ସ୍ୱାମୀଙ୍କ ବେକ ଓ ମୁଣ୍ଡକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ

କରଞ୍ଜିଆ (ଦୀପକ କୁମାର ମହାନ୍ତ): ସ୍ତ୍ରୀର ଟାଙ୍ଗିଆ ଚୋଟରେ ଯାଇଛି ସ୍ୱାମୀଙ୍କ ଜୀବନ। ଆଜି ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ପଞ୍ଚାୟତ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍‌ ସାମଗ୍ରୀ ଦିଆଯାଉଥିଲା। ସେଥିପାଇଁ ରାଣୀଭୋଳ ଗାଁର ଅନନ୍ତ ଗୋପ କଣ୍ଟ୍ରୋଲ୍‌ ସାମଗ୍ରୀ ଆଣିବାକୁ ଯାଇଥିଲେ। କଣ୍ଟ୍ରୋଲ ସାମଗ୍ରୀ ଧରି ଘରକୁ ଫେରିଥିଲେ। […]

Baripada

Baripada

Manoranjan Sial
  • Published: Saturday, 20 November 2021
  • Updated: 20 November 2021, 07:20 PM IST

Sports

Latest News

କରଞ୍ଜିଆ (ଦୀପକ କୁମାର ମହାନ୍ତ): ସ୍ତ୍ରୀର ଟାଙ୍ଗିଆ ଚୋଟରେ ଯାଇଛି ସ୍ୱାମୀଙ୍କ ଜୀବନ। ଆଜି ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ପଞ୍ଚାୟତ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍‌ ସାମଗ୍ରୀ ଦିଆଯାଉଥିଲା। ସେଥିପାଇଁ ରାଣୀଭୋଳ ଗାଁର ଅନନ୍ତ ଗୋପ କଣ୍ଟ୍ରୋଲ୍‌ ସାମଗ୍ରୀ ଆଣିବାକୁ ଯାଇଥିଲେ। କଣ୍ଟ୍ରୋଲ ସାମଗ୍ରୀ ଧରି ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ହାଣ୍ଡିଆ ପିଇବା ପାଇଁ ପତ୍ନୀ ମସୁରୀ ସୟଙ୍କୁ ମାଗିଥିଲେ ଟଙ୍କା। ହେଲେ ମସୁରୀ ଟଙ୍କା ଦେଇନଥିଲେ। ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏଥିରେ ଉତକ୍ଷିପ୍ତ ହଇ ସ୍ତ୍ରୀ ମସୁରୀ ଘର ଭିତରକୁ ଯାଇ ଏକ ଟାଙ୍ଗିଆ ଆଣି ସ୍ୱାମୀର ବେକ ଓ ମୁଣ୍ଡକୁ ଚୋଟ ପରେ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଠାକୁରମୁଣ୍ଡା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ତ୍ରୀ ମସୁରୀ ସୟକୁ ଗିରଫ କରିଛି। ଏପରିକି ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ପୁଲିସ ଜବତ କରି ଅଧିକ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos