ଥାନା ବାବୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ପୋଲିସ କର୍ମଚାରୀ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଜିଆରପି ଥାନା ଆଇଆଇସି ସୌଭାଗ୍ୟ ରଂଜନ ସ୍ୱାଇଁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜଣେ ମହିଳା ସବ୍ ଇନସ୍&zwnj;ପେକ୍ଟର ଏହି ଅଭିଯୋଗ ଆଣିଛନ୍ତି।&nbsp; ଗତ ୨୦୧୫ ମସିହାରେ ଦୁଷ୍କର୍ମ ହୋଇଥିବା ନେଇ ସଂପୃକ୍ତ ଏସ୍&zwnj;ଆଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ୧୬୧ ସିଆରପିସି ଧାରାରେ ମହିଳା ଏସ୍&zwnj;ଆଇଙ୍କ ବୟାନ ରେକର୍ଡ କରାଯାଇଛି। ଏହି ଅଭିଯୋଗକୁ ମିଥ୍ୟା ବୋଲି ଆଇଆଇସି ସୌଭାଗ୍ୟ ରଂଜନ ସ୍ୱାଇଁ କହିଛନ୍ତି।</p> <p>ସେ କହିଛନ୍ତି,&ldquo;ଜଣେ ମହିଳା ସବ୍&zwnj; ଇନସପେକ୍ଟର ଆଇଆଇସିଙ୍କ ବିରୋଧରେ ଅଢ଼େଇ ବର୍ଷ ପରେ ଏଭଳି ଅଭିଯୋଗ ଆଣିବା କେତେଦୂର ସତ୍ୟାସତ୍ୟ ଜାଣି ପାରୁଥିବେ। ୨୦୧୫ରେ ଦୁର୍ଗା ପୂଜା ଡ୍ୟୁଟି ଯାଇ ସଂପୃକ୍ତା ମହିଳା ଏସ୍&zwnj;ଆଇ ସେଠାରୁ ଆଉ ଫେରି ନ ଥିଲେ। ଅନଧିକୃତ ଭାବେ ସେ ଅନୁପସ୍ଥିତ ରହିଥିବାରୁ ଏସ୍&zwnj;ପି ତାଙ୍କୁ ସସ୍&zwnj;ପେଣ୍ଡ କରିଥିଲେ। ଏହାସହିତ ତାଙ୍କ ନାଁରେ ପ୍ରୋସିଡିଂ କରାଯାଇଥିଲା। ଏହି ପ୍ରୋସିଡିଂ ବଳରେ ତାଙ୍କୁ ବ୍ଲାକ୍&zwnj; ମାର୍କ ଦିଆଯାଇଥିଲା। ଯେଉଁଥି ପାଇଁ ତାଙ୍କ ପ୍ରମୋଶନ ବନ୍ଦ କରାଯାଇଥିଲା। ଏହି ସବୁ କାମ ପାଇଁ ଦାୟୀ କରି ସେ ମୋ ନାଁରେ ଯୌନ ନର୍ଯାତନା ଅଭିଯୋଗ କରିଥିଲେ। ହେଲେ ଏହି ମାମଲା ଯାଞ୍ଚ ପାଇଁ ରହିଥିବା ସ୍ୱତନ୍ତ୍ର ସେଲ୍&zwnj;ରେ ଏହି ସବୁ ଅଭିଯୋଗ ପ୍ରମାଣିତ ହୋଇପାରି ନ ଥିଲା। ସମସ୍ତ ସାକ୍ଷୀ ତାଙ୍କ ବିରୋଧରେ ବୟାନ ଦେଇଥିଲେ। ତାଙ୍କର ଏହି ଅଭିଯୋଗ ସବୁଠୁ ମିଥ୍ୟା ପ୍ରମାଣିତ ହେବା ପରେ ସେ ଶେଷରେ ମୋ ନାଁରେ ଏହି ଅଭିଯୋଗ ଆଣିଛନ୍ତି।&rdquo;</p>

Ordigital Desk
  • Published: Thursday, 04 January 2018
  • Updated: 04 January 2018, 01:38 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଜିଆରପି ଥାନା ଆଇଆଇସି ସୌଭାଗ୍ୟ ରଂଜନ ସ୍ୱାଇଁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜଣେ ମହିଳା ସବ୍ ଇନସ୍&zwnj;ପେକ୍ଟର ଏହି ଅଭିଯୋଗ ଆଣିଛନ୍ତି।&nbsp; ଗତ ୨୦୧୫ ମସିହାରେ ଦୁଷ୍କର୍ମ ହୋଇଥିବା ନେଇ ସଂପୃକ୍ତ ଏସ୍&zwnj;ଆଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ୧୬୧ ସିଆରପିସି ଧାରାରେ ମହିଳା ଏସ୍&zwnj;ଆଇଙ୍କ ବୟାନ ରେକର୍ଡ କରାଯାଇଛି। ଏହି ଅଭିଯୋଗକୁ ମିଥ୍ୟା ବୋଲି ଆଇଆଇସି ସୌଭାଗ୍ୟ ରଂଜନ ସ୍ୱାଇଁ କହିଛନ୍ତି।</p><p>ସେ କହିଛନ୍ତି,&ldquo;ଜଣେ ମହିଳା ସବ୍&zwnj; ଇନସପେକ୍ଟର ଆଇଆଇସିଙ୍କ ବିରୋଧରେ ଅଢ଼େଇ ବର୍ଷ ପରେ ଏଭଳି ଅଭିଯୋଗ ଆଣିବା କେତେଦୂର ସତ୍ୟାସତ୍ୟ ଜାଣି ପାରୁଥିବେ। ୨୦୧୫ରେ ଦୁର୍ଗା ପୂଜା ଡ୍ୟୁଟି ଯାଇ ସଂପୃକ୍ତା ମହିଳା ଏସ୍&zwnj;ଆଇ ସେଠାରୁ ଆଉ ଫେରି ନ ଥିଲେ। ଅନଧିକୃତ ଭାବେ ସେ ଅନୁପସ୍ଥିତ ରହିଥିବାରୁ ଏସ୍&zwnj;ପି ତାଙ୍କୁ ସସ୍&zwnj;ପେଣ୍ଡ କରିଥିଲେ। ଏହାସହିତ ତାଙ୍କ ନାଁରେ ପ୍ରୋସିଡିଂ କରାଯାଇଥିଲା। ଏହି ପ୍ରୋସିଡିଂ ବଳରେ ତାଙ୍କୁ ବ୍ଲାକ୍&zwnj; ମାର୍କ ଦିଆଯାଇଥିଲା। ଯେଉଁଥି ପାଇଁ ତାଙ୍କ ପ୍ରମୋଶନ ବନ୍ଦ କରାଯାଇଥିଲା। ଏହି ସବୁ କାମ ପାଇଁ ଦାୟୀ କରି ସେ ମୋ ନାଁରେ ଯୌନ ନର୍ଯାତନା ଅଭିଯୋଗ କରିଥିଲେ। ହେଲେ ଏହି ମାମଲା ଯାଞ୍ଚ ପାଇଁ ରହିଥିବା ସ୍ୱତନ୍ତ୍ର ସେଲ୍&zwnj;ରେ ଏହି ସବୁ ଅଭିଯୋଗ ପ୍ରମାଣିତ ହୋଇପାରି ନ ଥିଲା। ସମସ୍ତ ସାକ୍ଷୀ ତାଙ୍କ ବିରୋଧରେ ବୟାନ ଦେଇଥିଲେ। ତାଙ୍କର ଏହି ଅଭିଯୋଗ ସବୁଠୁ ମିଥ୍ୟା ପ୍ରମାଣିତ ହେବା ପରେ ସେ ଶେଷରେ ମୋ ନାଁରେ ଏହି ଅଭିଯୋଗ ଆଣିଛନ୍ତି।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos