ପିପିଇ କିଟ୍‌ ପିନ୍ଧିଲେ, ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ

ମାଲକାନଗିରି(ଜିତେନ୍ଦ୍ର ବେଉରା): ସ୍ୱାମୀଙ୍କ ଅକାଳ ବିୟୋଗ ପରେ ଜୁଇରେ ମୁଖାଗ୍ନି ଦେଲେ ସ୍ତ୍ରୀ । ମହାମାରୀ କରୋନା ବେଳେ ମାଲକାନଗିରିରୁ ଏମିତି ଘଟଣା ସାମ୍ନାକୁ ଆସିଛି । ପିପିଇ କିଟ୍ ପିନ୍ଧି ସାତ ଜନ୍ମର ସାଥୀଙ୍କର କରିଛନ୍ତି ଶେଷକୃତ୍ୟ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମାନ୍ଦାପାଲ୍ଲୀ ଗାଁରେ ବାଷ କରନ୍ତି କୃଷ୍ଣ ନାୟକ ଓ ପତ୍ନୀ ରମ୍ଭା ନାୟକ। ହେଲେ କୃଷ୍ଣ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ କୋରାପୁଟ ଓ ପରେ ବିଶାଖାପାଟଣାର ଏକ ହସ୍ପିଟାଲକୁ […]

790

790

Tapas Behera
  • Published: Thursday, 20 August 2020
  • Updated: 20 August 2020, 07:56 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ସ୍ୱାମୀଙ୍କ ଅକାଳ ବିୟୋଗ ପରେ ଜୁଇରେ ମୁଖାଗ୍ନି ଦେଲେ ସ୍ତ୍ରୀ । ମହାମାରୀ କରୋନା ବେଳେ ମାଲକାନଗିରିରୁ ଏମିତି ଘଟଣା ସାମ୍ନାକୁ ଆସିଛି । ପିପିଇ କିଟ୍ ପିନ୍ଧି ସାତ ଜନ୍ମର ସାଥୀଙ୍କର କରିଛନ୍ତି ଶେଷକୃତ୍ୟ।

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମାନ୍ଦାପାଲ୍ଲୀ ଗାଁରେ ବାଷ କରନ୍ତି କୃଷ୍ଣ ନାୟକ ଓ ପତ୍ନୀ ରମ୍ଭା ନାୟକ। ହେଲେ କୃଷ୍ଣ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ କୋରାପୁଟ ଓ ପରେ ବିଶାଖାପାଟଣାର ଏକ ହସ୍ପିଟାଲକୁ ନିଆଯାଇଥିଲା ।

ସେଠାରେ ତାଙ୍କର ମୃତ୍ୟୁ ହେବାରୁ ଆମ୍ବୁଲାନ୍ସ ଯୋଗେ କୃଷ୍ଣଙ୍କ ମରଶରୀର ମାଲକାନଗିରି ପହଞ୍ଚିଥିଲା। ଆଉ  କରୋନା କଟକଣା ମାନି ଆଜି ଶବ ସଂସ୍କାର କରାଯାଇଥିଲା । କୃଷ୍ଣଙ୍କର ୪ଟି ଝିଅ ଥିବା ବେଳେ କେହି ପୁଅ ନଥିବାରୁ କରୋନା ପାଇଁ ପତ୍ନୀ ସବୁ ସାମାଜିକ କାଇଦା କଟକଣାକୁ ପଛରେ ପକାଇ ନିଜେ ମୁଖାଗ୍ନି ଦେଇଥିଲେ। ମୃତ କୃଷ୍ଣ ନାୟକ ଜୟପୁର ଓ ମାଥିଲି ଦୁଇ ବ୍ଲକରେ ବ୍ଲକ୍ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos