ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଲେ

ବାସୁଦେବପୁର (କିରିଟି ଦାସ): ଭଦ୍ରକ ଜିଲ୍ଲା କଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ କୃଷ୍ଣପୁର ଗାଁରେ ପାରବାରିକ କଳହକୁ ନେଇ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ନିଜ ଶରୀରରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ୱାମୀ ମଧ୍ୟ ପୋଡ଼ି ହୋଇଛନ୍ତି। ଗୁରୁତର ଭାବେ ପୋଡ଼ି ଯାଇଥିବା ଏହି ମହିଳାଙ୍କ ନାଁ ଫକୁରାଣୀ ଜେନା। ତାଙ୍କ ସ୍ୱାମୀଙ୍କ ନାଁ ନାଡ଼ୁ ଗୋପାଳ ଜେନା। ଉଭୟଙ୍କୁ କଟକ ସ୍ଥାନାନ୍ତର […]

fire

Jitendra Garnayak
  • Published: Wednesday, 05 June 2019
  • , Updated: 05 June 2019, 02:09 PM IST

ବାସୁଦେବପୁର (କିରିଟି ଦାସ): ଭଦ୍ରକ ଜିଲ୍ଲା କଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ କୃଷ୍ଣପୁର ଗାଁରେ ପାରବାରିକ କଳହକୁ ନେଇ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ନିଜ ଶରୀରରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ୱାମୀ ମଧ୍ୟ ପୋଡ଼ି ହୋଇଛନ୍ତି।

ଗୁରୁତର ଭାବେ ପୋଡ଼ି ଯାଇଥିବା ଏହି ମହିଳାଙ୍କ ନାଁ ଫକୁରାଣୀ ଜେନା। ତାଙ୍କ ସ୍ୱାମୀଙ୍କ ନାଁ ନାଡ଼ୁ ଗୋପାଳ ଜେନା। ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଗତକାଲି ରାତିରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି ପାରିବାରିକ ସମସ୍ୟାକୁ ନେଇ ବଚସା ହୋଇଥିଲା। ଆଜି ସକାଳେ ମଧ୍ୟ ଦୁହଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତା’ପରେ ଫକୁରାଣୀ ଏକ ରୁମ୍‌ ଭିତରେ କିରାସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ଏହା ପରେ ତାଙ୍କ ସ୍ୱାମୀ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ସେ ନିଆଁ ଲିଭାଇ ଦେଇଥିଲେ ବି ସେତେବେଳକୁ ଫକୁରାଣୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲା। ନିଆଁ ସସ୍ପର୍ଶରେ ଆସି ଗୋପାଳ ବି ପୋଡ଼ି ହୋଇଛନ୍ତି।

ଉଭୟଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Related story