ମେଡିକାଲ୍‌ର ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଲେ ପ୍ରସୂତି!

ନବରଙ୍ଗପୁର(ନବଘନ ବିଶୋଇ): ପିଲା ଜନ୍ମ ପରେ ମେଡିକାଲ୍ର ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଲେ ପ୍ରସୂତି। ଆଜି ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ୩୧ ତାରିଖରେ ଡାବୁଗାଁ ବ୍ଲକ ଡଙ୍ଗରା ଗାଁର ଧର୍ମୁ ଭଦ୍ରଙ୍କ ସ୍ତ୍ରୀ ଜେମା ଗର୍ଭ ଯନ୍ତ୍ରଣା ପାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମହିଳା ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେହି […]

nabarangapur

nabarangapur

Manoranjan Sial
  • Published: Tuesday, 05 November 2019
  • Updated: 05 November 2019, 05:13 PM IST

Sports

Latest News

ନବରଙ୍ଗପୁର(ନବଘନ ବିଶୋଇ): ପିଲା ଜନ୍ମ ପରେ ମେଡିକାଲ୍ର ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଲେ ପ୍ରସୂତି। ଆଜି ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତ ୩୧ ତାରିଖରେ ଡାବୁଗାଁ ବ୍ଲକ ଡଙ୍ଗରା ଗାଁର ଧର୍ମୁ ଭଦ୍ରଙ୍କ ସ୍ତ୍ରୀ ଜେମା ଗର୍ଭ ଯନ୍ତ୍ରଣା ପାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମହିଳା ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେହି ରାତି ଅସ୍ତ୍ରୋପଚାର ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।

ଅସ୍ତ୍ରୋପଚାର ପରେ ଜେମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିଲା। ତେବେ ତାଙ୍କର ମାନସିକ ସ୍ଥିତି ଭଲ ନଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ସେ ଅନେକ ସମୟରେ ଅନ୍ୟମନସ୍କ ରହୁଥିବା ଦେଖିବାକୁ ମିଳିଥିଲା। ତେବେ ଆଜି ଅପରାହ୍ନରେ ସେ ନିଜ ଶିଶୁପୁତ୍ରକୁ ଧରି ମେଡିକାଲ୍‌ର ଦ୍ୱିତୀୟ ମହଲାରୁ ଡେଇ ପଡ଼ିବାକୁ ଯାଉଥିଲେ। ଏହା ଦେଖି ତାଙ୍କ ଶାଶୂ ଦୂତୀ ତାଙ୍କୁଠାରୁ ଶିଶୁ ପୁତ୍ର ନେବା ସହିତ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଏଥିରେ ସଫଳ ହୋଇନଥିଲେ। ଜେମା ଶାଶୂଙ୍କୁ ଠେଲି ଦେଇ ମେଡିକାଲ୍‌ର ଦ୍ୱିତୀୟ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣା ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos