ଦଳିଦେଲା ଦନ୍ତା; ମହିଳା ମୃତ

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ୍ ଶ୍ରୀରାମପୁର ଗାଁରେ ଆଜି ସକାଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ଜଣଙ୍କ ହେଲେ କାଗଜ ପାଣି।  କାଗଜ ଗାଁ ନିକଟ ଏକ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଶିକାର ହୋଇଥିଲେ। ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।  ତେବେ ଭୁବନ ରେଞ୍ଜର ଶ୍ରୀରାମପୁର ଗାଁରେ ପହଞ୍ଚି ମୃତକ ପରିବାରକୁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଶ୍ରୀରାମପୁର ଗାଁ ନିକଟରେ ଏକ ହାତୀପଲ ଥିବା ନେଇ ବନ ବିଭାଗ ସୂଚନା ପାଇଥିଲା। ଏହି ହାତୀ ପଲ ଉପରେ ନଜର ରଖାଯାଇଥିବା ବେଳେ ଏକ ଦନ୍ତା ଗାଁ ଭିତରକୁ ଚାଲି ଆସି  ଆଜି ମହିଳାଙ୍କୁ ଆକ୍ରମଣ କରିଥିଲା।