ମହୁଲ ଗୋଟାଇବାକୁ ଯାଇଥିବା ବେଳେ ମାରି ଦେଲା ହାତୀ

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ଉର୍ଲଦାନୀ ରେଞ୍ଜର ଶ୍ରୀପାଳି ଗାଁ ଜଙ୍ଗଲରେ ଆଜି ଜଣେ ମହିଳାଙ୍କୁ ହାତୀ ମାରି ଦେଇଛି। ମୃତ ମହିଳାଙ୍କ ନାଁ ବନିତା ପୋଢ଼। ସକାଳ ପ୍ରାୟ ୬ଟା ବେଳେ ସେ ତାଙ୍କ ଛୋଟ ଝିଅ ସହିତ ଗାଁ ନିକଟ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ନର୍ଲା ବନାଞ୍ଚଳ ରେଞ୍ଜର ଘଟଣାର […]

elephantattack

Jitendra Garnayak
  • Published: Saturday, 20 April 2019
  • , Updated: 20 April 2019, 10:00 AM IST

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ଉର୍ଲଦାନୀ ରେଞ୍ଜର ଶ୍ରୀପାଳି ଗାଁ ଜଙ୍ଗଲରେ ଆଜି ଜଣେ ମହିଳାଙ୍କୁ ହାତୀ ମାରି ଦେଇଛି।

ମୃତ ମହିଳାଙ୍କ ନାଁ ବନିତା ପୋଢ଼। ସକାଳ ପ୍ରାୟ ୬ଟା ବେଳେ ସେ ତାଙ୍କ ଛୋଟ ଝିଅ ସହିତ ଗାଁ ନିକଟ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ନର୍ଲା ବନାଞ୍ଚଳ ରେଞ୍ଜର ଘଟଣାର ତଦନ୍ତ କରିଛନ୍ତି।

Related story