‘ମୁଁ ବିଧାୟକଙ୍କ ପତ୍ନୀ’!: ମୋତେ କହିଦିଅ ମୋ ଶାଶୁଘର ଠିକଣା

ତାଳଚେର: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପାଇଁ ଅଡୁଆ ବଢ଼ିଲା। ନିଜକୁ ବ୍ରଜଙ୍କ ପତ୍ନୀ ବୋଲି ଦାବି କରୁଥିବା ମହିଳା ଜଣକ ଆଜି ତାଳଚେରରେ ପହଞ୍ଚି ନିଜ ଶାଶୁଘର ଅର୍ଥାତ୍ ବିଧାୟକଙ୍କ ଘର ଖୋଜୁଥିଲେ। ଅନ୍ୟ ଜଣେ ମହିଳାଙ୍କ ସହ ସେ ହାଣ୍ଡିଧୂଆଠାରେ ପହଞ୍ଚି ବିଧାୟକଙ୍କ ଘର ଖୋଜୁଥିବା ବେଳେ ଏହାକୁ ନେଇ ଲୋକଙ୍କ ଭିଡ଼ ଜମିଥିଲା। ଏହି ସମୟରେ କେତେକ ଲୋକ ସମ୍ପୃକ୍ତ ମହିଳାଙ୍କୁ ବିରୋଧ ମଧ୍ୟ କରିଥିଲେ। ଆସନ୍ତା କାଲି ତାଳଚେର ପୌରପାଳିକା ୧୯ […]

talchera photo

Rakesh Mallick
  • Published: Tuesday, 09 May 2017
  • , Updated: 09 May 2017, 06:26 PM IST

ତାଳଚେର: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପାଇଁ ଅଡୁଆ ବଢ଼ିଲା। ନିଜକୁ ବ୍ରଜଙ୍କ ପତ୍ନୀ ବୋଲି ଦାବି କରୁଥିବା ମହିଳା ଜଣକ ଆଜି ତାଳଚେରରେ ପହଞ୍ଚି ନିଜ ଶାଶୁଘର ଅର୍ଥାତ୍ ବିଧାୟକଙ୍କ ଘର ଖୋଜୁଥିଲେ। ଅନ୍ୟ ଜଣେ ମହିଳାଙ୍କ ସହ ସେ ହାଣ୍ଡିଧୂଆଠାରେ ପହଞ୍ଚି ବିଧାୟକଙ୍କ ଘର ଖୋଜୁଥିବା ବେଳେ ଏହାକୁ ନେଇ ଲୋକଙ୍କ ଭିଡ଼ ଜମିଥିଲା। ଏହି ସମୟରେ କେତେକ ଲୋକ ସମ୍ପୃକ୍ତ ମହିଳାଙ୍କୁ ବିରୋଧ ମଧ୍ୟ କରିଥିଲେ।

ଆସନ୍ତା କାଲି ତାଳଚେର ପୌରପାଳିକା ୧୯ ନମ୍ବର ଓ୍ୱାର୍ଡର ଉପନିର୍ବାଚନ ଥିବାରୁ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ସେଠାରୁ ନେଇ କଲିଅରି ଥାନାରେ ରଖିଥିଲା। ପରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମ୍ପୃକ୍ତ ମହିଳା ଜଣକ ଏହି ଘଟଣାରେ ନ୍ୟାୟ ଭିକ୍ଷା କରି ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।

Related story