ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ, ପୁଲିସ କ୍ୟାଣ୍ଟିନରେ କାମ କରୁଥିଲେ ମହିଳା

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସ କ୍ୟାଣ୍ଟିନରେ କାମ କରୁଥିବା ମହିଳାଙ୍କ ମୃତ୍ୟୁ ହୋଇଛି ।  ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋରାପୁଟରୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ମୃତ୍ୟୁ ଘଟିଥିବା ଜଣାପଡିଛି।  ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଥିଲେ ତାଙ୍କ ସ୍ୱାମୀ। ଗତ ୭ ତାରିଖରେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଥିଲେ ସ୍ୱାମୀ। ସେଠାରେ ତାଙ୍କର ମୃଥ୍ୟୁ ଘଟିଛି।  ତେବେ ମହିଳାଙ୍କ ମୃତ୍ୟୁ ନେଇ ଏବେ ନାନା […]

meninaindia-1

Tapas Behera
  • Published: Tuesday, 12 May 2020
  • , Updated: 12 May 2020, 06:55 PM IST

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସ କ୍ୟାଣ୍ଟିନରେ କାମ କରୁଥିବା ମହିଳାଙ୍କ ମୃତ୍ୟୁ ହୋଇଛି ।  ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋରାପୁଟରୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ମୃତ୍ୟୁ ଘଟିଥିବା ଜଣାପଡିଛି।  ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଥିଲେ ତାଙ୍କ ସ୍ୱାମୀ।

ଗତ ୭ ତାରିଖରେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଥିଲେ ସ୍ୱାମୀ। ସେଠାରେ ତାଙ୍କର ମୃଥ୍ୟୁ ଘଟିଛି।  ତେବେ ମହିଳାଙ୍କ ମୃତ୍ୟୁ ନେଇ ଏବେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।

ସେପଟେ ମହିଳାଙ୍କ ମୃତ୍ୟୁ ମାମଲାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍ ଅହମ୍ମଦ କମିଟି ଗଠନ କରିଛନ୍ତି । ପୁରା ମାମଲାର ତଦନ୍ତ ପାଇଁ ମାଲକାନଗିରିର ଅତିରିକ୍ତ ଏସ୍ପିଙ୍କ  ନେତୃତ୍ୱରେ ଟିମ୍ ଗଠନ ହୋଇଛି । ତଦନ୍ତ ପରେ ଯେ କେହି ବି ସଂପୃକ୍ତ ଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି।

Related story