କାହା ପାଇଁ ମରିବାକୁ ଚାହୁଁଥିଲେ ବିଦ୍ୟାଶ୍ରୀ, ଡାଏରୀରେ ଅଛି ସମସ୍ତଙ୍କ ନାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଁ ଆଉ ନିନ୍ଦା ଅପବାଦ ସହିପାରୁନି। ଏଠି ପ୍ରତିଦିନ ମୋ ଚରିତ୍ରକୁ ସଂହାର କରାଯାଉଛି। ଆଦିତ୍ୟଙ୍କ ମୃତ୍ୟୁ ପାଇଁ ମୋତେ ଦାୟୀ କରି ସୋଶାଲ ମିଡିଆରେ ଯାବତୀୟ ଭିଡିଓ କରି ଅପମାନିତ କରାଯାଉଛି। ତେଣୁ ମୁଁ ଅତ୍ମହତ୍ୟାକୁ କରିବାକୁ ଚାହେଁ। ଫେସବୁକ୍‌ ଲାଇଭ କରି ଆଜି ଏମିତି କିଛି କହି ଅତ୍ମହତ୍ୟା ଉଦ୍ୟମ କରିଛନ୍ତି ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ। ମାନସିକ ନିର୍ଯାତନା ସହିନପାରି ଆତ୍ମହତ୍ୟା ଉଦ୍ୟମ କରୁଥିବା ବିଦ୍ୟାଶ୍ରୀ କହିଛନ୍ତି ଯେ, ପୂର୍ବରୁ […]

ipo

Tapas Behera
  • Published: Wednesday, 16 December 2020
  • , Updated: 16 December 2020, 05:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଁ ଆଉ ନିନ୍ଦା ଅପବାଦ ସହିପାରୁନି। ଏଠି ପ୍ରତିଦିନ ମୋ ଚରିତ୍ରକୁ ସଂହାର କରାଯାଉଛି। ଆଦିତ୍ୟଙ୍କ ମୃତ୍ୟୁ ପାଇଁ ମୋତେ ଦାୟୀ କରି ସୋଶାଲ ମିଡିଆରେ ଯାବତୀୟ ଭିଡିଓ କରି ଅପମାନିତ କରାଯାଉଛି। ତେଣୁ ମୁଁ ଅତ୍ମହତ୍ୟାକୁ କରିବାକୁ ଚାହେଁ। ଫେସବୁକ୍‌ ଲାଇଭ କରି ଆଜି ଏମିତି କିଛି କହି ଅତ୍ମହତ୍ୟା ଉଦ୍ୟମ କରିଛନ୍ତି ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ। ମାନସିକ ନିର୍ଯାତନା ସହିନପାରି ଆତ୍ମହତ୍ୟା ଉଦ୍ୟମ କରୁଥିବା ବିଦ୍ୟାଶ୍ରୀ କହିଛନ୍ତି ଯେ, ପୂର୍ବରୁ ମୁଁ ୩୦ଟି ସ୍ଲିପିଂ ପିଲ୍‌ ଖାଇଛି। ସେଥିରେ ରିଏକ୍ସନ ହେଉ ନଥିବାରୁ ମୁଁ ଆହୁରି ବଟିକା ଖାଇବାକୁ ବାଧ୍ୟ ହେଉଛି । ଏଥିସହ  ସେ ଏକ ଡାଏରି ଦେଖାଉଛନ୍ତି । ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ନାମ ସେ ଡାଏରିରେ ଲେଖିଛନ୍ତି ବୋଲି କହୁଛନ୍ତି। ସେ ଆହୁରି କହିଛନ୍ତି  ଯେ, ଆଦିତ୍ୟଙ୍କ ମୃତ୍ୟୁ ପଛରେ ମୋତେ ଯେମିତି ଦୋଷ ଦିଆଯାଉଛି,

https://youtu.be/2dG6iQbSodQ

ସେମିତି  ମୋ ପରିବାର ଲୋକଙ୍କୁ ମୋ ମୃତ୍ୟୁର କାରଣ ବୋଲି କୁହା ନଯାଉ । ସେଥିପାଇଁ ମୁଁ ଏ ଡାଏରି ଛାଡ଼ି ଯାଉଛି। ଯେଉଁମାନେ ତାଙ୍କ ମୃତ୍ୟୁ ଲାଗି ଦାୟୀ ସେମାନଙ୍କ ନାମ ସେ କହୁଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ, ମୋର ଏଠି ପ୍ରତିଦିନ ଇଜ୍ଜତ ଲୁଟାଯାଉଛି। ପ୍ରତିଦିନ ମୋ ଚରିତ୍ର ସଂହାର କରାଯାଉଛି। ମୋର ଆଉ ବିଲକୁଲ ବଞ୍ଚିବାର ଇଛା ନାହିଁ। ଏଥିସହ ସେ କାନ୍ଦି କାନ୍ଦି ନ୍ୟାୟ ମାଗୁଛନ୍ତି। ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Related story