ଗାଁକୁ ରାସ୍ତା ନ ଥିବାରୁ ବୁହା ହୋଇ ଆସିଲେ ପ୍ରସୂତି, ଜନ୍ମ ଦେଲେ ମଲା ଛୁଆ

ଭବାନୀପାଟଣା: ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁକ୍ଷିତ ଅଞ୍ଚଳକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ। ଫଳରେ ଗରିବ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁକୁ ରାସ୍ତା ନ ଥିବାରୁ ପିଲା ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ତ ଆଉ କୋଉଠି ସ୍ୱାସ୍ଥ୍ୟ ସେବା ନ ପାଇ ଶେଷରେ ରୋଗୀର ଜୀବନ ଯାଉଛି। ଏମିତି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ୍ କାଂସବୁଣ୍ଡେଇ ଗାଁରେ। ଗାଁର ଜଣେ ପ୍ରସୂତି ମହିଳା ଯନ୍ତ୍ରଣା ପାଇବାରୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ରାସ୍ତା ନ ଥିବାରୁ ପ୍ରସୂତିଙ୍କ ନିକଟରେ ପହଞ୍ଚି ପାରିଲା ନ ଥିଲା ଆମ୍ବୁଲାନ୍ସ।

[vc_video link="" align="center"]

ଫଳରେ ପ୍ରସୂତିଙ୍କୁ ୬ କିଲୋମିଟର ଭାରରେ ବୋହି ବୋହି ନିଆଯାଇଥିଲା। ପରେ ଏକ ଘରୋଇ ଗାଡ଼ିରେ ଲାଞ୍ଜିଗଡ଼ ଯିବା ପରେ ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରସୂତୀଙ୍କୁ ଭବାନୀପାଟଣା ହସ୍ପିଟାଲକୁ ନିଆଯାଇଥିଲା। ସେତେବେଳକୁ ୧୨ ଘଣ୍ଟା ବିଳମ୍ବ ହୋଇସାରିଥିଲା।

ପ୍ରସୂତିଙ୍କ ଅସ୍ତ୍ରୋପଚାର କରାଯିବାରୁ ଗର୍ଭସ୍ଥ ଶିଶୁ ମୃତ ବୋଲି ଜଣାପଡ଼ିଥିଲା। ଅସ୍ତ୍ରୋପଚାର ପରେ  ମାଆର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ହୋଇପଡ଼ିଛି। ସେ ଏବେ ଭବାନୀପାଟଣା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Ordigital Desk
• Published: Thursday, 13 July 2017
• Updated: 13 July 2017, 11:23 AM IST

Sports

Latest News

ଭବାନୀପାଟଣା: ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁକ୍ଷିତ ଅଞ୍ଚଳକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ। ଫଳରେ ଗରିବ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁକୁ ରାସ୍ତା ନ ଥିବାରୁ ପିଲା ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ତ ଆଉ କୋଉଠି ସ୍ୱାସ୍ଥ୍ୟ ସେବା ନ ପାଇ ଶେଷରେ ରୋଗୀର ଜୀବନ ଯାଉଛି। ଏମିତି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ୍ କାଂସବୁଣ୍ଡେଇ ଗାଁରେ। ଗାଁର ଜଣେ ପ୍ରସୂତି ମହିଳା ଯନ୍ତ୍ରଣା ପାଇବାରୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ରାସ୍ତା ନ ଥିବାରୁ ପ୍ରସୂତିଙ୍କ ନିକଟରେ ପହଞ୍ଚି ପାରିଲା ନ ଥିଲା ଆମ୍ବୁଲାନ୍ସ।

[vc_video link="" align="center"]

ଫଳରେ ପ୍ରସୂତିଙ୍କୁ ୬ କିଲୋମିଟର ଭାରରେ ବୋହି ବୋହି ନିଆଯାଇଥିଲା। ପରେ ଏକ ଘରୋଇ ଗାଡ଼ିରେ ଲାଞ୍ଜିଗଡ଼ ଯିବା ପରେ ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରସୂତୀଙ୍କୁ ଭବାନୀପାଟଣା ହସ୍ପିଟାଲକୁ ନିଆଯାଇଥିଲା। ସେତେବେଳକୁ ୧୨ ଘଣ୍ଟା ବିଳମ୍ବ ହୋଇସାରିଥିଲା।

ପ୍ରସୂତିଙ୍କ ଅସ୍ତ୍ରୋପଚାର କରାଯିବାରୁ ଗର୍ଭସ୍ଥ ଶିଶୁ ମୃତ ବୋଲି ଜଣାପଡ଼ିଥିଲା। ଅସ୍ତ୍ରୋପଚାର ପରେ  ମାଆର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ହୋଇପଡ଼ିଛି। ସେ ଏବେ ଭବାନୀପାଟଣା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos