ବିଶ୍ୱାସର ଅନ୍ଧଗଳି: ଗୁଣି ଗାରେଡ଼ି ସନ୍ଦେହରେ ପିଟିପିଟି ମାରିଦେଲେ

Ordigital Desk
  • Published: Friday, 08 December 2017
  • , Updated: 08 December 2017, 02:06 PM IST
<p>ପାରାଦୀପ: ବିଜ୍ଞାନ ଯୁଗରେ ମଣିଷ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଲାଣି। ଅସାଧ୍ୟ ଲାଗୁଥିବା କାର୍ଯ୍ୟ ନିମିଷକରେ ସମାଧାନ କରିପାରୁଛି। ହେଲେ କାହିଁ କେଉଁ କାଳରୁ ମନରେ ବସା ବାନ୍ଧିଥିବା ଅନ୍ଧ ବିଶ୍ୱାସ ଆଜି ବି ଦୂର ହୋଇପାରୁ ନାହିଁ। ବିଶେଷ କରି ଆମ ରାଜ୍ୟରେ ଏହା ଅଧିକ ଦେଖିବାକୁ ମିଳୁଛି। ଗୁଣି ଗାରେଡ଼ି ନାଁରେ କେଉଁଠି ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲା ଯାଉଛି ତ ଆଉ କେଉଁଠି ଗଛରେ ବାନ୍ଧି ନିର୍ଧୁମ ପିଟା ଯାଉଛି। କିଛି ଜାଗାରେ &nbsp;ଲୋକେ ହତ୍ୟା କରିବାକୁ ମଧ୍ୟ ପଛାଉ ନାହିଁନ୍ତି। ଏପରି ଏକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରୁ।</p> <p>ଗୁଣିଗାରେଡ଼ି ନାଁରେ କୁଜଙ୍ଗ ବଳିଆଛକରେ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ମାନସିକ ବିକାରଗ୍ରସ୍ତ ଥିଲେ ବୋଲି ଜଣା ପଡ଼ିଛି।</p> <p>ଏ ନେଇ ଗୋଟିଏ ପରିବାରର ମାଆ, ଝିଅଙ୍କୁ ଅଟକ ରଖିଛି ପୋଲିସ୍। ମାଆ ଓ ଝିଅ ସେହି ମହିଳାଙ୍କୁ ଭଲ କରିବା ପାଇଁ ଦାୟିତ୍ୱ ନେଇଥିଲେ। ଗୁଣିଗାରେଡ଼ି ବେଳେ ମହିଳାଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।</p>

Related story