ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାଧାରଣ ନିର୍ବାଚନରେ କାହିଁକି ହାରିଲେ ମହେଶ୍ୱର ମହାନ୍ତି ? କୋଣାର୍କ ଯାତ୍ରୀନିବାସଠାରେ ପୁରୀ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଆଜି ଏହାର ଗୁମର ଖୋଲିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ। ବୈଠକରେ ଉପସ୍ଥିତ ଥିବା ମହେଶ୍ୱରଙ୍କୁ ଇଙ୍ଗିତ କରି କହିଥିଲେ , ନିର୍ବାଚନରେ ତମକୁ ଦଗା ଦେଇଛନ୍ତି। ସେ କଥାକୁ ନେଇ ଆପଣ ମନଦୁଃଖ କରିବେ। ଅମେ ଜାଣିଛୁ ଆପଣ ମନ କ’ଣ ହେଉଥିବ। ତେବେ ମହେଶ୍ୱରଙ୍କୁ କିଏ ଦଗା ଦେଇଛନ୍ତି ସେନେଇ କାହାରି ନାମ ନେଇ ନଥିଲେ ମହାରଥୀ।
ସେହିପରି ବୈଠକରେ ଉପସ୍ଥିତ ଥିବା ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇଙ୍କୁ ଏଥିପାଇଁ ଟାର୍ଗେଟ୍ କରିଛନ୍ତି ମହାରଥୀ। ପରାଜୟ ସହ ୯ମାସ ହେଲା ଡିଆରଡିଏ ବୈଠକ ଡକା ନଯିବାକୁ ନେଇ ଜ୍ୟୋତିର୍ମୟଙ୍କୁ କଟାକ୍ଷ କରିଛନ୍ତି ମହାରଥୀ। ଏପରିକି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଏପରି ନକହିବାକୁ ମହାରଥୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଟକି ନଥିଲେ ମହାରଥୀ। ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମହାରଥୀଙ୍କ ଏଭଳି ମନ୍ତବ୍ୟ ଦଳର ଅନ୍ତର୍କନ୍ଦଳକୁ ପଦାକୁ ଆଣିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜ୍ୟରେ ଗଠନ ହେବ ଅଧିକ ନୂଆ ବ୍ଲକ୍: ରାଜସ୍ୱ ମନ୍ତ୍ରୀ
ରାଜ୍ୟରେ ଶେଷଥର ପାଇଁ ୧୯୮୪ ମସିହାରେ ବ୍ଲକ ପୁନର୍ଗଠନ ହୋଇଥିଲା। ଏବେ ଲୋକସଂଖ୍ୟା ବୃଦ୍ଧି ଓ ପ୍ରଶାସନକୁ ନିକଟତର କରାଇବା ପାଇଁ ଅଧିକ ବ୍ଲକର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
Politics
ଫସଲ କ୍ଷତି: ଆସନ୍ତାକାଲି ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ, ୩୦ରେ ଯିବେ ନବୀନ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତି ସ୍ଥିତିର ସମୀକ୍ଷା କରିବା ପରେ ଆସନ୍ତାକାଲି ଜିଲ୍ଲା ଗସ୍ତରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
Miscellaneous
କୋଟିଏ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଦାନ ରାଶି
ଧନୁଯାତ୍ରାରେ ଅଂଶ ଗ୍ରହଣ କରିଥିବା ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ। ଧନୁଯାତ୍ରାକୁ UNESCO ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ।
Miscellaneous
‘ନୂଆବର୍ଷରେ ଫୁଲଟିଏ ବଦଳରେ ଗଛଟିଏ ଉପହାର ଦିଅନ୍ତୁ’
ଆଜି ବକୁଳ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ‘ଫୁଲ ବଦଳରେ ଗଛଟିଏ’ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ପରିବେଶ ପାଇଁ ଗଛଟିଏର ପ୍ରମୁଖ ଭୂମିକା ରହିଛି। ଆଜିକାଲି ରାସ୍ତା ପ୍ରଶସ୍ତିକରଣ ଓ ବିଭିନ୍ନ ଉନ୍ନତିକରଣ ନାଁରେ ଅନେକ ବଡ଼ ବଡ଼ ଗଛକୁ କଟା ଯାଉଛି।