ବିଜେପିର ଆଉ କେତେ ନିକଟତର ହେବେ ନବୀନ!

ଭୁବନେଶ୍ୱର(ପ୍ରକାଶ ସେଠୀ): କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନଗୁଡ଼ିକ ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ ବନ୍ଦ ଡାକରାକୁ କଂଗ୍ରେସ ଓ ବାମଦଳର ଦୃଢ଼ ସମର୍ଥନ ସତ୍ତେ୍ୱ ଏହାର ବିଶେଷ ପ୍ରଭାବ ଓଡ଼ିଶାରେ ଅନୁଭୂତ ହୋଇନି। ବିଶେଷକରି ରାଜ୍ୟରେ କ୍ଷମତାସୀନ ବିଜେଡି ଏହି ବନ୍ଦକୁ ସମର୍ଥନ କରିନଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାରିପଦା ଗସ୍ତରେ ଯାଇ ଏକାଧିକ ସରକାରୀ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଶ୍ରମିକ ଓ ଖଟିଖିଆଙ୍କ ସ୍ୱାର୍ଥ ପାଇଁ ୧୨ଘଣ୍ଟିଆ ବନ୍ଦ ଡାକରା ପ୍ରତି ବିଜେଡିର […]

will-BJD-maintain-equal-distance-to-bjp

will-BJD-maintain-equal-distance-to-bjp

Manoranjan Sial
  • Published: Wednesday, 08 January 2020
  • Updated: 08 January 2020, 09:59 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନଗୁଡ଼ିକ ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ ବନ୍ଦ ଡାକରାକୁ କଂଗ୍ରେସ ଓ ବାମଦଳର ଦୃଢ଼ ସମର୍ଥନ ସତ୍ତେ୍ୱ ଏହାର ବିଶେଷ ପ୍ରଭାବ ଓଡ଼ିଶାରେ ଅନୁଭୂତ ହୋଇନି। ବିଶେଷକରି ରାଜ୍ୟରେ କ୍ଷମତାସୀନ ବିଜେଡି ଏହି ବନ୍ଦକୁ ସମର୍ଥନ କରିନଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାରିପଦା ଗସ୍ତରେ ଯାଇ ଏକାଧିକ ସରକାରୀ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଶ୍ରମିକ ଓ ଖଟିଖିଆଙ୍କ ସ୍ୱାର୍ଥ ପାଇଁ ୧୨ଘଣ୍ଟିଆ ବନ୍ଦ ଡାକରା ପ୍ରତି ବିଜେଡିର ଏଭଳି ଉଦାସୀନ ଆଭିମୁଖ୍ୟ ପରୋକ୍ଷରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାରକୁ ସୁହାଇଛି। ୨୦୧୯ ସାଧାରଣ ନିର୍ବାଚନ ପରଠୁ କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସରକାର ପ୍ରତି ବିଜେଡିର ବାରମ୍ବାର ସକରାତ୍ମକ ଆଭିମୁଖ୍ୟ ଆଗାମୀଦିନରେ ଉଭୟ ଦଳ ମଧ୍ୟରେ ପୁଣିଥରେ ସୁଦୃଢ଼ ଘନିଷ୍ଠତା ଆଡ଼କୁ ଇଙ୍ଗିତ କରୁଥିବା ରାଜନୀତିକ ମହଲରେ ଚର୍ଚ୍ଚା।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅସନ୍ତୁଷ୍ଟ କରିବା ଭଳି କୌଣସି କାର୍ଯ୍ୟ କରିବାକୁ ଚାହୁଁନାହାନ୍ତି। ଯେଉଁଥିପାଇଁ ବିଜେଡି ବେଶ୍ ମାପିଚୁପି ନିଜର ଗୋଟିଚାଳନା କରୁଛି। ବିଜେପି ଜାତୀୟ ନେତୃତ୍ୱଙ୍କୁ ଖୁସି କରିବା ଭଳି ପଦକ୍ଷେପ ମଧ୍ୟ ନେବାକୁ ବିଜେଡି ପଛାଉନାହିଁ। କାରଣ ବିଜେଡିର ଗତିବିଧି ସେଭଳି କିଛି ଦିଗକୁ ବି ଇଙ୍ଗିତ କରୁଛି। କାରଣ ୫ଦିନ ପୂର୍ବରୁ ଶ୍ରମିକ ଓ ଖଟିଖିଆଙ୍କ ସ୍ୱାର୍ଥରେ ୧୨ଦଫା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ମିଳିତ ମଞ୍ଚ ପକ୍ଷରୁ ବିଜେଡିର ସମର୍ଥନ ଲୋଡ଼ାଯାଇଥିଲା। ଏପରିକି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଦ୍ୱାରା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବାପରେ ରାଜ୍ୟ ସରକାର ଏକ ମନ୍ତ୍ରିସ୍ତରୀୟ କମିଟି ମଧ୍ୟ ଗଠନ କରିଥିଲେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିସ୍ତରୀୟ କମିଟି ସହ କେନ୍ଦ୍ରୀୟ ଶ୍ରମିକ ସଂଗଠନର ୬ଜଣିଆ ପ୍ରତିନିଧିମଣ୍ଡଳ ଆଲୋଚନା ମଧ୍ୟ କରିଥିଲା। ଏତେସବୁ ସତ୍ତେ୍ୱ ବିଜେଡି କିମ୍ବା ବିଜେଡିର ଶ୍ରମିକ ସଂଗଠନ ପକ୍ଷରୁ ଏହି ବନ୍ଦକୁ ସମର୍ଥନ କିମ୍ବା ବିରୋଧ କରାଯାଇନଥିଲା। ଓଲଟା ବନ୍ଦ ପାଳନର ପୂର୍ବଦିନ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବନ୍ଦକୁ ସମର୍ଥନ କରୁଥିବା ନେଇ ଗଣମାଧ୍ୟମକୁ କହିବାର ୨ଘଣ୍ଟା ନପୁରୁଣୁ ତାଙ୍କୁ ନିଜ କଥା ବଦଳାଇବାକୁ ପଡ଼ିଥିଲା । ହିନ୍ଦ୍ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ଭାବେ ସେ ଶ୍ରମିକ ଓ ଖଟିଖିଆଙ୍କ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗକୁ ନୈତିକ ସମର୍ଥନ କରୁଥିଲେ ମଧ୍ୟ ବିଜେଡି ଯାହା ନିଷ୍ପତ୍ତି ନେବ ତାକୁ ପାଳନ କରିବେ ବୋଲି କହିବାକୁ ବାଧ୍ୟ ହୋଇଥିଲେ। ଶ୍ରୀ ସ୍ୱାଇଁଙ୍କ ୟୁ-ଟର୍ଣ୍ଣରୁ ହିଁ ବିଜେଡି ଉପରେ ‘ଭାରତ ବନ୍ଦ’କୁ ନେଇ ରହିଥିବା ଚାପ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା।

କେବଳ ସେତିକି ନୁହେଁ ଆଜି ଦେଶବ୍ୟାପୀ ବନ୍ଦ ପାଳନ ସତ୍ତେ୍ୱ ବାରିପଦାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସରକାରୀ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେ ନେଇ ବିଜେଡି ପକ୍ଷରୁ ମଧ୍ୟ ଜୋରଦାର ପ୍ରୟାସ ହୋଇଥିଲା। ଜିଲ୍ଲା ଦାୟିତ୍ୱରେ ଥିବା ବିଜେଡି ନେତା ଓ ବରିଷ୍ଠ ମନ୍ତ୍ରୀମାନେ ସେଠାରେ ଡେରା ପକାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାର କୌଣସି ସୁଯୋଗକୁ ହାତଛଡ଼ା କରିନାହାନ୍ତି।

ଏବେ ପ୍ରଶ୍ନ ଉଠୁଛି, ଶ୍ରମିକ ଓ ଖଟିଖିଆଙ୍କ ସ୍ୱାର୍ଥ ସମ୍ବଳିତ ଦାବିକୁ ବିଜେଡି ସମର୍ଥନ କରୁନାହିଁ ନା ବିଜେପି ଜାତୀୟ ନେତୃତ୍ୱଙ୍କ ଚାପରେ ବିଜେଡି ଚେପା ହୋଇସାରିଛି । ଯଦି ବନ୍ଦକୁ ସମର୍ଥନ କରିବାର ନଥିଲା ଅବା ଦାବି ଯୁକ୍ତିଯୁକ୍ତ ନଥିଲା ତା’ହେଲେ ମନ୍ତ୍ରିସ୍ତରୀୟ କମିଟି ଗଠନ ରାଜ୍ୟ ସରକାର କାହିଁକି କରିଥିଲେ? ଦାବି ପୂରଣ ପାଇଁ ସରକାରୀ ପ୍ରତିବନ୍ଧକ ଥିଲେ ରାଜନୀତିକ ଦଳ ଭାବେ ବିଜେଡି ନୈତିକ ସମର୍ଥନ ଦେଇପାରିନଥାନ୍ତା। ତାହା ନକରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବନ୍ଦ ପାଳନ ଦିନ ହିଁ ବାରିପଦାରେ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଲେ । ଯାହାକି କେନ୍ଦ୍ରର ବିଜେପି ସରକାର ପାଇଁ ‘ସୋନେ ପେ ସୁହାଗା’ ସାବ୍ୟସ୍ତ ହୋଇଥିବାବେଳେ ବିଜେଡି କର୍ମୀଙ୍କୁ ନିରବ ରହିବାକୁ ବାଧ୍ୟ କରିଥିଲା।

ଗତ ଦୁଇଦିନ ତଳେ ଭୁବନେଶ୍ୱରରେ ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ୩ଜଣ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତି ତଥା ରାଜ୍ୟ ବିଜେପିର ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ବାର୍ତ୍ତାଳାପ ଓ ବଡ଼ି ଲାଙ୍ଗୁଏଜ୍ ହିଁ ଉଭୟ ଦଳ ଓ ସରକାରର ଘନିଷ୍ଠତାକୁ ସୂଚାଇ ଦେଇଥିଲା। ଗତ ୬ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ବିଲକୁ ସମର୍ଥନ ଜଣାଇ ବିଜେପି ଜାତୀୟ ନେତୃତ୍ୱଙ୍କ ନିକଟତର ହୋଇସାରିଥିବା ବିଜେଡି ଓ ବିଜେଡି ସୁପ୍ରିମୋ ଆଗାମୀଦିନରେ ଆଉ କେତେ ନିକଟତର ହେବେ ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story