ବନ୍ଧା ହେବେ କି ପ୍ରତାପ ଜେନା?

ସ୍ୱାତୀ ଜେନା ପ୍ରତାପ ଜେନାଙ୍କ ହାତରେ ପଡିବ କି ହାତ କଡି? ଏଣିକି ବନ୍ଧା ହେବେକି ରାଜ୍ୟର ପାୱାରଫୁଲ ବିଧାୟକ ପ୍ରତାପ ଜେନା? କାରଣ ପୁଣିଥରେ ଖୋଲିଲା ମାହାଙ୍ଗା ଡ଼ବଲ ମର୍ଡର ଘଟଣାର ଫାଇଲ୍‌। ମମାଲାର ପୁନଃ ତଦନ୍ତ କରି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି। ଜୁନ୍ ୨୦ ସୁଧା କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ଘଟଣାର ତଦନ୍ତକାରୀ ଅଫିସର ତଥା, ମାହାଙ୍ଗା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର କୋର୍ଟ। ବିଜେପି […]

pratap jena

Ordigital Desk
  • Published: Tuesday, 14 June 2022
  • , Updated: 14 June 2022, 05:51 PM IST
  • ସ୍ୱାତୀ ଜେନା

ପ୍ରତାପ ଜେନାଙ୍କ ହାତରେ ପଡିବ କି ହାତ କଡି? ଏଣିକି ବନ୍ଧା ହେବେକି ରାଜ୍ୟର ପାୱାରଫୁଲ ବିଧାୟକ ପ୍ରତାପ ଜେନା? କାରଣ ପୁଣିଥରେ ଖୋଲିଲା ମାହାଙ୍ଗା ଡ଼ବଲ ମର୍ଡର ଘଟଣାର ଫାଇଲ୍‌। ମମାଲାର ପୁନଃ ତଦନ୍ତ କରି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି। ଜୁନ୍ ୨୦ ସୁଧା କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ଘଟଣାର ତଦନ୍ତକାରୀ ଅଫିସର ତଥା, ମାହାଙ୍ଗା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର କୋର୍ଟ।

ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ଗତବର୍ଷ ଜାନୁଆରୀ ୨ ତାରିଖରେ ଅତି ନିର୍ମମ ଭାବେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ୧୩ ନମ୍ବର ମୁଦାଲା ଭାବେ ତତ୍କାଳୀନ ପଂଚାୟତିରାଜ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ଏଫଆଇଆର ଦେଇଥିଲେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ। କିନ୍ତୁ ହତ୍ୟାକାଣ୍ଡର ତଦନ୍ତ କରୁଥିବା ମାହାଙ୍ଗାର ପୂର୍ବତନ ଆଇଆଇସି ନିହାର ରଂଜନ ମହାନ୍ତି ଚାର୍ଜସିଟ୍‌ରୁ ପ୍ରତାପଙ୍କ ନା କାଟି ଦେଇଥିଲେ। ଯାହା ବିରୋଧରେ ରମାକାନ୍ତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୫ ଅଗଷ୍ଟ ୨୦୨୧ରେ ହାତ୍ୟାକାଣ୍ଡର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି।

ଏହା ଭିତରେ ୧୦ ମାସ ବିତି ଗଲାଣି। ହେଲେ କୋର୍ଟରେ ଦାଖଲ ହୋଇନି ସାନି ତଦନ୍ତ ରିପୋର୍ଟ। ଯାହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିବା ସହ ବିଳମ୍ବିତ ତଦନ୍ତ ପାଇଁ ସ୍ୱଚ୍ଛ ଶୁଣାଣି ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି ବୋଲି କହିଛନ୍ତି। ତେଣୁ ମାମଲାର ଅପ୍‌ ଟୁ ଡେଟ୍ କେସ୍‌ ଡାଏରୀ ଏବଂ ତଦନ୍ତକାରୀ ଅଫିସର କରିଥିବା ସାନି ତଦନ୍ତର ହାଲି ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରକି ତଦନ୍ତ ଶେଷ କରିବାରେ କାହିଁକି ଏତେ ବିଳମ୍ବ ହେଲା, ତା’ର କାରଣ ଦର୍ଶାଇବାକୁ ମଧ୍ୟ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି।

ଏବେ ପ୍ରତାପଙ୍କ ପାଖରେ ମନ୍ତ୍ରୀ ପଦ ନାହିଁ କି ରକ୍ଷା କରିବାକୁ ପୂର୍ବତନ ଆଇଆଇସି ନିହାର ରଂଜନ ମହାନ୍ତି ବି ନାହାଁନ୍ତି। ନୂଆ ଆଇନ ମନ୍ତ୍ରୀଙ୍କୁ ନୂଆ ଆଇଆଇସି। ଆଉ ପୁଣି ଥରେ ନୂଆ ତଦନ୍ତ ପାଇଁ ନିର୍ଦ୍ଦେଶ। ତେଣୁ ଏମିତି କିଛି ନୂଆ ନୂଆର ଚେହେରା ଖୋଲି ପାରନ୍ତି ପ୍ରତାପଙ୍କ ପୁରୁଣା କାହାଣୀର ଫର୍ଦ୍ଦ। ପ୍ରତାପଙ୍କ ହାତରେ ଥିଲା ତିନି ତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏକା ସାଙ୍ଗରେ ପଞ୍ଚାୟତିରାଜକୁ ନଗର ଉନ୍ନୟନ ବିଭାଗ। ଏହା ସହ ଆଇନ ବିଭାଗ। କିନ୍ତୁ ବର୍ତ୍ତମାନ ମନ୍ତ୍ରୀ ପଦ ତ ଗଲା । ଏପରିକି ସାଙ୍ଗଠାନିକ ଦାୟୀତ୍ୱ ମିଳିବା ଆଶାରେ ନବୀନ ନିବାସ ଯାଇଥିବା ପ୍ରତାପ ଜେନାଙ୍କୁ ସେଠାରୁ ନିରାଶ ହୋଇ ଫେରିବାକୁ ପଡ଼ିଛି।

ଶୁଣିବାକୁ ମିଳିଛି, ନବୀନ ନିବାସରୁ ଖାଲି ହାତରେ ଫେରିବା ପରେ ମାହାଙ୍ଗାରେ ଏକ ବଡ଼ ଧରଣର ରୁଦ୍ଧଦ୍ୱାର ବୈଠକ କରିଥିଲେ ବିଧାୟକ। ପୂର୍ବତନ ଗୃହରାଷ୍ଟ୍ର ଓ ଶକ୍ତି ମନ୍ତ୍ରୀ ଦିବ୍ୟ ସିଂହ ମିଶ୍ରଙ୍କ ସମେତ ପ୍ରାୟ ୬ରୁ ୭ ଜଣ ବିଧାୟକଙ୍କୁ ଏକାଠି କରି ନୂଆ ରଣନୀତି କରିଥିଲେ। କିନ୍ତୁ ଏହି ବୈଠକ ପଛରେ କ’ଣ ଥିଲା ଉଦ୍ଦେଶ୍ୟ? କ’ଣ ହୋଇଥିଲା ଆଲୋଚନା? ହଠାତ୍ ମାହାଙ୍ଗାରେ ଏତେ ଜଣ ବିଧାୟକ ଏକାଠି ହେବା ପଛରେ କ’ଣ ରହିଥିଲା ରହସ୍ୟ? ତାକୁ ନେଇ ଚିତ୍ର ସ୍ପଷ୍ଟ ହୋଇନଥିଲେ ବି ପ୍ରତାପଙ୍କ ପାଇଁ ମାହାଙ୍ଗା ମିଟିଂ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।

କାରଣ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ସଚିବ ବାପି ବିଶ୍ୱାଳଙ୍କଠାରୁ ନେଇ ପୂର୍ବତନ ବ୍ଲକ ଚେୟାରମ୍ୟାନ ଶରତ ନାୟକ ଏପରିକି ଡବଲ ମର୍ଡର ହତ୍ୟାକାଣ୍ଡର ଅନ୍ୟ ଏକ ଅଭିଯୁକ୍ତ ମୃତ ପ୍ରଫୁଲ୍ଲ ବିଶ୍ୱାଳଙ୍କ କଲ୍‌ ରେକର୍ଡରୁ ପ୍ରତାପଙ୍କ ସଂପୃକ୍ତି ଜଳଜଳ ହୋଇ ଜଣାପଡ଼ି ସାରିଛି। ତେଣୁ ଦଳରେ ପ୍ରତାପଙ୍କ ସାମାନ୍ୟ ପତିଆରାର କୁପ୍ରଭାବ ବେଶ ଅଧିକ ପଡ଼ିପାରେ। କାରଣ ପ୍ରତାପଙ୍କ ମୁଣ୍ଡ ଉପରୁ ହାତ କାଢ଼ି ନେଇଛନ୍ତି ଉଭୟ ପାୱାରଫୁଲ ନେତା ଓ ପାୱାରଫୁଲ ସଚିବ।

Related story