କାହିଁକି ଖାଲି ପଦ ଚାହାଁନ୍ତି ୧୨ ଉପଦେଷ୍ଟା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମ ପାଳି ସରକାରରେ ଟାଣିଓଟାରି ଡଜନେରୁ ଅଧିକ ‘ଉପଦେଷ୍ଟା’ ପଦବୀ ସୃଷ୍ଟି କରିଥିବା ବିଜେଡି ସରକାର ପାଇଁ ଏବେ ଏହି ଉପଦେଷ୍ଟାମାନେ ମୁଣ୍ଡବ୍ୟଥା ପାଲଟିଛନ୍ତି। ଦଳୀୟ ନେତାମାନଙ୍କୁ ସରକାରଙ୍କ ଉପଦେଷ୍ଟା ପଦବୀରେ ଥଇଥାନ କରିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ନୂଆ ସଷ୍ଟୀକରଣ ଦେଇଛନ୍ତି। ଯାହାକୁ ନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା। ପ୍ରେସ୍ ରିଲିଜ୍ ଅନୁସାରେ ସରକାରଙ୍କ ବିଭିନ୍ନ ବିଭାଗର ଉପଦେଷ୍ଟା […]

bjd-1-1

bjd-1-1

Tapas Behera
  • Published: Sunday, 22 September 2019
  • Updated: 22 September 2019, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମ ପାଳି ସରକାରରେ ଟାଣିଓଟାରି ଡଜନେରୁ ଅଧିକ ‘ଉପଦେଷ୍ଟା’ ପଦବୀ ସୃଷ୍ଟି କରିଥିବା ବିଜେଡି ସରକାର ପାଇଁ ଏବେ ଏହି ଉପଦେଷ୍ଟାମାନେ ମୁଣ୍ଡବ୍ୟଥା ପାଲଟିଛନ୍ତି। ଦଳୀୟ ନେତାମାନଙ୍କୁ ସରକାରଙ୍କ ଉପଦେଷ୍ଟା ପଦବୀରେ ଥଇଥାନ କରିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ନୂଆ ସଷ୍ଟୀକରଣ ଦେଇଛନ୍ତି। ଯାହାକୁ ନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା।

ପ୍ରେସ୍ ରିଲିଜ୍ ଅନୁସାରେ ସରକାରଙ୍କ ବିଭିନ୍ନ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ବିନା ଦରମା ଓ ପାରିଶ୍ରମିକରେ ଉପଦେଷ୍ଟା ଭାବେ କାର୍ଯ୍ୟ କରିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି। ସେମାନଙ୍କୁ ସୁଯୋଗ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ନିଜର ଦାୟିତ୍ୱକୁ ସମ୍ପୂର୍ଣ୍ଣ ସମର୍ପିତ ଭାବେ କରିବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଦଳୀୟ ନେତାମାନଙ୍କର ଏଭଳି ନିଷ୍ପତ୍ତି ଓ ଆଭିମୁଖ୍ୟକୁ ଉଲ୍ଲେଖନୀୟ ବୋଲି କହିବା ସହ ଏହା ବିଜେଡି ନେତାମାନଙ୍କର ଏହା ନିଃସ୍ୱାର୍ଥପରତା ଓ କୌଣସି ଆର୍ଥିକ ପାରିଶ୍ରମିକ ବିନା ରାଜ୍ୟର ସେବା ପାଇଁ ଉଦ୍ଦେଶ୍ୟକୁ ଦର୍ଶାଉଥିବା କହିଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ସତରେ କ’ଣ ଉପଦେଷ୍ଟା ଭାବେ ଥଇଥାନ ହୋଇଥିବା ୧୨ ବିଜେଡି ନେତା କୌଣସି ପାରିଶ୍ରମିକ ନେବେ ନାହିଁ। ଯଦି ବାସ୍ତବରେ ଏହି ନେତାମାନେ ନିଃସ୍ୱାର୍ଥପର ଓ ସମର୍ପଣ ଭାବ ସହ ରାଜ୍ୟର ସେବା ପାଇଁ ଇଚ୍ଛୁକ ତା’ହେଲେ ସେମାନଙ୍କୁ ସରକାର ନିଜର ଉପଦେଷ୍ଟା ପଦବୀରେ ଥଇଥାନ କରିବାର ଆବଶ୍ୟକତା କ’ଣ ରହିଛି? ରାଜ୍ୟର ସେବା କରିପାରିବା ପାଇଁ କୌଣସି ରାଜନେତାଙ୍କୁ ପଦପଦବୀ ଓ ପାହ୍ୟାର କ’ଣ ଆବଶ୍ୟକତା ଅଛି?

ଯଦି ଏମାନେ କୌଣସି ଆର୍ଥିକ ସୁବିଧାସୁଯୋଗ ନନେବେ ତା’ହେଲେ ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା, ୪ଜଣଙ୍କୁ ପ୍ରମୁଖ ସଚିବ ଓ ଜଣଙ୍କୁ ମୁଖ୍ୟ ସଚିବ ପାହ୍ୟାରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର କାହିଁକି ବିଧିବଦ୍ଧ ବିଜ୍ଞପ୍ତି କଲେ? ସରକାରଙ୍କ ବିଭିନ୍ନ ବିଭାଗରେ ସେମାନଙ୍କ ପାଇଁ ଅଫିସ୍,ଗାଡ଼ି ଓ କର୍ମଚାରୀଙ୍କୁ କାହିଁକି ନିୟୋଜିତ କରାଯାଇଛି? ରାଜ୍ୟର ସେବା କରିବା ପାଇଁ କ’ଣ ଦଳୀୟ ନେତାମାନଙ୍କୁ ଅଫିସଠୁ ଆରମ୍ଭ କରି ସମସ୍ତ ସରକାରୀ ସୁବିଧା ମିଳିବା ଜରୁରୀ କି ଆଦି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।
ଚର୍ଚ୍ଚା ହେଉଛି, ଦଳୀୟ ନେତାମାନଙ୍କୁ ସରକାରୀ ଉପଦେଷ୍ଟା ପଦରେ ନିଯୁକ୍ତିକୁ ନେଇ ଗଣମାଧ୍ୟମ ଜରିଆରେ ସରକାରଙ୍କ ଛବି ଧୂମିଳ ହେଉଥିବାରୁ ଏଭଳି ନୂଆ ଫନ୍ଦିଫିକର ବାହାର କରାଯାଇଛି। ଶୁଣିବାକୁ ମିଳୁଛି, ଏହି ବିଜେଡି ନେତାମାନଙ୍କୁ କୁଆଡ଼େ ସରକାରୀ ଦସ୍ତାବିଜରେ କିଛି ଦରମା କିମ୍ବା ପାରିଶ୍ରମିକ ମିଳିବ ନାହିଁ ମାତ୍ର ଦଳ ପକ୍ଷରୁ ସେସବୁ ବନ୍ଦୋବସ୍ତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos