ମୋ ପେଟରେ ବଢ଼ୁଥିବା ପିଲାର ପରିଚୟ ଦରକାର, ମୋତେ ଜିତୁ ଦରକାର...

ସୋନପୁର (ରବୀନ୍ଦ୍ର ହୋତା): ମୋ’ ପେଟରେ ବଢ଼ୁଥିବା ପିଲାର ପରିଚୟ ଦରକାର। ମୋତେ ନ୍ୟାୟ ଦରକାର। ମୋତେ ଜିତୁ ଦରକାର…। ପ୍ରେମିକଠାରୁ ଧୋକା ଖାଇବା ପରେ ପ୍ରେମିକା ଆଜି ଏପରି ଗୁହାରୀ କରିଛନ୍ତି। ଆଉ ଆତ୍ମାହୁତି ଦେବା ପାଇଁ କିରାସିନି ଧରି ଥାନାରେ ପହଞ୍ଚିଥିଲେ ପ୍ରେମିକା। ମାତ୍ର ସୋନପୁର ସଦର ଥାନା ପୁଲିସ ତାଙ୍କଠାରୁ କିରାସିନି ଛଡ଼ାଇ ନେଇଥିଲା। ପୀଡ଼ିତାଙ୍କୁ ତାଙ୍କ ଘରେ ଛାଡ଼ିଥିବା ଜଣାପଡ଼ିଛି। ବୀରମହାରାଜପୁର ଥାନା କୁମରକେଲି ଗାଁର ଜିତୁ ଖୁରା। ସୋଶାଲ୍‌ ମିଡିଆ […]

Sonepur

Sonepur

Manoranjan Sial
  • Published: Friday, 22 July 2022
  • Updated: 22 July 2022, 08:00 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ମୋ’ ପେଟରେ ବଢ଼ୁଥିବା ପିଲାର ପରିଚୟ ଦରକାର। ମୋତେ ନ୍ୟାୟ ଦରକାର। ମୋତେ ଜିତୁ ଦରକାର...। ପ୍ରେମିକଠାରୁ ଧୋକା ଖାଇବା ପରେ ପ୍ରେମିକା ଆଜି ଏପରି ଗୁହାରୀ କରିଛନ୍ତି। ଆଉ ଆତ୍ମାହୁତି ଦେବା ପାଇଁ କିରାସିନି ଧରି ଥାନାରେ ପହଞ୍ଚିଥିଲେ ପ୍ରେମିକା। ମାତ୍ର ସୋନପୁର ସଦର ଥାନା ପୁଲିସ ତାଙ୍କଠାରୁ କିରାସିନି ଛଡ଼ାଇ ନେଇଥିଲା। ପୀଡ଼ିତାଙ୍କୁ ତାଙ୍କ ଘରେ ଛାଡ଼ିଥିବା ଜଣାପଡ଼ିଛି।

ବୀରମହାରାଜପୁର ଥାନା କୁମରକେଲି ଗାଁର ଜିତୁ ଖୁରା। ସୋଶାଲ୍‌ ମିଡିଆ ଫେସ୍‌ବୁକ୍‌ରେ ତାଙ୍କ ସହ ରୁବୀ(ଛଦ୍ମନାମ)ଙ୍କର ବନ୍ଧୁତା ଗଢ଼ି ଉଠିଥିଲା। ପରେ ବନ୍ଧୁତାର ସମ୍ପର୍କ ଧୀରେ ଧୀରେ ନିବିଡ ହୋଇଥିଲା। ଉଭୟର ପରସ୍ପରର ନିକଟତର ହୋଇଥିଲେ। ବନ୍ଧୁତାର ସମ୍ପର୍କ ପ୍ରେମର ରୂପ ନେଇଥିଲା। ପରିବାର ଲୋକଙ୍କ ଅଜାଣତରେ ଉଭୟ ବୌଦ୍ଧ ଜିଲ୍ଲାରେ ଏକ ମନ୍ଦିରରେ ବିବାହ କରିଥିଲେ। ବିବାହ ସରିବା ପରେ ଉଭୟ ଭୁବନେଶ୍ୱର ପଳାଇ ଯାଇଥିଲେ।

ଜିତୁ ଓ ରୁବୀ ଭୁବନେଶ୍ୱରରେ କଳ୍ପନାରେ ରହୁଥିଲେ। ଉଭୟ ପତି-ପତ୍ନୀଙ୍କ ପରି ଗୋଟାଏ ରୁମ୍‌ରେ ରହୁଥିଲେ। କାମଦାମ କରି ଚଳୁଥିଲେ। ଏହାରି ଭିତରେ ରୁବୀ ୪ ମାସର ଗର୍ଭବତୀ ହୋଇଯାଇଥିଲେ। ଏକଥା ଜାଣିବା ପରେ ଜିତୁ ବାହାନା କରି ମାଆଙ୍କ ଦେହ ଖରାପ ଅଛି ବୋଲି କହି ଗାଁକୁ ଚାଲି ଯାଇଥିଲେ। ପରିବାର ଲୋକଙ୍କ ସହିତ ଆଲୋଚନା କରି ଭୁବନେଶ୍ୱରରେ ରହୁଥିବା ପତ୍ନୀ ରୁବୀଙ୍କୁ ଘରକୁ ନେଇଯାଇଥିଲେ ଜିତୁ।

ରୁବୀ ଶାଶୁଘରକୁ ଗଲେ। ଶାଶୁ ଘରେ ଦୁଇ ମାସ ରହିବା ଭିତରେ ବିଭିନ୍ନ ବାହାନା କରି ରବୀଙ୍କୁ ମେଡ଼ିସିନ୍‌ ଖାଇବାକୁ ଦେଇଥିଲେ। ଶାଶୁ ଘର ଲୋକଙ୍କ କଥାରେ ପଡ଼ି ରୁବୀ ମେଡିସିନ୍‌ ଖାଇଥିଲେ। ଯାହାଫଳରେ ତାଙ୍କ ଗର୍ଭ ନଷ୍ଟ ହୋଇଯାଇଥିଲା ବୋଲି ରୁବୀ ଅଭିଯୋଗ କରିଛନ୍ତି। ଏହା ପରେ ରୁବୀଙ୍କୁ ରେଳ ଷ୍ଟେସନରେ ଛାଡି ଫେରାର ହୋଇଯାଇଥିଲେ ଜିତୁ। ରୁବୀ ଶାଶୁ ଘରକୁ ଆସିଥିଲେ। ମାତ୍ର ପରିବାର ଲୋକେ ଘରେ ପଶିବାକୁ ଅନୁମତି ଦେଇନଥିଲେ। ଏହାପରେ ରୁବୀ ଥାନାରେ ଦ୍ୱାରସ୍ଥ ହୋଇଥିଲେ।

ଥାନାବାବୁ ରୁବୀଙ୍କ ଗୁହାରୀ ଶୁଣିବା ପରେ ଉଭୟଙ୍କୁ ଥାନାକୁ ଡାକିଥିଲେ। ବୁଝାମଣା ପରେ ରୁବୀ, ସ୍ୱାମୀଙ୍କ ସହିତ ଶାଶୁଘରକୁ ଫେରିଥିଲେ। ପୂର୍ବ ପରି ଉଭୟ ସ୍ୱାମୀ ଓ ସ୍ତ୍ରୀ ଭଳି ରହୁଥିଲେ। ଯାହାଫଳରେ ରବୀ ପୁଣି ଥରେ ଦୁଇ ମାସର ଗର୍ଭବତୀ ହୋଇଯାଇଥିଲେ। ଏକଥା ଜାଣିବା ପରେ ପୁଣି ଥରେ ରୁବୀଙ୍କୁ ଛାଡ଼ି ପଳାଇ ଯାଇଥିଲେ ଜିତୁ। ଏବେ ରୁବୀ ନା ଶାଶୁଘରକୁ ଯାଇପାରୁଛନ୍ତି ନା ବାପ ଘରକୁ ଯାଇପାରୁଛନ୍ତି। କେହି ତାଙ୍କୁ ଗ୍ରହଣ କରୁନାହାନ୍ତି। ଏବେ ସେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି।

ରୁବୀ ଏନେଇ ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ତାଙ୍କୁ ସେଠାରୁ ନିରାଶ ହେବାକୁ ପଡ଼ିଥିଲା। ପରେ ସେ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ। ସେଠାରୁ ମଧ୍ୟ ତାଙ୍କୁ ନ୍ୟାୟ ମିଳିନଥିଲା। ସବୁଆଡୁ ନିରାଶ ହେବା ପରେ ରୁବୀ ଆଜି କିରାସିନି ଧରି ସୋନପୁର ସଦର ଥାନାରେ ପହଞ୍ଚିଥିଲେ। ଆତ୍ମାହୁତି ଦେବା ପାଇଁ ଧମକ ଦେଇଥିଲେ। ଏକଥା ଜାଣିବା ପରେ ପୁଲିସ ତାଙ୍କ ହାତରୁ କିରାସିନି ବୋତଲ ଛଡ଼ାଇ ନେଇଥିଲା। ପୁଲିସ ତାଙ୍କୁ ତାଙ୍କ ବାପ ଘରକୁ ପଠାଇ ଦେଇଥିବା ଜଣାପଡ଼ିଛି।

ପୀଡ଼ିତାଙ୍କ କହିଛନ୍ତି, “ଏବେ ମୋତେ ମୋ ସ୍ୱାମୀ ଦରକାର। ମୋତେ ଜିତୁ ଖରା ଦରକାର। ମୋତେ ନ୍ୟାୟ ଦରକାର। ଯଦି ତା’ର ଇଚ୍ଛା ନଥିଲା, ତାହାହେଲେ ସେ ମୋତେ ନେଉଥିଲା କାହିଁକି? ଏବେ ମୁଁ ଦୁଇ ମାସର ଗର୍ଭବତୀ ଅଛି। ମୁଁ କଣ କରିବି? ମୁଁ ଏବେ ଯିବି କୁଆଡେ? ମୋତେ ନ୍ୟାୟ ଦରକାର। ମୋତେ ମୋ ସ୍ୱାମୀଙ୍କୁ ଫେରାଇ ଦିଅ। ମୋ ପିଲାକୁ ତା’ ପରିଚୟ ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story