ବିନାନୁମତିରେ ହେଡକ୍ୱାଟର୍ସ ଛାଡ଼ି ପାରିବେନି ପାନୀୟ ଜଳ କର୍ମଚାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ପାନୀୟ ଜଳ ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀମାନେ ବିନାନୁମତିରେ ହେଡକ୍ୱାଟର୍ସ ଛାଡ଼ି ଯାଇ ପାରିବେ ନାହିଁ। ଏହାସହିତ ଯେଉଁ ସବୁ ସ୍ଥାନରେ ନଳକୂପ ଖରାପ ହୋଇ ପଡ଼ିଥିବ, ସେଠାରେ ନୂଆ ନଳକୂପ ବସାଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ କ୍ଲିଷ୍ଟ ଅଂଚଳମାନଙ୍କରେ ପାନୀୟଜଳ […]

water

Ordigital Desk
  • Published: Monday, 12 April 2021
  • , Updated: 12 April 2021, 04:16 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ପାନୀୟ ଜଳ ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀମାନେ ବିନାନୁମତିରେ ହେଡକ୍ୱାଟର୍ସ ଛାଡ଼ି ଯାଇ ପାରିବେ ନାହିଁ। ଏହାସହିତ ଯେଉଁ ସବୁ ସ୍ଥାନରେ ନଳକୂପ ଖରାପ ହୋଇ ପଡ଼ିଥିବ, ସେଠାରେ ନୂଆ ନଳକୂପ ବସାଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ କ୍ଲିଷ୍ଟ ଅଂଚଳମାନଙ୍କରେ ପାନୀୟଜଳ ଯୋଗଣ ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଛନ୍ତି । ଗ୍ରାଷ୍ମପ୍ରବାହ ଦୃଷ୍ଟିରୁ ପାନୀୟଜଳ ପାଇଁ ଲୋକମାନେ ଯେପରି ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେ ନେଇ ବିଭାଗ ସଜାଗ ରହିଛି ଏବଂ ଦାୟିତ୍ୱରେ ଥିବା ଅଧିକରୀମାନେ ବିନା ଅନୁମତିରେ ସଦରମହକୁମା ଛାଡିପାରିବେ ନୀହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ମନ୍ତ୍ରୀ ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ଗ୍ରାମାଚଂଳରେ ଯେଉଁଠି ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବ ସେହି ସବୁ ସ୍ଥାନରେ ନୂତନ ନଳକୂପ ସ୍ଥାପନ ନିମନ୍ତେ ନିଷ୍ପତ୍ତି ହୋଇଛି ଏବଂ ଏ ନେଇ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଜଳକ୍ଳିଷ୍ଟ , ନୂତନ ଭାବେ ଗଢି ଉଠିଥିବା ପଡାଗ୍ରାମ ଓ ୭୦ ରୁ ଅଧିକ ଜନସଂଖ୍ୟା ପାଇଁ ଏକ ନୂଆ ନଳକୂପ ସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସୌରଚାଳିତ ନଳକୂପ ଗୁଡ଼ିକୁ ୧୫ ଦିନ ମଧ୍ୟରେ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ପଚାଂୟତ, ବ୍ଲକ, ଜିଲ୍ଲାପାଳଙ୍କ ଅଫି , ସମସ୍ତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ମରାମତି , ରକ୍ଷଣାବେକ୍ଷଣ ଓ ତଦାରଖ ପଇଁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଆହୁରି ମଧ୍ୟ ପ୍ରତି ଶନିବାର ବ୍ଲକ୍ ସ୍ତରରେ ଓ ମଙ୍ଗଳବାର ଜିଲ୍ଲାସ୍ତରରେ ସମୀକ୍ଷା କରାଯାଇ ପରିସ୍ଥିତିର ମୁକାବିଲା ପାଇଁ କୁହାଯାଇଛି। ଗ୍ରାମାଚଂଳରେ ଜଳ ଯୋଗାଣ ସମସ୍ୟା ଜନିତ ଅଭିଯୋଗ ପାଇଁ ଦେୟମୁକ୍ତ ୧୯୧୬ ନମ୍ବରରେ ଅଭିଯୋଗ କରିପାରିବେ।

ରାଜ୍ୟର ୧୧୪ ଟି ସହରାଚଂଳ ମଧ୍ୟରୁ ଆଜି ସୁଦ୍ଧା ୯୪ ଟି ସହରାଚଂଳରେ ୬୫୦ ଟି ଜଳକ୍ଳିଷ୍ଟ ସ୍ଥାନକୁ ଚିହ୍ନଟ କରାଯାଇଛି। ମୋଟ ୧୨ ଲକ୍ଷ ୧୭ ହଜାର ପରିବାର ମଧ୍ୟରୁ ୮.୩୦ ଲକ୍ଷ ପରିବାରକୁ ପାନୀୟ ଜଳ ସଂଯୋଗ କରାଯାଇଛି। ସହରାଚଂଳରେ ଥିବା ୩୬୯୩୨ ଟି ନଳକୂପକୁ କାର୍ଯ୍ୟକ୍ଷମ ରଖାଯାଇଛି। ଆବଶ୍ୟକ ସ୍ଥଳେ ଜରୁରୀ ମରାମତି କାରାଯାଇ ଜଳ ଯୋଗାଣ ଅବ୍ୟାହତ ରଖିବାକୁ ୧୬୧ ଗୋଟି ଭ୍ରାମ୍ୟମାଣ ଦଳ ନିୟୋଜିତ ହୋଇଛନ୍ତି।

୧୫୬ ଟି ନିୟନ୍ତ୍ରଣ କକ୍ଷ ଓ ମୋ ସରକାର କେନ୍ଦ୍ର ସ୍ଥାପନ କରାଯାଇ ପାନୀୟଜଳ ସଂପର୍କିତ ଅଭିଯୋଗ ଗ୍ରହଣ ଓ ୨୪ ଘଂଟା ମଧ୍ୟରେ ସମାଧାନ ବ୍ୟବସ୍ଥା କରାଯାଇଛି। ଯୋଗାଇ ଦିଆଯାଉଥିବା ପାଣିର ଗୁଣବତା ନିୟମିତ ଭାବେ ପରୀକ୍ଷା କରାଯାଉଛି। ୨୬ଟି ସହର ପାଇଁ ବିଭିନ୍ନ ନଦୀରେ ୩୦ ଗୋଟି କ୍ରସବନ୍ଧ ନିର୍ମାଣ କରାଯାଇ ଗ୍ରୀଷ୍ମ ସମୟରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ସହରାଚଂଳରେ ପାନୀୟ ସଂପର୍କିତ ସମସ୍ୟା ବା ଅଭିଯୋଗ ନିମନ୍ତେ ୧୫୫୩୫୯ ଏବଂ ୧୮୦୦୩୪୫୬୭୮୪୩ ଦୁଇଟି ଦେୟମୁକ୍ତ ଟେଲିଫୋନ ରହିଛି।

Related story