ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ରାଉରକେଲା(ପବନ ତିୱାରୀ): ଯାହାକୁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ କରିଥିଲା। ଦଶ ଦୋଷ କ୍ଷମା କରିବ ବୋଲି କଥା ଦେଇଥିଲା। ସେହି ସ୍ତ୍ରୀକୁ ସାମାନ୍ୟ କୌଣସି କଥା ପାଇଁ ଗଳାକାଟି ହତ୍ୟା କରିବା ପାଇଁ ପଛାଇଲା ନାହିଁ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସହର ଦେଓଗାଁ ଅଞ୍ଚଳର ଚେକ୍ ଗେଟ୍ ବସ୍ତିରେ। ମୃତ ମହିଳା ଜଣଙ୍କ ହେଲେ ମଞ୍ଜୁ ସାନ୍ଦିଲ। ସ୍ୱାମୀ ସାନ୍ଦିଲକୁ ପୁଲିସ ଅଟକ ରଖିଛି। ଗତକାଲି ରାତିରେ ସ୍ୱାମୀସ୍ତ୍ରୀ […]

roulkela

  • Published: Monday, 31 October 2022
  • , Updated: 31 October 2022, 01:39 PM IST

ରାଉରକେଲା(ପବନ ତିୱାରୀ): ଯାହାକୁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ କରିଥିଲା। ଦଶ ଦୋଷ କ୍ଷମା କରିବ ବୋଲି କଥା ଦେଇଥିଲା। ସେହି ସ୍ତ୍ରୀକୁ ସାମାନ୍ୟ କୌଣସି କଥା ପାଇଁ ଗଳାକାଟି ହତ୍ୟା କରିବା ପାଇଁ ପଛାଇଲା ନାହିଁ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସହର ଦେଓଗାଁ ଅଞ୍ଚଳର ଚେକ୍ ଗେଟ୍ ବସ୍ତିରେ। ମୃତ ମହିଳା ଜଣଙ୍କ ହେଲେ ମଞ୍ଜୁ ସାନ୍ଦିଲ। ସ୍ୱାମୀ ସାନ୍ଦିଲକୁ ପୁଲିସ ଅଟକ ରଖିଛି।

ଗତକାଲି ରାତିରେ ସ୍ୱାମୀସ୍ତ୍ରୀ ରାତିରେ ଖାଇପିଇ ଶୋଇଥିଲେ। ଆଜି ଭୋର ପ୍ରାୟ ୪ଟା ସମୟରେ ଦିପୁ ଏକ ଟାଙ୍ଗିଆ ଆଣି ମଞ୍ଜୁଙ୍କୁ ହାଣି ଦେଇଥିଲା। ପରିବାର ଲୋକେ ମଞ୍ଜୁଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଏନେଇ ପୁଲିସକୁ ଜଣାଇଥିଲେ। ଦିପୁଙ୍କ ଭଉଣୀ ଭାଉଜକୁ ଭାଇ ହତ୍ୟା କରିଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି।  ଘଟଣାପରେ ଦିପୁ ଫେରାର ହୋଇଯାଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର ଘଟଣାର ତଦନ୍ତ କରୁଛି। ଏହାସହ ଦିପୁକୁ ଅଟକ ରଖି ପଚରାଉଚରା କରୁଛି। ପରିବାରିକ କଳହ ଯୋଗୁ ଦିପୁ ମଞ୍ଜୁଙ୍କୁ ହତ୍ୟା କରିଥିବା ଜଣାଯାଇଛି।

Related story