ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ପାଟକୁରାରେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିବଂଗତ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ପାଟକୁରା ବିଧାନସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଘୋଷଣା କରିଛନ୍ତି। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ପାଟକୁରାରେ ନିର୍ବାଚନ ସ୍ଥଗିତ ରହିଥିଲା। ମଇ ୧ ତାରିଖ ବୁଧବାର ନାମାଙ୍କନ ପତ୍ର ଦାଖଲର ଶେଷଦିନ ରହିଛି।   ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଆଜି ନବୀନ ନିବାସରେ ସାବିତ୍ରୀ […]

sabitree

Jitendra Garnayak
  • Published: Monday, 29 April 2019
  • , Updated: 29 April 2019, 09:39 PM IST
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିବଂଗତ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ପାଟକୁରା ବିଧାନସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଘୋଷଣା କରିଛନ୍ତି। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ପାଟକୁରାରେ ନିର୍ବାଚନ ସ୍ଥଗିତ ରହିଥିଲା। ମଇ ୧ ତାରିଖ ବୁଧବାର ନାମାଙ୍କନ ପତ୍ର ଦାଖଲର ଶେଷଦିନ ରହିଛି।
 
ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଆଜି ନବୀନ ନିବାସରେ ସାବିତ୍ରୀ ଅଗ୍ରୱାଲଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି। ଟିକେଟ୍ ଦୌଡ଼ରେ ବେଦପ୍ରକାଶଙ୍କ ପୁଅ ସଞ୍ଜୟ ଆଗରେ ଥିଲେ ମଧ୍ୟ ଦଳ ପୁଅ ପରିବର୍ତ୍ତେ ପତ୍ନୀଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରିଛି। ସାବିତ୍ରୀଙ୍କୁ ମଇଦାନକୁ ଓହ୍ଲାଇ ବିଜେଡି ସମବେଦନା ଭୋଟ୍ ସାଉଁଟିବାର ଲକ୍ଷ୍ୟ ରଖିଛି। ଏହି ପାଟକୁରା ଆସନରେ ମୋଟ ୧୦ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ କଂଗ୍ରେସର ଜୟନ୍ତ ମହାନ୍ତି ନିର୍ବାଚନ ରଣାଙ୍ଗନରେ ଅଛନ୍ତି। 
 
ମଇ ୧୯ତାରିଖରେ ଏହି ଆସନରେ ଭୋଟଗ୍ରହଣ ହେବ। ବେଦପ୍ରକାଶଙ୍କ ମୃତ୍ୟୁ ପରେ ଏହି ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। କିନ୍ତୁ ନିର୍ବାଚନ କମିଶନ ୧୯ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ସହ କେବଳ ବିଜେଡିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ।
 
ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଥିବାରୁ ବିଜେଡି ଏବେଠୁ ପାଟକୁରାରେ ନିଜର କଳବଳକୌଶଳ ଲଗାଇ ପ୍ରଚାର ଅଭିଯାନକୁ ଜୋରଦାର କରିଛି। ପାଟକୁରା ନିର୍ବାଚନ ମଣ୍ଡଳୀରେ ବେଦପ୍ରକାଶଙ୍କ ମୃତ୍ୟୁ ଯୋଗୁ ତାଙ୍କ ପରିବାର ପ୍ରତି ସମବେଦନା ରହିବ ବୋଲି ଭାବି ବିଜେଡି ଏଭଳି ରଣନୀତି ପ୍ରସ୍ତୁତ କରିଛି। କିନ୍ତୁ ବିଜୟଙ୍କ ଭଳି ହେଭିୱେଟ୍ ନେତାଙ୍କୁ ମାତ୍ ଦେବାକୁ ବିଜେଡିର ଏହି ସମବେଦନା କାର୍ଡ ସଫଳ ହେବାର ସମ୍ଭାବନା କ୍ଷୀଣ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି। 

Related story