କେବେ ନିରବତା ଭାଙ୍ଗିବ ସିଏମ୍ଓ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ୟାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ୧୯ ମିନିଟ୍‌ରେ ଉଡ଼ାଣ ରହସ୍ୟ ଉପରୁ କେବେ ଉଠିବ ପର୍ଦ୍ଦା? କେବେ ନିରବତା ଭାଙ୍ଗିବ ସିଏମ୍ଓ? ଓଟିଭିରେ ଖବର ପ୍ରସାରଣର ୩ ଦିନ ପରେ ଆଜି ଏହି ପ୍ରସଙ୍ଗକୁ ନେଇ ସିଧା ମୁଖ୍ୟମନ୍ତ୍ରୀଙ୍କଠୁ ୫ଟି ବିଷୟରେ ସ୍ପଷ୍ଟୀକରଣ ମାଗିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ ଏଥିସହ ଅଭିଯୋଗ କରିଛି, ଏହି ଖବର ପ୍ରସାରଣ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଟିଭି ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି। ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନର […]

790-1

Tapas Behera
  • Published: Saturday, 17 October 2020
  • , Updated: 17 October 2020, 07:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ୟାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ୧୯ ମିନିଟ୍‌ରେ ଉଡ଼ାଣ ରହସ୍ୟ ଉପରୁ କେବେ ଉଠିବ ପର୍ଦ୍ଦା? କେବେ ନିରବତା ଭାଙ୍ଗିବ ସିଏମ୍ଓ? ଓଟିଭିରେ ଖବର ପ୍ରସାରଣର ୩ ଦିନ ପରେ ଆଜି ଏହି ପ୍ରସଙ୍ଗକୁ ନେଇ ସିଧା ମୁଖ୍ୟମନ୍ତ୍ରୀଙ୍କଠୁ ୫ଟି ବିଷୟରେ ସ୍ପଷ୍ଟୀକରଣ ମାଗିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ ଏଥିସହ ଅଭିଯୋଗ କରିଛି, ଏହି ଖବର ପ୍ରସାରଣ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଟିଭି ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି।

ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନର ସତ କଣ? ଆରଟିଆଇ ରିପୋର୍ଟ ଭିତ୍ତିରେ ଓଟିଭିରେ ଖବର ପ୍ରସାରଣର ୩ ଦିନ ପରେ ବି ଅନ୍ଧାରରେ ରାଜ୍ୟବାସୀ । ଏଭଳି ସ୍ଥିତିରେ ୧୯ ମିନିଟ୍‌ରେ ଉଡ଼ାଣ ତଥ୍ୟକୁ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଶ୍ନବାଣରେ ଛନ୍ଦିଛି, ସିଧା ମୁଖ୍ୟମନ୍ତ୍ରୀଙ୍କ ଠାରୁ ୫ଟି ବିଷୟରେ ସ୍ପଷ୍ଟୀକରଣ ଲୋଡ଼ିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ। ସେସବୁ ହେଲା ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ପ୍ରକୃତରେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ କି ? ଯଦି କରିଥିଲେ ୧୯ ମିନିଟ୍ ମଧ୍ୟରେ କେଉଁ କେଉଁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ? ମୁଖ୍ୟମନ୍ତ୍ରୀଙ୍କ ସହିତ ସେହି ହେଲିକପ୍ଟରରେ କେଉଁ ଅଫିସର ଗସ୍ତ କରିଥିଲେ ଏବଂ ତାଙ୍କୁ ଗାଇଡ୍ କରିଥିଲେ ? ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଗସ୍ତର ସମସ୍ତ ଭିଡିଓ କପି ପ୍ରଦାନ କରାଯାଉ ପ୍ରୋଟୋକଲ୍ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସହ ଡାକ୍ତର ବି ଯିବାକଥା, ତେଣୁ ଗସ୍ତ ସମୟରେ କେଉଁ ଡାକ୍ତର ଯାଇଥିଲେ, ତାଙ୍କ ନାମ ପ୍ରକାଶ କରାଯାଉ।

ଓଡ଼ିଶା ସୂଚନା ଅଧିକାର ଅଭିଯାନର ଅଭିଯୋଗ ଯେ, ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ନେଇ ସନ୍ଦେହରୁ ସେପ୍ଟେମ୍ବର ୭ ତାରିଖରେ ଉଭୟେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗକୁ ଏସଂପର୍କିତ ତଥ୍ୟ ମଗାଯାଇଥିଲା । ହେଲେ ଏହା ଭିତରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଦେଇଥିବା ତଥ୍ୟରୁ ମୁଖ୍ୟମନ୍ତ୍ରୀ ଯାଇଥିବା ହେଲିକପ୍ଟର ୧୯ ମିନିଟ୍‌ର ଉଡ଼ାଣ ଭରିଥିବା ସ୍ପଷ୍ଟ ହୋଇଛି । କିନ୍ତୁ ଏ ସଂପର୍କରେ ଉଠିଥିବା ବିବାଦ ଓ ବିଭ୍ରାନ୍ତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର କର୍ମୀ।

ସୂଚନା ଅଧିକାର କର୍ମୀଙ୍କ ପ୍ରଦତ୍ତ ତଥ୍ୟ ଆଧାରରେ ଗତ ୧୪ ତାରିଖରେ ଏ ଖବର ପ୍ରସାରଣ ପୂର୍ବରୁ ଆମେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ । ହେଲେ ତାର ଉତ୍ତର ବି ଏଯାଏଁ ମିଳିନି। ଅପରପକ୍ଷେ ଅଭିଯାନ ପକ୍ଷରୁ ଏହି ଖବର ପ୍ରସାରଣ ପରେ ଓଟିଭି ଉପରେ ଆକ୍ରୋଶମୂଳକ ପଦକ୍ଷେପର ନିନ୍ଦା କରାଯିବା ସହ ଚ୍ୟାନେଲର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ରାସ୍ତାରୁ ଉଠାଇ ନେବା, ଓଟିଭି କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ ଜଗେଇବା ଆଦି କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରାଯାଉଥିବା ଅଭିଯୋଗ ହୋଇଛି।

Related story