ଏସ୍‌ସିବିରେ ଶିଶୁ ବଦଳ ଅଭିଯୋଗ

କଟକ: କଟକ ଏସ୍‌ସିବି ମେଡିକାଲ୍ କଲେଜରେ ଶିଶୁ ବଦଳ ହୋଇଥିବା ଅଭିଯୋଗ ହୋଇଛି। ଏନେଇ କଟକ ମଙ୍ଗଳାବାଗ ଥାନାରେ  ଏତଲା ହୋଇଛି। ଅଭିଯୋଗ ଅନୁସାରେ ଏସ୍‌ସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଏହି ଶିଶୁ ବଦଳ ହୋଇଛି।  ଗତ ୨୭ ତାରିଖରେ ଅପରେସନ୍ ପରେ ଜଣେ ପ୍ରସୂତି ଏକ ଶିଶୁକୁ ଜନ୍ମ ଦେଇଥିଲେ। ହେଲେ ଗତକାଲି ଶିଶୁକନ୍ୟାକୁ ଦେଖି ଏହା ତାଙ୍କର ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି।

ଅପରେସନ୍ ପରେ ଜନ୍ମିତ ଶିଶୁଟି ପୁଅ ନା ଝିଅ ତାଙ୍କୁ ଏ ସମ୍ପର୍କରେ କୁହାଯାଇନଥିବା ମହିଳା ଅଭିଯୋଗ କରିଛନ୍ତି। ଏହାସହ ତାଙ୍କୁ ଦିଆଯାଇଥିବା ଶିଶୁକନ୍ୟା ତାଙ୍କର ନୁହେଁ। ତାଙ୍କ ପ୍ରକୃତ ସନ୍ତାନକୁ ବଦଳ କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି।