ପୁଲିସ୍‌ର ପରିଚୟ ଦେଇ ଅଭିନବ ଉପାୟରେ ଲୁଟି ନେଲେ ସୁନା ଚେନ୍

ଭଦ୍ରକ (ପ୍ରାର୍ଥ ସାରଥୀ ନାୟକ): ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ୁଛି ଆଇନ ଶୃଙ୍ଖଳା ପରିସ୍ଥିତି। ସ୍ପଷ୍ଟ ଦିବା ଲୋକରେ ଲୁଟେରାମାନେ ଲୋକଙ୍କୁ ବିଭିନ୍ନ ଉପାୟରେ ଲୁଟୁଛନ୍ତି। ପ୍ରାୟ ପ୍ରତ୍ୟେକ ଦିନ ରାଜ୍ୟର କୌଣସି ନା କୌଣସି ଜିଲ୍ଲାରୁ ଆସୁଛି ଏମିତି ଖବର। ଆଜି ଏମିତି ଏକ ଖବର ଆସିଛି ଭଦ୍ରକ ଜିଲ୍ଲାରୁ। ଏ ଲୁଟ୍‌ର ତରିକା ବି ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ। ପୁଲିସ୍‌ର ପରିଚୟ ଦେଇ ସେମାନେ ଜଣେ ବୃଦ୍ଧାଙ୍କଠାରୁ ଲୁଟି ନେଇଗଲେ ସୁନା ଚେନ୍‌। […]

bhadrak00

Tapaswini Nayak
  • Published: Friday, 30 August 2019
  • , Updated: 30 August 2019, 04:14 PM IST

ଭଦ୍ରକ (ପ୍ରାର୍ଥ ସାରଥୀ ନାୟକ): ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ୁଛି ଆଇନ ଶୃଙ୍ଖଳା ପରିସ୍ଥିତି। ସ୍ପଷ୍ଟ ଦିବା ଲୋକରେ ଲୁଟେରାମାନେ ଲୋକଙ୍କୁ ବିଭିନ୍ନ ଉପାୟରେ ଲୁଟୁଛନ୍ତି। ପ୍ରାୟ ପ୍ରତ୍ୟେକ ଦିନ ରାଜ୍ୟର କୌଣସି ନା କୌଣସି ଜିଲ୍ଲାରୁ ଆସୁଛି ଏମିତି ଖବର। ଆଜି ଏମିତି ଏକ ଖବର ଆସିଛି ଭଦ୍ରକ ଜିଲ୍ଲାରୁ। ଏ ଲୁଟ୍‌ର ତରିକା ବି ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ। ପୁଲିସ୍‌ର ପରିଚୟ ଦେଇ ସେମାନେ ଜଣେ ବୃଦ୍ଧାଙ୍କଠାରୁ ଲୁଟି ନେଇଗଲେ ସୁନା ଚେନ୍‌।

ଲୁଟ୍‌ର ଶିକାର ହୋଇଥିବା ବୃଦ୍ଧାଙ୍କ ନାଁ କୁସୁମ ଲତା ଦାସ। ସେ ଭଦ୍ରକର ଜଣେ ସାମ୍ବାଦିକଙ୍କ ମା’। ଚରମ୍ପା-ପଥରଆଡ଼ି ରାସ୍ତାରେ ଥିବା ଏକ ନର୍ସିଂ ହୋମ୍‌ ନିକଟରୁ ତାଙ୍କଠାରୁ ଅଢ଼େଇ ଭରିର ସୁନା ଚେନ୍‌ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ନିଜକୁ ପୁଲିସ୍‌ର ପରିଚୟ ଦେଇ ଖୁବ୍ ଚତୁରତାର ସହିତ ଦୁର୍ବୃତ୍ତମାନେ ତାଙ୍କଠାରୁ ସୁନା ଚେନ୍‌ଟି ନେଇ ଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଆଜି ଦିନ ପ୍ରାୟ ୧୧ଟା ବେଳେ କୁସୁମ ଚରମ୍ପା ବଜାରରୁ ଚାଲି ଚାଲି ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଅଟକାଇ ଥିଲେ ଓ ସେମାନେ ପୁଲିସ୍ ବୋଲି ପରିଚୟ ଦେଇଥିଲେ। ଆଉ ତା’ ପରେ ଏମିତି ସୁନା ଚେନ୍‌ ପିନ୍ଧି ବାହାରରେ ବୁଲିଲେ ଲୁଟେରା ଲୁଟି ନେବେ ବୋଲି କହିଥିଲେ। ଲୁଟେରାମାନେ ତାଙ୍କୁ ହତ୍ୟା ବି କରି ଦେଇ ପାରନ୍ତି ବୋଲି କହିଥିଲେ। ତା’ପରେ ସେମାନଙ୍କ ମଧ୍ୟରୁ ଜଣେ ଲତାଙ୍କ ସୁନା ଚେନ୍‌କୁ ବେକରୁ କାଢ଼ି ଏକ କାଗଜରେ ରଖି ଗୁଡ଼ାଇ ଦେଇଥିଲେ। ବୃଦ୍ଧା ଜଣଙ୍କ କାଗଜର ଗୁଡ଼ା ହୋଇଥିବା ସୁନାଚେନ୍‌କୁ ନେଇ ନିଜ ବ୍ୟାଗ୍‌ରେ ରଖିଦେଲେ ଓ ଘରକୁ ଫେରିଲେ। ତେବେ ଘରେ ପହଞ୍ଚିବା ପରେ ଦେଖିଲେ ସେ କାଗଜରେ କିଛି ନାହିଁ। ତା’ପରେ ସେ ଲୁଟ୍‌ର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଲୁଟେରାମାନେ ଅଲଗା କାଗଜ ପୁଡ଼ିଆ ଦେଇ ସୁନା ଚେନ୍ ଗୁଡ଼ା ହୋଇଥିବା କାଗଜ ପୁଡ଼ିଆ ନେଇ ପଳାଇଥିଲେ।

ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story