ସ୍ତ୍ରୀକୁ ସାପ କାମୁଡ଼ିବା ପରେ ରାତିସାରା ହେଲା ଝଡ଼ାଫୁଙ୍କା ଆଉ ତା’ପରେ

କେନ୍ଦୁଝର(ପ୍ରଣୟ କୁମାର ପାଣି ):କେନ୍ଦୁଝର ଜିଲ୍ଲା ପାଟଣା ଥାନା  ଭାଲିଆଡାଳ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସାପ କାମୁଡାରେ ମୃତ ମହିଳାଙ୍କୁ ବଞ୍ଚେଇବା ପାଇଁ  ଗୁଣି ଗାରେଡିକୁ ଅପଣାଇ ଶେଷରେ ମହିଳାଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାଇ  ଗତକାଲି ରାତିରେ ଗ୍ରାମର ଚନ୍ଦ୍ରଶେଖରଙ୍କ ପତ୍ନୀ  ନଳିତା ଦଳଦସିଆ (୩୦)ଙ୍କୁ ଏକ  ବିଷଧର ସାପ କାମୁଡି ଥିଲା । ଅନ୍ଧ ବିଶ୍ଵାସର ବଶବର୍ତ୍ତୀ ହୋଇ ସ୍ତ୍ରୀକୁ  ଡାକ୍ତର ଖାନା ନ ନେଇ ଗତକାଲି ରାତିଠାରୁ  ଆଜି ଦିନ ୧୦ଟା ପର୍ୟ୍ୟନ୍ତ ଗୁଣିଗାରେଡି କରୁଥିଲେ। ହେଲେ ମହିଳା ଜଣଙ୍କ ନ ଉଠିବାରୁ ଆମ୍ବୁଲାନ୍ସରେ ପାଟଣା  ମେଡିକାଲ ଅଣା ଯାଇଥିଲା ।

କିନ୍ତୁ ବିଳମ୍ବ ଯୋଗୁଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବିଜ୍ଞାନ ଆଗେଇ ଥିଲେ ମଧ୍ୟ ଲୋକେ ଅନ୍ଧ ବିଶ୍ୱାସ କୁ ଅପଣାଉଛନ୍ତି ଯାହା  ଦ୍ୱାରା ଅମୂଲ୍ୟ ଜୀବନ ଚାଲି ଯାଇଛି। ସେପଟେ ମହିଳାଙ୍କ ମୃତ୍ୟୁ ପରେ ଗୁଣିଆ ଫେରାର ହୋଇଯାଇଥିବା ଜଣାପଡିଛି। ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।