ଚାବି ଦେଇ ଚାଲିଗଲେ ଡ଼ାକ୍ତର, କରାଇଲେନି ପ୍ରସବ!

ଖଲ୍ଲିକୋଟ(ଶିଲୁ ବିଶ୍ୟାଳ): ହଜିଗଲା ମାନବିକତା। ଗର୍ଭବତୀ ମହିଳାଙ୍କ ଡାକ ଶୁଣିଲେନି ଡାକ୍ତର ବାବୁ। ମେଡିକାଲ ଫାଟକ ଆଗରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଲେ ଜନନୀ। ଶେସରେ ଅଟୋ ଭିତରେ ହିଁ ପ୍ରସବ କରାଇଲେ ଦିଦି। ଏ କୌଣସି ଉପାନ୍ତ କିମ୍ବା ଅପହଞ୍ଚ ଇଲାକାର ନୁହେଁ, ଏଭଳି ଅଭିଯୋଗ ଆସିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗାଞ୍ଜାମରୁ। ବୁଧବାର ବିଳମ୍ବିତର ରାତିରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁର କାର୍ତ୍ତିକ ସେଠିଙ୍କ ପତ୍ନି ଝୁନୁ ସେଠି ଗର୍ଭ ଯନ୍ତ୍ରଣା […]

woman delivers baby in Auto

Madhupriya Mistry
  • Published: Saturday, 20 November 2021
  • , Updated: 20 November 2021, 05:45 PM IST

ଖଲ୍ଲିକୋଟ(ଶିଲୁ ବିଶ୍ୟାଳ): ହଜିଗଲା ମାନବିକତା। ଗର୍ଭବତୀ ମହିଳାଙ୍କ ଡାକ ଶୁଣିଲେନି ଡାକ୍ତର ବାବୁ। ମେଡିକାଲ ଫାଟକ ଆଗରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଲେ ଜନନୀ। ଶେସରେ ଅଟୋ ଭିତରେ ହିଁ ପ୍ରସବ କରାଇଲେ ଦିଦି। ଏ କୌଣସି ଉପାନ୍ତ କିମ୍ବା ଅପହଞ୍ଚ ଇଲାକାର ନୁହେଁ, ଏଭଳି ଅଭିଯୋଗ ଆସିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗାଞ୍ଜାମରୁ।

ବୁଧବାର ବିଳମ୍ବିତର ରାତିରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁର କାର୍ତ୍ତିକ ସେଠିଙ୍କ ପତ୍ନି ଝୁନୁ ସେଠି ଗର୍ଭ ଯନ୍ତ୍ରଣା ହୋଇଥିଲା।  ଆମ୍ବୁଲାନ୍ସ ନଆସିବା ପରେ ତାଙ୍କୁ ଏକ ଅଟୋ ଯୋଗେ ଆଶାକର୍ମୀଙ୍କ ସହାୟତାରେ ରାତି ପ୍ରାୟ ୧ଟା ବେଳେ ରାହାଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ। ହେଲେ ନିଘୋଡ ନିଦରେ ଥିବା ଡାକ୍ତର ବାବୁ କିନ୍ତୁ ଫାଟକ ଖୋଲି ନଥିଲେ। ଘଣ୍ଟା ଘଣ୍ଟା ଧରି ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳା ଯେତେ ଚିତ୍କାର କଲେ ମଧ୍ୟ କେହି ବି ମେଡିକାଲ କବାଟ ଖୋଲିନଥିଲେ। ଶେଷରେ ଆଶାକର୍ମୀ ଦିଦି ଅଟୋ ଭିତରେ ହିଁ ମହିଳାଙ୍କ ପ୍ରସବ କରାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଏବଂ ନବଜାତ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।

ସେପଟେ ଦାୟିତ୍ୱରେ ଥିବା ଡାକ୍ତର ବାବୁଙ୍କୁ ଅବହେଳା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ସେ ନାଲିଆଖି ଦେଖାଇଛନ୍ତି। ଗର୍ଭବତୀ ମହିଳାଙ୍କୁ ଦେଖିବା କିମ୍ବା ପ୍ରସବ କରାଇବା ମୋ ଦାୟିତ୍ୱ ନୁହେଁ। ଏଥିପାଇଁ ଆଶାକର୍ମୀ ଓ ମହିଳା ନର୍ସ ଅଛନ୍ତି। ମେଡିକାଲ କବାଟ ଖୋଲିନଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ, କବାଟ ଖୋଲି ଚାବି ଦିଆଯାଇଥିଲା ବୋଲି ଆୟୁସ ଡାକ୍ତର କହିଛନ୍ତି।

ଗର୍ଭବତୀ ମହିଳାଙ୍କ ପତ୍ରି ଚିକିତ୍ସାରେ ଏଭଳି ଅବହେଳା ଅଭିଯୋଗ ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଘଟଣାକୁ ଗୁରୁତର ସହ ନେଇଛନ୍ତି। ତଦନ୍ତ ଲାଗି ଏକ କମିଟି ଗଠନ ହୋଇଛି। ଅଭିଯୋଗକୁ ଭତ୍ତି କରି ଅବହେଳିତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।

ସୂଚନା ମୁତାବକ ୧୯୧୯ରୁ ସ୍ଥାପନ ହୋଇଥିବା ଏହି ମେଡିକାଲଟି ପ୍ରଥମେ ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିବା ବେଳେ ପରବର୍ତ୍ତି ସମୟରେ ସରକରା ଏହାର ତଦାରଖ ଦାୟିତ୍ୱ ନେଇଛନ୍ତି। ହେଲେ ଡାକ୍ତରଙ୍କ ମନମାନି ଯୋଗୁଁ ଅନେକ ସମୟରେ ରୋଗୀ ହୁଅନ୍ତୁ ଅବା ଗର୍ଭବତୀ ମହିଳା ନାନା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗଗ ଆସିଛି।

Related story