ରାଜ୍ୟର କରୋନା ହଟସ୍ପଟ୍ ପାଲଟିଲାଣି କି ଗଞ୍ଜାମ?

ଭୁବନେଶ୍ୱର/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ରାଜ୍ୟର କରୋନା ହଟସ୍ପଟ୍ ପାଲଟିଲାଣି କି ଗଞ୍ଜାମ? ସଂଖ୍ୟାକୁ ଦେଖିଲେ ତ କିଛି ସେହିଭଳି ଲାଗୁଛି।  ଆଜି ନୂଆ ୭୬ ଆକ୍ରାନ୍ତଙ୍କ ସହ  ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଥିବା ବେଳେ, ରାଜ୍ୟ ସହ ଅନୁପାତକୁ ଦେଖିଲେ ବି ଚିନ୍ତା ବଢ଼ୁଛି ।  କାରଣ ଓଡ଼ିଶାର ପ୍ରାୟ ୫ ଭାଗରୁ ଭାଗେ କରୋନା ଆକ୍ରାନ୍ତ କେବଳ ଏଇ ଜିଲ୍ଲାର। ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ  ବିଭିନ୍ନ […]

n09

n09

Tapas Behera
  • Published: Wednesday, 24 June 2020
  • Updated: 24 June 2020, 08:06 PM IST

Sports

Latest News

ଭୁବନେଶ୍ୱର/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ରାଜ୍ୟର କରୋନା ହଟସ୍ପଟ୍ ପାଲଟିଲାଣି କି ଗଞ୍ଜାମ? ସଂଖ୍ୟାକୁ ଦେଖିଲେ ତ କିଛି ସେହିଭଳି ଲାଗୁଛି।  ଆଜି ନୂଆ ୭୬ ଆକ୍ରାନ୍ତଙ୍କ ସହ  ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଥିବା ବେଳେ, ରାଜ୍ୟ ସହ ଅନୁପାତକୁ ଦେଖିଲେ ବି ଚିନ୍ତା ବଢ଼ୁଛି ।  କାରଣ ଓଡ଼ିଶାର ପ୍ରାୟ ୫ ଭାଗରୁ ଭାଗେ କରୋନା ଆକ୍ରାନ୍ତ କେବଳ ଏଇ ଜିଲ୍ଲାର। ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ  ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଇଥିବା ବେଳେ, ଆଜି ଠାରୁ ୧୦ ଦିନ ପାଇଁ ଜନସଧାରଣଙ୍କୁ ସରକାରୀ କାର୍ଯ୍ୟାଳୟ ମନା  ହୋଇଛି।

ଆଶ୍ଚର୍ଯ୍ୟର  କଥା, ରାଜ୍ୟରେ ମାର୍ଚ୍ଚ ତୃତୀୟ ସପ୍ତାହରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି, ଗଞ୍ଜାମ ଏପ୍ରିଲ ଶେଷ ଯାଏଁ କରୋନା ମୁକ୍ତ ଥିଲା  । ମେ ୩ରେ ସେଠି ପାଦ ରଖିଥିଲା ଭୂତାଣୁ  । ହେଲେ ଏହାର ୨ ମାସ ନପୁରୁଣୁ, ୪ ଅଙ୍କରେ ପହଞ୍ଚିଛି ସଂକ୍ରମଣ।  ଏଭଳି ବର୍ଦ୍ଧିତ ସଂକ୍ରମଣ ରୋକିବାକୁ  ଜିଲ୍ଲା ପ୍ରଶାସନ ବି ନେଇଛି ଏକାଧିକ ସ୍ୱତନ୍ତ୍ର ପଦକ୍ଷେପ।

ଜୁନ୍ ଶେଷ ଯାଏଁ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା,  ଜିଲ୍ଲା ଭିତରେ ବସ୍, ଟାକ୍ସି ଓ  ଅଟୋ ରିକ୍ସା ଚଳାଚଳ ବନ୍ଦ ଏବଂ ସୋମବାରରୁ ଶୁକ୍ରବାର ଦିନକୁ ୧୯ ଘଣ୍ଟା କର୍ଫ୍ୟୁ ଲାଗୁଛି। ଏଥିସହ ବରିଷ୍ଠ ସରକାରୀ ଅଧିକାରୀମାନେ  ସଂକ୍ରମିତ ହେଉଥିବାରୁ ଆଜିଠାରୁ ୧୦ ଦିନ ଯାଏଁ ଜନସାଧାରଣଙ୍କୁ ସରକାରୀ କାର୍ଯ୍ୟାଳୟ ଆସିବାକୁ ମନା କରାଯାଇଛି।

କେବଳ ବର୍ଦ୍ଧିତ ସଂକ୍ରମଣ ନୁହେଁ, ଗଞ୍ଜାମ ଜିଲ୍ଲା ପାଇଁ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି କୋଭିଡ୍ ଯୋଦ୍ଧାଙ୍କ ସୁରକ୍ଷା। ଜିଲ୍ଲାରେ ପ୍ରାୟ  ସବୁଦିନ କେଉଁଠି ନା କେଉଁଠି କରୋନା ଯୋଦ୍ଧା କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି।  ଆଜି ୧୪ ଜଣ କୋଭିଡ୍ ଯୋଦ୍ଧା ସଂକ୍ରମିତ ଚିହ୍ନଟ  ହୋଇଥିବା ବେଳେ, ସପ୍ତାହକ ଭିତରେ ସଂକ୍ରମିତ କରୋନା ଯୋଦ୍ଧାଙ୍କ ସଂଖ୍ୟା ୬୩ରେ ପହଞ୍ଚିଛି । ସେପଟେ ବିନା ଅସ୍ତ୍ରରେ ଯୁଦ୍ଧକୁ  ପଠାଯାଉଥିବାରୁ କିଛି ସ୍ଥାନରେ ଯୋଦ୍ଧାଙ୍କ ମଧ୍ୟରେ ଅସନ୍ତୋଷ ବି ତେଜିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos