ବିଧବା ଝିଅ ଲାଗି ଆଶ୍ରା ବିଧବା ମାଆ

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ବିଧବା ଝିଅ ଲାଗି ଏକ ମାତ୍ର  ଆଶ୍ରା ବିଧବା ମାଆ। ମାଆଙ୍କ ପେନସନରେ ଚଳନ୍ତି ୪ ପ୍ରାଣୀ କୁଟୁମ୍ଭ। ରାୟଗଡ଼ା ସହର ରାମକୃଷ୍ଣ ନଗରରେ ରହୁଥିବା ଟି.ଭେଙ୍କେଟ୍ ରତ୍ନମ୍   ୨୦୧୩ ମସିହାରେ ଟି.ସୁନିଲ୍ କୁମାରଙ୍କୁ ବିବାହ କରିଥିଲେ। ସୁନିଲ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲ୍ରେ କନିଷ୍ଠ କିରାଣୀ ଭାବେ କାମ କରୁଥିଲେ । ୨୦୧୮ ମସିହାରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କରି ମୃତ୍ୟୁ ହୋଇଥିଲା । ସୁନୀଲଙ୍କ ମୃତ୍ୟୁ ଏବେ ୩ ବର୍ଷ […]

7bn

Tapas Behera
  • Published: Sunday, 24 January 2021
  • , Updated: 24 January 2021, 06:02 PM IST

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ବିଧବା ଝିଅ ଲାଗି ଏକ ମାତ୍ର  ଆଶ୍ରା ବିଧବା ମାଆ। ମାଆଙ୍କ ପେନସନରେ ଚଳନ୍ତି ୪ ପ୍ରାଣୀ କୁଟୁମ୍ଭ। ରାୟଗଡ଼ା ସହର ରାମକୃଷ୍ଣ ନଗରରେ ରହୁଥିବା ଟି.ଭେଙ୍କେଟ୍ ରତ୍ନମ୍   ୨୦୧୩ ମସିହାରେ ଟି.ସୁନିଲ୍ କୁମାରଙ୍କୁ ବିବାହ କରିଥିଲେ।

ସୁନିଲ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲ୍ରେ କନିଷ୍ଠ କିରାଣୀ ଭାବେ କାମ କରୁଥିଲେ । ୨୦୧୮ ମସିହାରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କରି ମୃତ୍ୟୁ ହୋଇଥିଲା । ସୁନୀଲଙ୍କ ମୃତ୍ୟୁ ଏବେ ୩ ବର୍ଷ ବିତିଲାଣି । ହେଲେ ଏବେ ବି ତାଙ୍କ ସ୍ତ୍ରୀ ଟି. ଭେଙ୍କେଟ୍ ରତ୍ନମଙ୍କୁ ମିଳିନି କୌଣସି ସରକାରୀ ସହାୟତା ।

ସ୍ୱାମୀଙ୍କ ମୃତ୍ୟୁ  ପରେ ଟି-ଭେଙ୍କେଟ୍ ରତ୍ନମଙ୍କୁ ମିଳିବାକୁ ଥିବା ଅର୍ଥରାଶି ସହ ଚାକିରି ଲାଗି କାଗଜ ପତ୍ର ଦାଖଲ କରିଛନ୍ତି । ହେଲେ ତିନି ବର୍ଷ ହେଲାଣି କାଗଜ ଆଗକୁ ଉଠିନି।  ଏବେ ବିଧବା ମାଆଙ୍କ ପେନସନ୍ ଅର୍ଥ ଉପରେ ସେ ନିର୍ଭରଶୀଳ।  ଏଥିଲାଗି ସେ  ଚନ୍ଦ୍ରପର ତହସିଲ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସକୁ ବାରମ୍ବାର ଦୌଡ଼ିଲେଣି । ହେଲେ ସେ ନିରାଶ, ସେପଟେ ଏ ନେଇ ରାୟଗଡ଼ାର ନବ ନିଯୁକ୍ତ ଜିଲ୍ଲାପାଳଙ୍କୁ  ଏ ନେଇ ଅବଗତ କରିବା ପରେ ଖୁବ ଶୀଘ୍ର ସରକାରୀ ନିୟମ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Related story