ଧରମ ଭାଇ ସହ ମିଶି କଲେ ପାପ, ମଥାରୁ ଲିଭିଲା ସିନ୍ଦୂର  

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସ୍ୱାମୀ-ସ୍ତ୍ରୀ ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କର ଛିଟା। ପାପ ସମ୍ପର୍କ ପାଇଁ ଧରମ ଭାଇ ସହ ମିଶି ସାତ ଜନମର ସାଥୀକୁ ମାରିଦେଲା ସ୍ତ୍ରୀ। ଆଉ ତା’ପରେ ରଚିଥିଲା ଡ୍ରାମା। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୭ ବର୍ଷ ତଳେ ଚମ୍ପି (ଛଦ୍ମନାମ)ଙ୍କୁ ସଦର ଥାନା ସୁକୁଣ୍ଡା ଗାଁର […]

wife-murder-in-ganjam

wife-murder-in-ganjam

Manoranjan Sial
  • Published: Friday, 24 January 2020
  • Updated: 24 January 2020, 06:44 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସ୍ୱାମୀ-ସ୍ତ୍ରୀ ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କର ଛିଟା। ପାପ ସମ୍ପର୍କ ପାଇଁ ଧରମ ଭାଇ ସହ ମିଶି ସାତ ଜନମର ସାଥୀକୁ ମାରିଦେଲା ସ୍ତ୍ରୀ। ଆଉ ତା’ପରେ ରଚିଥିଲା ଡ୍ରାମା। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

୭ ବର୍ଷ ତଳେ ଚମ୍ପି (ଛଦ୍ମନାମ)ଙ୍କୁ ସଦର ଥାନା ସୁକୁଣ୍ଡା ଗାଁର ପ୍ରଫୁଲ୍ଲ ସାହୁ ବିବାହ କରିଥିଲେ। ଉଭୟଙ୍କ ଦମ୍ପତ୍ୟ ଜୀବନ ଠିକ୍‌ଠାକ୍‌ ଚାଲିଥିଲା। ତାଙ୍କର ଏବେ ଦୁଇଟି ପିଲା ଅଛନ୍ତି। କିଛିଦିନ ତଳେ ଚମ୍ପି ଛୁଆକୁ ଧରି ବସରେ ଭୁବନେଶ୍ୱର ଆସିଥିଲେ। ଏହି ସମୟରେ ତାଙ୍କର ଭବାନୀପାଟଣା ଅଞ୍ଚଳର ସରୋଜ ମହାରଣାଙ୍କ ସହିତ ହୋଇଥିଲା ଦେଖାହୁଏ। ପରେ ଉଭୟ ନିକଟତର ହୋଇଥିଲେ।

ପ୍ରେମିକ ସରୋଜକୁ ଚମ୍ପି ପରିବାର ଲୋକଙ୍କ ଆଗରେ ଧରମା ଭାଇର ପରିଚୟ ଦେଇଥିଲା। ଯେଉଁଥିପାଇଁ ସରୋଜ ମଝିରେ ମଝିରେ ଚମ୍ପିଙ୍କ ଘରକୁ ଆସୁଥିଲା। ଯାହାକୁ ପ୍ରଫୁଲ୍ଲ ବିରୋଧ କରୁଥିଲେ। କାରଣ ସେ ଜାଣିବାକୁ ପାଇଥିଲେ ସରୋଜ ଧରମ ଭାଇ ନୁହେଁ, ପ୍ରେମିକ। ଯେଉଁଥିପାଇଁ ଅଧିକାଂଶ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେଉଥିଲା।

ଗତ ମଙ୍ଗଳବାର ରାତିରେ ପ୍ରଫୁଲ୍ଲ ସାହୁ ଘରକୁ ଆସିଥିଲେ। ଏହି ସମୟରେ ଘରେ ସରୋଜ ମହାରଣାଙ୍କୁ ଦେଖିବାକୁ ପାଇଥିଲେ। ଏହାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସରୋଜ ଓ ଚମ୍ପି ମିଶି ପ୍ରଫୁଲ୍ଲଙ୍କ ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଥିଲା। ପରେ ଚମ୍ପି ଜାଣି ନଜାଣିଲା ପରି ପ୍ରଫୁଲ୍ଲଙ୍କ ମରଶରୀରେ ପାଣି ଢ଼ାଳି ଦେଇଥିଲେ। ଆଉ ନିଜ ଭାଇକୁ ଡାକି ଶୌଚାଳୟରେ ପଡ଼ିଯିବାରୁ ପ୍ରଫୁଲ୍ଲଙ୍କ ସଜ୍ଞା ହରାଇ ପଡ଼ି ଯାଇଥିବା କହିଥିଲା ଚମ୍ପି। ତେବେ ଭାଇ ଚମ୍ପିଙ୍କ ଘରେ ପହଞ୍ଚି ପ୍ରଫୁଲ୍ଲକୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ।

ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ଶବ ବ୍ୟବଚ୍ଛେଦ ପୂର୍ବରୁ ଧରା ପଡ଼ିଥିଲା ହତ୍ୟାର ପ୍ରକୃତ କାରଣ। ନାକରେ ମାଡ଼, ଗଳାରେ ଚିହ୍ନ ସହ ରକ୍ତ ବାହାରୁଥିବାରୁ ଦେଖି ଏହା ହତ୍ୟାକାଣ୍ଡ ବୋଲି ଡାକ୍ତର କହିଥିଲେ। ଡାକ୍ତରଙ୍କ ବୟାନ ଆଧାରରେ ପୁଲିସ ପ୍ରଫୁଲଙ୍କ ଘରକୁ ଆସି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପ୍ରଥମେ ପ୍ରଫୁଲ୍ଲଙ୍କ ଝିଅକୁ ପଚାରିଥିଲା।

ମଙ୍ଗଳବାର ରାତିରେ ପାଟିତୁଣ୍ଡ ହୋଇଥିବା ପ୍ରଫୁଲ୍ଲଙ୍କ ଝିଅ ପୁଲିସକୁ କହିଥିଲା। ଏହା ପରେ ପୁଲି ପ୍ରଫୁଲ୍ଲଙ୍କ ପତ୍ନୀ ଚମ୍ପି ଓ ତାଙ୍କ ପ୍ରେମିକ ତଥା ଧରମ ଭାଇ ସରୋଜଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ। ଏହି ସମୟରେ ହତ୍ୟା କରିଥିବା ସେମାନେ ସ୍ୱୀକାର କରିଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos