ସହି ପାରିଲେନି ଯୌତୁକ ନିର୍ଯାତନା, ଜୀବନ ହାରିଲେ!
- Published: Saturday, 10 March 2018
- , Updated: 10 March 2018, 11:04 AM IST
<p>ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ରୋଡ୍‌ ଥାନା ଅନ୍ତର୍ଗତ ଚୋରଦା ଡିଗିସାହି ଅଞ୍ଚଳର ଏକ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଝାଡ଼ଖଣ୍ଡ ଅଞ୍ଚଳର। ତାଙ୍କ ସ୍ୱାମୀ କଳିଙ୍ଗନଗର ସ୍ଥିତ ଏକ କମ୍ପାନୀରେ ଜଣେ ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ନାଁ ପଙ୍କଜ କୁମାର।</p>
<p>ଗତକାଲି ରାତିରେ ପଙ୍କଜ କାରଖାନାରୁ ଫେରି କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ତେବେ ଦୀର୍ଘ ସମୟ ଧରି କବାଟ ନ ଖୋଲିବା ପରେ ପଡ଼ୋଶୀଙ୍କ ସହଯୋଗରେ କବାଟ ଭଙ୍ଗାଯାଇଥିଲା। ପଙ୍କଜଙ୍କ ପତ୍ନୀ ଓଢ଼ଣୀରେ ବେକକୁ ବାନ୍ଧି ଆତ୍ମହତ୍ୟା କରିଥିବା ସେମାନେ ଦେଖିବାକୁ ପାଇଥିଲେ। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପଙ୍କଜ ତାଙ୍କୁ ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେଉଥିଲେ ବୋଲି ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପଙ୍କଜ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଅଭିଯୁକ୍ତ ପଙ୍କଜଙ୍କୁ ଅଟକ ରଖି ପଚରାଉଚରା କରୁଛି।</p>