ଅଗ୍ନିକାଣ୍ଡରେ ଜଳିଗଲେ ବୃଦ୍ଧା

ନୂଆପଡ଼ା(ମାୟାଧର ସରାଫ): ନିଆଁରେ ଘର ସହିତ ଜୀଅନ୍ତା ଜଳି ଯାଇଛନ୍ତି ଜଣେ ବୃଦ୍ଧା। ଆଜି ଏପରି ଘଟଣା ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଆମାନାରା ଗାଁରେ ଘଟିଛି। ମାତ୍ର ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପୂରା ଘଟଣା ଏମିତି। ଆମାନାରା ଗାଁର ସୁରଜ ପଟେଲ୍‌ ନିଜ ଘରେ ଏକ ଜଳଖିଆ ଦୋକାନ କରିଥିଲେ। ସେଥିରୁ ଯାହା ଉପାର୍ଜନ ହୁଏ ସେଥିରେ ପୂରା ପରିବାର ଚଳେ। ଆଜି […]

WOMAN-CHARRED-TO-DEATH-IN-A-FIRE-INCIDENT-IN-NUAPADA

Manoranjan Sial
  • Published: Tuesday, 09 July 2019
  • , Updated: 09 July 2019, 06:50 PM IST

ନୂଆପଡ଼ା(ମାୟାଧର ସରାଫ): ନିଆଁରେ ଘର ସହିତ ଜୀଅନ୍ତା ଜଳି ଯାଇଛନ୍ତି ଜଣେ ବୃଦ୍ଧା। ଆଜି ଏପରି ଘଟଣା ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଆମାନାରା ଗାଁରେ ଘଟିଛି। ମାତ୍ର ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ପୂରା ଘଟଣା ଏମିତି। ଆମାନାରା ଗାଁର ସୁରଜ ପଟେଲ୍‌ ନିଜ ଘରେ ଏକ ଜଳଖିଆ ଦୋକାନ କରିଥିଲେ। ସେଥିରୁ ଯାହା ଉପାର୍ଜନ ହୁଏ ସେଥିରେ ପୂରା ପରିବାର ଚଳେ। ଆଜି ଅପରାହ୍ନ ୪ଟା ବେଳେ ହଠାତ୍‌ ଘରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ କ୍ଷଣିକ ଭିତରେ ଦୋକାନ ସହ ରହୁଥିବା ଘର ଜଳି ଯାଇଥିଲା। ଏହି ସମୟରେ ସୁରଜ ଓ ତାଙ୍କ ବଡ଼ପୁଅ ଗୟାରାମ ବାହାରେ ଥିବାରୁ ସେମାନଙ୍କ ଜୀବନ ରକ୍ଷା ହୋଇଗଲା। ମାତ୍ର ଘର ଭିତରେ ସୁରଜଙ୍କ ୬୫ ବର୍ଷୀୟା ପତ୍ନୀ ରାମହିନ ପଟେଲ୍‌ ଥିବାରୁ ସେ ଜୀଅନ୍ତା ଜଳିଗଲେ।

ନିଆଁ ଏତେ ଭୟଙ୍କର ଥିଲା ଯେ, ତାଙ୍କୁ ଜଳନ୍ତା ଘର ଭିତରୁ ଉଦ୍ଧାର କରାଯାଇପାରି ନଥିଲା। ପରେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।

Related story