୍କାର ନା ଔଦ୍ଧତ୍ୟ?

ଓଟିଭି ସୋଶାଲ ମିଡିଆ ପ୍ଲାଟଫର୍ମରେ ଯେଉଁ ଭାଇରାଲ୍ ଅଡିଓକୁ ନେଇ ବିଏମ୍ସିର ଆପତ୍ତି ଥିଲା, ସେଇ କଥୋପକଥନରେ ସଂପୃକ୍ତ ଥିବା ଦୁଇ ଜଣଙ୍କ ପାଖରେ ପୁଲିସ ପହଞ୍ଚିସାରିଛି। ଖାଲି ପହଞ୍ଚିନି ଗିରଫ କରିବା ସହ ୩ ଦିନିଆ ରିମାଣ୍ଡ ଅନୁମତି ବି ପାଇ ସାରିଛି। ଦୁହେଁ ‘ଓଟିଭି’ ଆଗରେ ସ୍ୱୀକାର ବି କରିଛନ୍ତି ସେମାନେ। ଏ ଅଡ଼ିଓରେ ଅଛନ୍ତି ଜଣେ ଲକ୍ଷ୍ମୀକାନ୍ତ ବେହେରା । ଆଉ କରୋନା ଚିକିତ୍ସା ବେଳର ଅନୁଭୂତି ବାଣ୍ଟିଛନ୍ତି ସାଙ୍ଗ ବିଶ୍ୱଜିତ୍ ମହାନ୍ତିଙ୍କ ସହ । ବିଶ୍ୱଜିତ୍ ବି ମାନିଛନ୍ତି ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପର ଅଡିଓକୁ ସେ ହିଁ ତାଙ୍କ ସାଙ୍ଗମାନଙ୍କୁ ସେୟାର କରିଥିଲେ । ଏଥିରେ ସେମାନଙ୍କର ଆଦୌ ମନ୍ଦ ଉଦ୍ଦେଶ୍ୟ ମାଲାଫାଇଡ୍ ଇଣ୍ଚେନ୍ସନ୍ ନଥିଲା । ଯାହା ପରେ ଭାଇରାଲ୍  ହୋଇଛି ଶୁଣନ୍ତୁ ଉଭୟଙ୍କ ପ୍ରତିକ୍ରିୟା।

ଉଭୟଙ୍କ ଅଡିଓ ସୋଶାଲାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଯାଇ ଅଡ଼ିଓଟି ଓଟିଭି ସୋଶାଲ୍ ମିଡିଆ ପ୍ଲାଟ୍‌ଫର୍ମରେ ପୋଷ୍ଟ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ଯେ ଲୋକେ ସଚେତନ ହୁଅନ୍ତୁ, ତ୍ରୁଟି ବିଚ୍ୟୁତି ସଂପର୍କରେ ବ୍ୟବସ୍ଥା ବି ସତର୍କ ହେଉ । ବ୍ୟବସ୍ଥାକୁ ସତର୍କ କରାଇବା ଦାୟିତ୍ୱ କଣ ଗଣମାଧ୍ୟମର ନୁହେଁ କି? କି ଅକ୍ଷମଣୀୟ ଅପରାଧ କଲା ଓଟିଭି ? ଯଦିଓ ଏହା ଓଟିଭି ନ୍ୟୁଜ୍‌ ଚ୍ୟାନେଲରେ ପ୍ରସାରିତ ହୋଇନାହିଁ ବାରମ୍ବାର ଓଟିଭି ବି ଏହା ଦର୍ଶାଇ ସାରିଛି । ତା ସତ୍ତ୍ୱେ ଏ ଆକ୍ରୋଶ କାହିଁକି ? ଅସହିଷ୍ଣୁତା କାହିଁକି ? କେବଳ ଓଟିଭି କାର୍ଯ୍ୟଧାରାରେ ବାଧା ସୃଷ୍ଟି କରିବା, ହଇରାଣ କରିବା ଉଦ୍ଦେଶ୍ୟରେ ବାଉଳିଚାଉଳି ହେଉନି ତ ପ୍ରଶାସନ ? ମୋଡି ମକଚି ଆଇନକୁ ଅବାଟରେ ନେବାର ଚେଷ୍ଟା କରୁନି ତ ବ୍ୟବସ୍ଥା ? ପୁଲିସ କେମିତି କାମ କରିବ, ତା ରିମୋଟ୍ ଆଉ କିଏ ଚଳାଉଛି କି ? କାର୍ଯ୍ୟାନୁଷ୍ଠାନର କାହାଣୀ ଆଉ କିଏ ଲେଖୁଛି କି ? ସଂଳାପକାର ଆଉ କିଏ କି?

ଗିରଫ ଦୁଇ ବ୍ୟକ୍ତି ବିଶ୍ୱଜିତ୍ ଓ ଲକ୍ଷ୍ମୀକାନ୍ତଙ୍କ ବିରୋଧରେ ପୁଲିସ୍ ୨୬୯, ୨୭୦, ୫୦୫ ଭଳି ବହୁ ଦଫା ଲଗାଇଛି। ଜବରଦସ୍ତ ଓଟିଭିକୁ ଟାଣିବା ପାଇଁ ପ୍ରେସ୍ ରିଲିଜ୍ କରି କମିଶନରେଟ୍ ପୋଲିସ୍ କହିଛି ଏହି ଅଡିଓ  କ୍ଲିପ୍‌ଟି ‘ଓଟିଭି’ ନ୍ୟୁଜ୍‌ ଚ୍ୟାନେଲ୍ ଉଦ୍ଦେଶ୍ୟମୂଳକ ଭାବେ କରିଛି । ଅଡ଼ିଓ କ୍ଲି୍ପ୍‌କୁ ମନ୍ଦ ଉଦ୍ଦେଶ୍ୟରେ ପ୍ରସ୍ତୁତ କରି, ଏଡିଟ୍ କରି ଏହାକୁ ସୋଶାଲ୍ ମିଡିଆରେ ଅପ୍‌ଲୋଡ଼ କରାଯାଇଛି । ତେବେ ଏଠି ପ୍ରଶ୍ନ କେଉଁ ଆଧାରରେ ପୁଲିସ ଜାଣିଲା ଯେ ଅଡ଼ିଓକୁ ଏଡିଟ୍ କରାଯାଇଛି ବୋଲି ? କାହା ଚାପରେ ପୁଲିସ ଏ ପ୍ରେସ୍ ରିଲିଜ୍ ଲେଖିଛି? ମୋଡ଼ି ମକଚି ଏହାକୁ ଓଟିଭି ବିରୋଧରେ ଏକ ଅସ୍ତ୍ର କରିବାକୁ ଚେଷ୍ଟା ଚଳାଇଛନ୍ତି କି ସରକାର? କାହିଁକି ଭାଇରାଲ୍ ଅଡ଼ିଓରୁ ଓଲଟା ଅର୍ଥ ବାହାର କରୁଛି ପୁଲିସ ?

ବିଏମ୍ସିର ପ୍ରଥମ କର୍ତ୍ତବ୍ୟ ଥିଲା, ଭାଇରାଲ୍ ଅଡ଼ିଓର ସତ୍ୟାସତ୍ୟ ଯାଂଚ କରିବା ଭୁଲ୍ ଭଟକା ଥିଲେ, ତାକୁ ଲୋକଲୋଚନକୁ ଆଣିବା ସାହସ ବୋଧେ ସରକାରଙ୍କର ନାହିଁ। ବିଏମସି ଜାଣିଛି, ଅଡିଓର ସତ୍ୟତା ଖୋଜିଲେ ପୂରା ସରକାର କାଠଗଡ଼ାକୁ ଆସିଯିବ। ସେଥିପାଇଁ ଲୋକଙ୍କ ନଜର ହଟେଇବାକୁ ବିଏମ୍‌ସି ପଡ଼ିଯାଇଛି ଓଟିଭି ପଛରେ। ଏଥିରୁ ବିଏମ୍‌ସି ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଯାଉ ନାହିଁ କି? ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା, ଏବେ ପର୍ଯ୍ୟନ୍ତ ମଧ୍ୟ ଫୋନ୍ ବାର୍ତ୍ତାଳାପରେ ଥିବା ତଥ୍ୟ ବିଷୟରେ କୌଣସି ଯାଂଚ୍ କରାଯାଇ ନାହିଁ, କିମ୍ବା ସେ ସଂପର୍କରେ ତଥ୍ୟ ମାଗିଲେ ମଧ୍ୟ କେହି ଦେଉନାହାଁନ୍ତି। କୋଭିଡ୍ ହସପିଟାଲରେ କେମିତି ବ୍ୟବସ୍ଥା ଅଛି, ରୋଗୀ ପିଛା କେତେ ମିଳୁଛି, କେତେ ଖର୍ଚ୍ଚ ହେଉଛି ? ତଥ୍ୟ ଆର୍.ଟି.ଆଇ.ରେ ମାଗିଲେ ମଧ୍ୟ ମିଳୁନାହିଁ।

ସାଧାରଣ ଲୋକ ପ୍ରଶ୍ନ କରିବା ଆରମ୍ଭ କଲେଣି- ସରକାର ସ୍ପଷ୍ଟ କରନ୍ତୁ, କୋଭିଡ୍ ହସପିଟାଲରେ ରୋଗୀଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ କରାଯାଉଛି? ଲକ୍ଷଣଯୁକ୍ତ ରୋଗୀ ଓ ଲକ୍ଷଣବିହୀନ ରୋଗୀଙ୍କ ପାଇଁ ଖର୍ଚ୍ଚ ଅଲଗା ଅଲଗା ନା ସମାନ? ରୋଗୀଙ୍କ ଚିକିତ୍ସା ପାଇଁ କେଉଁଠୁ କେତେ ଟଙ୍କା ଆସୁଛି? କୋଭିଡ ହସପିଟାଲରେ ପରିଚାଳନାଗତ ତ୍ରୁଟିକୁ ନେଇ ବୁଲୁଥିବା ହଜାର ହଜାର ଭାଇରାଲ୍ ଭିଡିଓକୁ ସରକାର କି ଜବାବ ଦେବେ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story