ଯବାନଙ୍କ ବିରୋଧରେ ସାଂଘାତିକ୍‌ ଅଭିଯୋଗ ଆଣିଲେ ପତ୍ନୀ: କହିଲେ କାର ପାଇଁ ମତେ ଜବରଦସ୍ତ ଗର୍ଭପାତ କରାଇଲେ

ଆଠଗଡ଼(ଓଡ଼ିଶା ରିପୋର୍ଟର):ଜଣେ ଯବାନଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପତ୍ନୀ । ଏ ନେଇ କାନପୁର ଥାନାରେ ଏତଲା ଦେବା ସତ୍ତ୍ୱେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନି। ପୁଲିସ କାର୍ଯ୍ୟକଳାପ ପ୍ରତି ଭରସା ନ ପାଇବାରୁ ହତାଶ ପତ୍ନୀ ଏବେ ମାନବାଧିକାର ପରିଷଦର ଏକ ଟିମ୍ ସହ ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଦେଖା କରି ସେ ନ୍ୟାୟ ଭିକ୍ଷା କରିଛନ୍ତି। କେନ୍ଦୁଝର ଦୈତାରୀରେ OISFର ସୁବେଦାର ଭାବେ କାର୍ଯ୍ୟ କରନ୍ତି ବିଭୂ ପ୍ରସାଦ ନାୟକ। ତାଙ୍କ […]

rti

Tapas Behera
  • Published: Sunday, 07 July 2019
  • , Updated: 07 July 2019, 06:08 PM IST

ଆଠଗଡ଼(ଓଡ଼ିଶା ରିପୋର୍ଟର):ଜଣେ ଯବାନଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପତ୍ନୀ । ଏ ନେଇ କାନପୁର ଥାନାରେ ଏତଲା ଦେବା ସତ୍ତ୍ୱେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନି। ପୁଲିସ କାର୍ଯ୍ୟକଳାପ ପ୍ରତି ଭରସା ନ ପାଇବାରୁ ହତାଶ ପତ୍ନୀ ଏବେ ମାନବାଧିକାର ପରିଷଦର ଏକ ଟିମ୍ ସହ ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଦେଖା କରି ସେ ନ୍ୟାୟ ଭିକ୍ଷା କରିଛନ୍ତି।

କେନ୍ଦୁଝର ଦୈତାରୀରେ OISFର ସୁବେଦାର ଭାବେ କାର୍ଯ୍ୟ କରନ୍ତି ବିଭୂ ପ୍ରସାଦ ନାୟକ। ତାଙ୍କ ପତ୍ନୀ ସୁଚିସ୍ମିତା ସାମଲ ଅଭିଯୋଗ କରିଛନ୍ତି ଯେ, ଉଭୟଙ୍କ ବାହାଘର ୨୦୧୪ ମସିହାରେ ହୋଇଥିଲା। ବିବାହର ବର୍ଷେ ଦେଢ ବର୍ଷ ପର୍ଯ୍ୟନ୍ତ ସବୁ ଠିକ୍‌ଠାକ୍‌ ଥିଲା। ବର୍ଷେ ପରେ ମୁଁ ପିଲାର ‌ମା’ ହେବାକୁ ଯାଉଥିଲି। ହେଲେ ଘରେ ସ୍ୱାମୀ ଏବଂ ଶାଶୁ ପିଲା ନହେଉ ବୋଲି ଚାହୁଁଥିଲେ। ସେମାନେ ଏକ କାର କିଣିବାକୁ ଚାହୁଁଥିଲେ। ଜବରଦସ୍ତି କହିଲେ ଗର୍ଭପାତ କର। ପିଲା ପାଇଁ ପାଇଁ ପଇସା ଖର୍ଚ୍ଚ ହୋଇଯାଉଛି। ଜବରଦସ୍ତ ମତେ ମେଡିସିନ୍‌ ଦେଇ ମୋର ଆବରସନ୍ କରାଇଲେ। ମୁଁ ଏହାର ପ୍ରତିବାଦ କରିଥିଲି। ଏନେଇ ଫ୍ୟାମିଲି କୋର୍ଟରେ ଏକ ମାମଲା ହୋଇଥିଲା। ଯେହେତୁ ମୁଁ ବୃତ୍ତିରେ ଜଣେ ଶିକ୍ଷୟିତ୍ରୀ ସମସ୍ୟା ଅଧିକ ବଢ଼ୁ ବୋଲି ମୁଁ ଚାହୁଁନଥିଲି। ପରେ ମୁଁ ରାଜି ହୋଇ ଶାଶୁଘରକୁ ଆସିଲି। ହେଲେ ପରେ ମୋ ଉପରେ ପୂର୍ବପରି ନିର୍ଯାତନା ଜାରି ରହିଲା।

ସ୍ୱାମୀ ଅଧିକ ଯୌତୁକ ଦାବି କରିବା ସହ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଲେ। ଘରେ ଶାଶୂ, ଶ୍ୱଶୁର,ନଣନ୍ଦେଇ ସମସ୍ତେ ମିଶି ମୋଠାରୁ ପଇସା ଦାବି କଲେ। ହେଲେ ମୋର ଦରମା ବହୁତ କମ୍‌। ଏପରିକି ମତେ ଜୀବନରୁ ମାରି ଦେବା ପାଇଁ ସ୍ୱାମୀ ଉଦ୍ୟମ କରିଥିଲେ ବୋଲି ସୁଚିସ୍ମିତା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।

Related story