ଓଡ଼ିଶାରେ ବଢ଼ିବ କି ଲକ୍‌ଡାଉନ୍‌ ଅବଧି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ପାଇଁ ଲକ୍‌ଡାଉନ୍‌ ଅବଧିକୁ ଆଉ ମାସେ ବଢାଯାଉ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡ଼ିଓ କନ୍‌ଫରେସନିଂ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଦେଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯାହାକୁ ନେଇ ଏବେ ରାଜ୍ୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ହେଲେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏଁ କିଛି କୁହାଯାଇନଥିବା ବେଳେ ଉତ୍ତର-ପୂର୍ବ ଓଡ଼ିଶାର ୩ ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ […]

narendra-modi

narendra-modi

Manoranjan Sial
  • Published: Monday, 27 April 2020
  • Updated: 27 April 2020, 07:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ପାଇଁ ଲକ୍‌ଡାଉନ୍‌ ଅବଧିକୁ ଆଉ ମାସେ ବଢାଯାଉ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡ଼ିଓ କନ୍‌ଫରେସନିଂ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଦେଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯାହାକୁ ନେଇ ଏବେ ରାଜ୍ୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ହେଲେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏଁ କିଛି କୁହାଯାଇନଥିବା ବେଳେ ଉତ୍ତର-ପୂର୍ବ ଓଡ଼ିଶାର ୩ ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ବହୁଥିବାରୁ ରାଜ୍ୟ ସରକାର କଟକଣା ବୃଦ୍ଧି ସପକ୍ଷରେ ଥିବା ଚର୍ଚ୍ଚା ହେଉଛି। ଓଡ଼ିଶାର ପଡୋଶୀ ପଶ୍ଚିମବଙ୍ଗ ସହ ଏସବୁ ଜିଲ୍ଲାର ସଂକ୍ରମିତଙ୍କ ଲିଙ୍କ ଥିବାରୁ ରାଜ୍ୟ ସରକାର କିଛି ରିସ୍କ ନେବାକୁ ଚାହୁଁନାହାନ୍ତି। ଖାସ୍ କରି ପଶ୍ଚିମବଙ୍ଗ ସୀମା ଖୋଲିଲେ ସ୍ଥିତି ଅଣାୟତ ହୋଇପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଲକ୍‌ଡାଉନ୍‌ ବଢାଗଲେ ରାଜ୍ୟ ଅର୍ଥନୀତିର ସ୍ଥିତି କଣ ହେବ? ଏବେ ସେହି ଚିନ୍ତା ରାଜ୍ୟ ସରକାରଙ୍କୁ ଘାରିଛି। କାରଣ ଗରିବ, ଖଟିକିଆ ଓ କ୍ଷୁଦ୍ର ବ୍ୟବସାୟୀ ହାତ ବାନ୍ଧି ବସିଥିବା ବେଳେ ସେମାନଙ୍କୁ କାମ ଯୋଗାଇ ଦେବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ। ତା’ସହିତ ଲକ୍ଷାଧିକ ଓଡ଼ିଆ ଶ୍ରମିକ ଅନ୍ୟରାଜ୍ୟରେ ଅଟକି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫେରେନସିଂରେ ‘କରୋନା’ ସ୍ଥିତି ନେଇ ବିଚାର ବିମର୍ଶ କରିଛନ୍ତି। ଲକଡାଉନ୍‌ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ବି ‘କରୋନା’ର ପ୍ରଭାବ ରହିବ ଓ ସେଥିଲାଗି ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନିୟମର ଅନୁପାଳନ ଉପରେ ସେ ଗୁରୁତ୍ୱ  ଦେଇଛନ୍ତି। ତେବେ ‘କରୋନା’ ଲଢେଇ ସହିତ ଅର୍ଥନୀତି ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହିତ ନିଜ ନିଜ ଅଞ୍ଚଳରେ ରେଡ୍‌ ଜୋନରୁ ଅରେଞ୍ଜ ଓ ଗ୍ରୀନ ଜୋନରୁ ସଂକ୍ରମଣ କମିବା ଦିଗରେ ରାଜ୍ୟରେମାନେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜିର ବୈଠକରେ କେତେକ ରାଜ୍ୟ ଲକ୍‌ଡାଉନ୍‌ ଅବଧି ବଢାଯିବା ସପକ୍ଷରେ ମତ ରଖିଥିବା ବେଳେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନଙ୍କୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ‘କରୋନା’ ଲଢେଇ ଲାଗି ଅର୍ଥ ଆବଶ୍ୟକ ହେଉଥିବାରୁ ରାଜ୍ୟମାନେ କେନ୍ଦ୍ରୀୟ ଅନୁଦାନ ସହ ଜିଏସ୍‌ଟି ଭାଗ ଦେବା ଲାଗି ଦାବି ରଖିଥିଲେ।

ଲକ୍‌ଡାଉନ ଅବଧି ବଢିବ ନା ନାହିଁ! ସେନେଇ କେନ୍ଦ୍ରର ଘୋଷଣାକୁ ଅପେକ୍ଷା କରାଯାଇଥିବା ବେଳେ ହଟ୍‌ସ୍ପଟ୍‌ ଓ କଣ୍ଟେନମେଣ୍ଟ ଜୋନ୍‌କୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। ମେ ୩ ତାରିଖରେ ଲକ୍‌ଡାଉନ୍‌ ଅବଧି ସରିବା ପରେ ମଧ୍ୟ ଏସବୁ ସ୍ଥାନରେ କଟକଣା ବଳବତ୍ତର ରହିବ। ସେହିପରି ଅନ୍ୟସବୁ ସ୍ଥାନରେ ମଧ୍ୟ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ନିୟମର ଅନୁପାଳନ ହେବ। ଯାନବାହନ ସମେତ ଟ୍ରେନ ଓ ବିମାନସେବା ବନ୍ଦ ରହିବା ସହ ଏବେ ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos