ରାଜଧାନୀରେ ବଧୂ ହତ୍ୟା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର କେଶୁରା ସ୍ଥିତ ଆଶୁତୋଷ ନଗରରେ ଏହି ଘଟଣା ଘଟିଛି। ଗତକାଲି ଆଶୁତୋଷ ନଗର ଅଞ୍ଚଳରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଛି। ଏନେଇ ସେମାନେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି। ମୃତ […]

dead

dead

Jitendra Garnayak
  • Published: Wednesday, 06 March 2019
  • Updated: 06 March 2019, 08:57 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର କେଶୁରା ସ୍ଥିତ ଆଶୁତୋଷ ନଗରରେ ଏହି ଘଟଣା ଘଟିଛି।

ଗତକାଲି ଆଶୁତୋଷ ନଗର ଅଞ୍ଚଳରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଛି। ଏନେଇ ସେମାନେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।

womanମୃତ ମହିଳାଙ୍କ ବାପା କହିଛନ୍ତି,“ଝିଅ ରଶି ଲଗାଇ ଆତ୍ମହତ୍ୟା କରିଥିବା ତା’ ଶାଶୂ ଘର ଲୋକେ ଆମକୁ ଖବର ଦେଇଥିଲେ। ଆମ ଝିଅ ରଶି ଲଗାଇ ଆତ୍ମହତ୍ୟା କରି ନାହିଁ। ତା’ ଶାଶୂ ଘର ଲୋକେ ତାକୁ ମାରି ଦେଇଛନ୍ତି। ଯୌତୁକ ପାଇଁ ତା’ ଶାଶୂ ଘର ଲୋକେ ତା’ ସହିତ ସବୁବେଳେ ଝଗଡ଼ା କରୁଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos